IT Skills Training ୫,୪୨୨ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କୁ ଆଇଟି ଦକ୍ଷତା ତାଲିମ, ଆଜିଠାରୁ ଆରମ୍ଭ ପ୍ରଶିକ୍ଷଣ

23 hours ago 3
ARTICLE AD BOX

୨,୭୧୧ ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀ ହେବେ ପ୍ରଶିକ୍ଷିତ

ନାମ ପଞ୍ଜୀକରଣ ସମ୍ପୂର୍ଣ୍ଣ, ଆଜିଠାରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ

ଭୁବନେଶ୍ୱର: ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ ସୂଚନା ପ୍ରଯୁକ୍ତି (ଆଇଟି) ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି (ଶୁକ୍ରବାର)ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।

PACS: ବ୍ୟବସାୟିକ ବିବିଧକରଣ ଏବଂ ଭବିଷ୍ୟତ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଅତିରିକ୍ତ ସଚିବ

ଲୋକସେବା ଭବନସ୍ଥିତ ଷ୍ଟେଟ୍‌ କନଭେନସନ ସେଣ୍ଟରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ  ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ  ପ୍ୟାକ୍ସ/ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ନିଜ Authorized Learning Centre (ALC)ରୁ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

Betnoti LAMPS ୪୧ଲକ୍ଷ ଟଙ୍କାର ଜାଲିଆତି, ପ୍ରାକ୍ତନ ବେତନଟି ଲ୍ୟାମ୍ପ୍‌ ପରିଚାଳନା ନିର୍ଦ୍ଦେଶକ ଗିରଫ

ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଦ୍ୱାରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨,୭୧୧ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରୁ ୫,୪୨୨ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି। ପ୍ରତ୍ୟେକ ପ୍ୟାକ୍ସ/ଲ୍ୟାମ୍ପସ୍‌ରୁ ଦୁଇଜଣ ଅଧିକାରୀଙ୍କୁ ଏଥିରେ ସାମିଲ କରାଯାଉଛି। ପ୍ରଶିକ୍ଷଣ ପାଇଁ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ଏବଂ ଆଜିଠାରୁ ପ୍ରଶିକ୍ଷଣର ଔପଚାରିକ ଶୁଭାରମ୍ଭ ହୋଇଛି।

Mathili LAMPS scam ମାଥିଲି ଲ୍ୟାମ୍ପସରୁ ୨.୪୯ ଲକ୍ଷ ଗାଏବ: ରାଜ୍ୟ ସମବାୟ ସମିତି ରେଜିଷ୍ଟାରର ତଦନ୍ତ ଆରମ୍ଭ

ରାଜ୍ୟବ୍ୟାପୀ ୫୪୦ଟି OKCL ଅଧିକୃତ ଶିକ୍ଷା କେନ୍ଦ୍ର (ALC) ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ପ୍ୟାକ୍ସ/ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ଅଞ୍ଚଳ ନିକଟସ୍ଥ ALCରୁ ପ୍ରଶିକ୍ଷଣ ଗ୍ରହଣ କରିପାରିବେ। 

ଏହି ଅବସରରେ କମିଶନର-ତଥା-ସଚିବ, ସମବାୟ ବିଭାଗ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତିର ନିବନ୍ଧକ ମନୀଷ ଅଗ୍ରୱାଲ, ସମବାୟ ସମିତିର ଅତରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ ଓ ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡ ମନୋରଞ୍ଜନ ପୁଥାଲଙ୍କ ସମେତ  ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.