ARTICLE AD BOX
ଅନୁଗୋଳରୁ ଛେଣ୍ଡିପଦା ଆଡକୁ କୋଇଲା ପରିବହନ ପାଇଁ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ମଧ୍ୟରାତ୍ରରେ ଲୋକଙ୍କ ଘରେ ପଶିଯାଇଥିଲା। ଏହି ଦୁର୍ଘଟଣାରେ ପରିବାରଲୋକଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ଦୁର୍ଘଟଣାଗସ୍ତ ହାଇୱାର ନମ୍ବର ଓଡ଼ି-୦୪-ଆର-୨୧୯୦ ଥିବା ଜଣାପଡ଼ିଛି।
/sambad/media/media_files/2026/10/05/76546-2026-10-05-14-40-38.jpeg)
ଅନୁଗୋଳ: ଅନୁଗୋଳରୁ ଛେଣ୍ଡିପଦା ଆଡକୁ କୋଇଲା ପରିବହନ ପାଇଁ ଆସୁଥିବା ଏକ ହାଇୱା ଭାରସାମ୍ୟ ହରାଇ ମଧ୍ୟରାତ୍ରରେ ଲୋକଙ୍କ ଘରେ ପଶିଯାଇଥିଲା। ଏହି ଦୁର୍ଘଟଣାରେ ପରିବାରଲୋକଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ଦୁର୍ଘଟଣାଗସ୍ତ ହାଇୱାର ନମ୍ବର ଓଡ଼ି-୦୪-ଆର-୨୧୯୦ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ହାଇୱାଟି ନିଶା ଛକରେ କବି ବେହେରା(୪୬)ଙ୍କ ଜଳଖିଆ ଦୋକାନ ଭାଙ୍ଗି ଘନଶ୍ୟାମ ସାହୁ(୭୦)ଙ୍କ ଘରେ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଘରେ ରହୁଥିବା ୧୫ ଜଣ ଲୋକଙ୍କ ଜୀବନ ଅଳ୍ପକେ ରକ୍ଷାପାଇ ଯାଇଥିବା ବେଳେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାନବାହନ ଯାତାୟାତ ବନ୍ଦ ରହିଥିଲା। ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

52 minutes ago
1


