IUAC Recruitment: କେନ୍ଦ୍ରୀୟ ପ୍ରତିଷ୍ଠାନରେ କାମ କରିବାର ସୁଯୋଗ: ଆବେଦନର ଶେଷ ତାରିଖ ଅଗଷ୍ଟ ୪

1 hour ago 1
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସ୍ୱୟଂଶାସିତ ପ୍ରତିଷ୍ଠାନ ଇଣ୍ଟର-ୟୁନିଭର୍ସିଟି ଏକ୍ସେଲେରେଟର ସେଣ୍ଟର (ଆଇୟୁଏସି), ନୂଆଦିଲ୍ଲୀ ବୈଜ୍ଞାନିକ, ଜୁନିଅର ଇଞ୍ଜିନିୟର ଏବଂ ଲାଇବ୍ରେରି ଆସିଷ୍ଟାଣ୍ଟ ସମେତ ବିଭିନ୍ନ ପଦବି ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୮ଟି ଖାଲି ଥିବା ପଦବି ପୂରଣ କରାଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଅଗଷ୍ଟ ୪ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।

କେଉଁ ପଦବି ହେବ ପୂରଣ 

ବୈଜ୍ଞାନିକ-ସି ପାଇଁ ରହିଛି ୫ଟି ପଦବି
କନିଷ୍ଠ ଇଞ୍ଜିନିୟର-ସି ପାଇଁ ୨ଟି ପଦବି
ଲାଇବ୍ରେରୀ ଆସିଷ୍ଟାଣ୍ଟ-ସି ପାଇଁ ୧ଟି ପଦବି

କିଏ କରିପାରିବେ ଆବେଦନ?

ପ୍ରତ୍ୟେକ ପଦବି ପାଇଁ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ବୈଜ୍ଞାନିକ-ସି ପଦବି ପାଇଁ ପ୍ରାର୍ଥୀମାନଙ୍କ ପାଖରେ ପଦାର୍ଥ ବିଜ୍ଞାନରେ ଏମଏସସିର ଡିଗ୍ରି ଥିବା ଆବଶ୍ୟକ। ଏଥିସହିତ ଦଶମ ଶ୍ରେଣୀଠାରୁ ସମସ୍ତ ପରୀକ୍ଷାରେ ସର୍ବନିମ୍ନ ୬୦ପ୍ରତିଶତ ନମ୍ବର ରଖିଥିବା ବାଧ୍ୟତାମୂଳକ। ଏହି ପଦବି ପାଥଇଁ ସର୍ବାଧିକ ବୟସ ସୀମା ୨୬ ବର୍ଷ  ଧାର୍ଯ୍ୟ କରାଯାଇଛି।

ସେହିପରି ଜୁନିଅର ଇଞ୍ଜିନିୟର-ସି ପଦବି ପାଇଁ, ଇଲେକ୍ଟ୍ରୋନିକ୍ସରେ ଡିପ୍ଲୋମା ସହିତ ପ୍ରାର୍ଥୀମାନେ ଦଶମ ଶ୍ରେଣୀରେ ଅତି କମରେ ୬୦ପ୍ରତିଶତ ନମ୍ବର ହାସଲ କରିଥିବା ଆବଶ୍ୟକ। ପ୍ରାସଙ୍ଗିକ ଅଭିଜ୍ଞତା ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି। 

ଏହି କ୍ରମରେ ଲାଇବ୍ରେରୀ ଆସିଷ୍ଟାଣ୍ଟ-ସି ପଦବି ପାଇଁ ବିଏସସି ସହିତ ବି.ଲିବ୍. ଡିଗ୍ରି ଏବଂ କମ୍ପ୍ୟୁଟରାଇଜଡ୍ ଲାଇବ୍ରେରିରେ ଅତି କମରେ ଚାରି ବର୍ଷର ଅଭିଜ୍ଞତା ଆବଶ୍ୟକ। ଏହି ପଦବି ପାଇଁ ସର୍ବାଧିକ ବୟସ ସୀମା ୩୪ ବର୍ଷ ଧାର୍ଯ୍ୟ କରାଯାଇଛି।

ବେତନ କେତେ?

ଚୟନ ପ୍ରାର୍ଥୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ଏକ ଆକର୍ଷଣୀୟ ଦରମା ପାଇବେ। ବୈଜ୍ଞାନିକ-ସି ପଦବି ପାଇଁ  ୫୬,୧୦୦ ରୁ ୧,୭୭,୫୦୦ପ୍ରତି ମାସକୁ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନିଅର ଇଞ୍ଜିନିୟର-ସି ପଦବି ପାଇଁ ୩୫,୪୦୦ ରୁ ୧,୧୨,୪୦୦, ଲାଇବ୍ରେରୀ ଆସିଷ୍ଟାଣ୍ଟ-ସି ପଦବି ପାଇଁ ୩୫ ରୁ ୧,୧୨,୪୦୦ ଟଙ୍କା ଦରମା ରଖାଯାଇଛି।

ନିଯୁକ୍ତି ପ୍ରକ୍ରିୟା ପଦବି ଅନୁଯାୟୀ ଭିନ୍ନ ରହିଛି

ବୈଜ୍ଞାନିକ-ସି ପାଇଁ ପ୍ରଥମେ ଏକ ଲିଖିତ ପରୀକ୍ଷା କରାଯିବ, ତା’ପରେ ଏକ ସାକ୍ଷାତକାର ହେବ। ସେହିପରି ଜୁନିଅର ଇଞ୍ଜିନିୟର-ସି ଏବଂ ଲାଇବ୍ରେରି ଆସିଷ୍ଟାଣ୍ଟ-ସି ପାଇଁ ଲିଖିତ ପରୀକ୍ଷା ପରେ ଏକ ଦକ୍ଷତା ପରୀକ୍ଷା କିମ୍ବା ଟ୍ରେଡ ପରୀକ୍ଷା କରାଯିବ। ପ୍ରାର୍ଥୀଙ୍କ ପ୍ରଦର୍ଶନ ଉପରେ ଆଧାର କରି ଚୂଡ଼ାନ୍ତ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ।

କିପରି ଆବେଦନ କରିବେ?

ପ୍ରାର୍ଥୀମାନେ https://www.iuac.res.in/ର ସରକାରୀ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ, ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ ଏବଂ ତା’ପରେ ଆବେଦନ ଫର୍ମରେ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରିବାକୁ ପଡିବ। ପରବର୍ତ୍ତୀ ସମୟରେ, ଆବଶ୍ୟକୀୟ ଡକ୍ୟୁମେଣ୍ଟ, ଫଟୋଗ୍ରାଫ୍ ଏବଂ ଦସ୍ତଖତ ଅପଲୋଡ୍ କରିବା ପରେ ଆବେଦନ ଦାଖଲ କରିବାକୁ ପଡିବ। ଯଦି କୌଣସି ପଦବୀ ପାଇଁ ଆବେଦନ ଫି ପ୍ରଯୁଜ୍ୟ ହୁଏ, ତେବେ ତାହା ଅନଲାଇନରେ ମଧ୍ୟ ଦେବାକୁ ପଡିବ। ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.