ISRO: ଇସ୍ରୋକୁ ପୁଣି ବୋମା ଧମକ

1 hour ago 1
ARTICLE AD BOX

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବେଙ୍ଗାଲୁରୁସ୍ଥିତି ମୁଖ୍ୟାଳୟକୁ ପୁଣି ଥରେ ବୋମା ଧମକ ମିଳିଛି। ଇ-ମେଲ୍‌ ଜରିଆରେ ଏହି ଧମକ ମିଳିବା ପରେ ପ୍ରତିଷ୍ଠାନ ପରିସରରେ ବ୍ୟାପକ ଯାଞ୍ଚ କରାଯାଇଛି।

 ଇସ୍ରୋକୁ ପୁଣି ବୋମା ଧମକ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବେଙ୍ଗାଲୁରୁସ୍ଥିତି ମୁଖ୍ୟାଳୟକୁ ପୁଣି ଥରେ ବୋମା ଧମକ ମିଳିଛି। ଇ-ମେଲ୍‌ ଜରିଆରେ ଏହି ଧମକ ମିଳିବା ପରେ ପ୍ରତିଷ୍ଠାନ ପରିସରରେ ବ୍ୟାପକ ଯାଞ୍ଚ କରାଯାଇଛି। ତେବେ କୌଣସି ସନ୍ଦିଗ୍ଧ ସାମଗ୍ରୀ ନମିଳିବାରୁ ଏହା ଏକ ମିଛ ଧମକ ଥିଲା ବୋଲି ପୁଲିସ କହିଛି। ଧମକ ମିଳିବା ପରେ ପୁଲିସ ସମେତ ସନ୍ଧାନୀ କୁକୁର ଓ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ ଇସ୍ରୋର ନ୍ୟୁ ବିଇଏଲ୍‌ ରୋଡ୍‌ସ୍ଥିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଇସ୍ରୋର ଅଫିସିଆଲ ଇମେଲ୍‌ ଆଇଡିରେ ଉକ୍ତ ଧମକ ଆସିଥିଲା। ମୁଖ୍ୟାଳୟରେ ବୋମା ବିସ୍ଫୋରଣ କରାଯିବ ବୋଲି ସେଥିରେ ଉଲ୍ଲେଖ ରହିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସବୁ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାର କରାଯାଇ ଯାଞ୍ଚ କରାଯାଇଥିଲା। ଉକ୍ତ ଇମେଲ୍‌ କେଉଁଠୁ ଆସିଛି ତାହାର ତଦନ୍ତ ସଞ୍ଜୟ ନଗର ପୁଲିସ ଆରମ୍ଭ କରିଛି। ଗତ ୨ ତାରିଖରେ ଆସିଥିବା ମିଛ ଧମକ ଇମେଲ୍‌ ସହିତ ଏହାର କୌଣସି ସମ୍ପର୍କ ଅଛି କି ନାହିଁ ତାହାର ଖୋଳତାଡ଼ କରାଯାଉଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.