Jana Nayagan: ୭ ମାସ ବିଳମ୍ବରେ ମୁକ୍ତିଲାଭ କରିବ ‘ଜନ ନାୟଗନ’

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଜନ ନାୟଗନ’ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫ୍‌ସି) ପ୍ରମାଣପତ୍ର ପାଇଛି। ସିବିଏଫ୍‌ସି ସ୍ବୀକୃତି ପାଇବାକୁ ଫିଲ୍ମରେ ଅନେକ ପରିବର୍ତ୍ତନ କରିବରାକୁ ପଡ଼ିଛି। ବିଶେଷକରି ‘ଟିଭିକେ’ ଶବ୍ଦ ହଟାଇବାକୁ ପଡ଼ିଛି। ଫିଲ୍ମରେ ବିଜୟଙ୍କ ଚରିତ୍ରର ନାମ ଥାଲାପଥି ଭେଟ୍ରି କୋଣ୍ଡନ ବା ସଂକ୍ଷେପରେ ଟିଭିକେ ରହିଛି। ଫିଲ୍ମ ବାଦ୍‌ ଟିଭିକେର ଅର୍ଥ ବିଜୟଙ୍କ ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ)କୁ ବୁଝାଏ। ‘ଆମ୍ବେଦକର ସତ୍ତମ...ରୁ... ଟିଭିକେ ସତ୍ତମ’ ସଂଳାପକୁ ବଦଳାଯାଇଥିଲା। ଅଡିଓ ଓ ଭିଡିଓ ଉଭୟରେ ‘ଟିଭିକେ’ର ବ୍ୟବହାରକୁ ହଟାଇ ଦିଆଯାଇଥିଲା।

Heavy Rain: ଗାଜିଆବାଦରେ ବର୍ଷା ପାଣିରେ ପଡ଼ିଯାଇ ୩ ବର୍ଷର ଶିଶୁର ମୃତ୍ୟୁ

ଫିଲ୍ମର ଅବଧି ୩ ଘଣ୍ଟା ୩ ମିନିଟ୍‌

ଫିଲ୍ମ ଅବଧିରେ କୌଣସି ପରିବର୍ତ୍ତନ ବିନା ଅନେକ ଦୃଶ୍ୟ ଓ ସଂଳାପକୁ ମ୍ୟୁଟ୍ ଓ ସଂଶୋଧିତ କରାଯାଇଥିଲା। ଫିଲ୍ମର ଗୋଟିଏ ଦୃଶ୍ୟରେ ଭାରତର ଜାତୀୟ ପତାକା ତଳେ ପଡ଼ି ଯାଉଥିବା ଦୃଶ୍ୟକୁ ହଟାଯାଇଥିଲା। ଫିଲ୍ମର ଅବଧି ବର୍ତ୍ତମାନ ୩ ଘଣ୍ଟା ୩ ମିନିଟ୍‌ ରହିଛି। ଏଚ୍ ଭିନୋଥଙ୍କ ନିର୍ଦ୍ଦେଶିତ ‘ଜନ ନାୟଗନ’ରେ ବିଜୟ, ପୂଜା ହେଗଡେ, ବବି ଦେଓଲ, ମମିଥା ବୈଜୁ, ଗୌତମ ବାସୁଦେବ ମେନନ, ପ୍ରକାଶ ରାଜ ଓ ନରେନ୍‌ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ବିଜୟଙ୍କ ଶେଷ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି ଓ ଜୁଲାଇ ୨୩ କିମ୍ବା ଜୁଲାଇ ୨୪ରେ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ଫିଲ୍ମରେ ପ୍ରଥମେ ଜାନୁଆରି ମାସରେ ମୁକ୍ତିଲାଭ କରିଥାନ୍ତା। ତେବେ ସିବିଏଫ୍‌ସି ସ୍ବୀକୃତି ନ ମିଳିବାରୁ ଫିଲ୍ମଟି ୭ ମାସ ବିଳମ୍ବରେ ରିଲିଜ ହେବାକୁ ଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.