ARTICLE AD BOX
ୱାସିଂଟନ:ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଇସ୍ରାଏଲଗୁଇନ୍ଦା ତଥ୍ୟ ବିବାଦକୁ ଅଧିକ ବୃଦ୍ଧି କରିବାକୁ ଇନ୍ଧନ ଯୋଗାଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଇରାନ ପୁଣି ଥରେ ଷଡ଼୍ଯନ୍ତ୍ର କରୁଥିବା ଇସ୍ରାଏଲ ୱାସିଂଟନକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରିଛି। ଟ୍ରମ୍ପଙ୍କ ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳ ସମୟରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର କୁଦ୍ସ ଫୋର୍ସର ପୂର୍ବତନ କମାଣ୍ଡର କାସେମ୍ ସୋଲେମାନିଙ୍କ ହତ୍ୟାକୁ ନେଇ ମଧ୍ୟ ଇରାନ ଦୀର୍ଘ ଦିନ ହେଲା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପଣ କରିଛି। ଅନ୍ୟପକ୍ଷରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲ ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ବେଳେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ତେହେରାନରେ ଦାବି ଉଠିଥିଲା।
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ଚେତାବନୀ ଚଳିତ ସପ୍ତାହରେ ଦିଆଯାଇଥିଲା। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଗତ କିଛି ସପ୍ତାହ ଧରି ଟ୍ରମ୍ପଙ୍କୁ ଟାର୍ଗେଟ କରି ହତ୍ୟା ଷଡ଼୍ଯନ୍ତ୍ର କରିବାକୁ ସୂଚନା ଦେଉଥିବା ଏକ ସୂତ୍ର ଉପରେ ନଜର ରଖିଥିଲେ। ତଥାପି ଇସ୍ରାଏଲୀ ଚେତାବନୀ ନୂତନ ରହିଛି କାରଣ ଏହା ଏକ ନିର୍ଦ୍ଦିଷ୍ଟ କଥିତ ଷଡ଼ଯନ୍ତ୍ରକୁ ଉଲ୍ଲେଖ କରିଛି। ତେବେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ଇସ୍ରାଏଲ ଏହି ଗୁଇନ୍ଦା ରିପୋର୍ଟ ପ୍ରଦାନ କରିଥାଇ ପାରେ ବୋଲି ଅନେକ ଆମେରିକୀୟ ଅଧିକାରୀ କହିଛନ୍ତି। ଆମେରିକା ଇରାନ ଉପରେ ଆକ୍ରମଣକୁ ଅଧିକ ଜୋରଦାର କରିବ କି ନାହିଁ ସେ ଉପରେ ଟ୍ରମ୍ପ ବିଚାର କରୁଥିବାବେଳେ ଇସ୍ରାଏଲ ଏପରି ସୂଚନା ଅଧିକ ଉତ୍ତେଜନା ବୃଦ୍ଧି କରିବାର ସମ୍ଭାବନା ରହିଛି। ବୁଧବାର ଟ୍ରମ୍ପ ତୁର୍କୀର ଆଙ୍କାରାରେ ମଧ୍ୟ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଥିଲେ।
ଯୁଦ୍ଧବିରତି ପାଇଁ ଶାନ୍ତି ଚୁକ୍ତି ହୋଇଥିଲା
ଅନ୍ୟ ପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମ୍ପର୍କ ଗତ କିଛି ସପ୍ତାହ ହେଲା ତିକ୍ତ ହୋଇଯାଇଛି। ଇସ୍ରାଏଲ ତା’ର ଲକ୍ଷ୍ୟ ହାସଲ କରିବାକୁ ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଚାହୁଁଥିଲାବେଳେ ବିଶ୍ବ ଅର୍ଥନୀତି ଉପରେ ଚାପ ସୃଷ୍ଟି ହେବା ଆଶଙ୍କାରେ ଟ୍ରମ୍ପ ଯୁଦ୍ଧ ବନ୍ଦ ହେଉ ବୋଲି ଚାହୁଁଥିଲେ। ଆମେରିକା-ଇରାନ ଗତସପ୍ତାହରେ ଯୁଦ୍ଧବିରତି ପାଇଁ ଶାନ୍ତି ଚୁକ୍ତି କରିଥିଲେ।
Donation Scam: ରାମ ମନ୍ଦିରରୁ ଚୋରି ଦାନ ଅର୍ଥ ଷ୍ଟକ୍ ମାର୍କେଟରେ ନିବେଶ: ୩୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଗୁରୁବାର ଟ୍ରମ୍ପ ଓ ନେତାନ୍ୟାହୁ ଫୋନ୍ ଯୋଗେ କଥା ହୋଇଥିଲେ। ଦୁଇ ରାଷ୍ଟ୍ରମୁଖ୍ୟ ଦୁଇ ଦେଶ ମଧ୍ୟରେ ସମନ୍ୱୟ ଜାରି ରଖିବାକୁ ସହମତ ହୋଇଛନ୍ତି। ବିବୃତିରେ ଆହୁରି କୁହାଯାଇଛି ଯେ, ଟ୍ରମ୍ପ ନେତାନ୍ୟାହୁଙ୍କୁ ମଧ୍ୟପ୍ରାଚ୍ୟରେ ସାମ୍ପ୍ରତିକ ଆମେରିକାର କାର୍ଯ୍ୟକଳାପ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ପୂର୍ବ ରିପୋର୍ଟ ଅନୁଯାୟୀ, ଇରାନ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରମ୍ପ ଓ ନେତାନ୍ୟାହୁ ବାରମ୍ବାର ଯୋଗାଯୋଗରେ ଥିଲେ। ଇସ୍ରାଏଲୀ ନେତା ବିଳମ୍ବିତ ରାତିର ଫୋନ ଯୋଗେ ଗୁପ୍ତ ସୂଚନା ଓ ସାମରିକ ଲକ୍ଷ୍ୟ ବିଷୟରେ ଆଲୋଚନା କରୁଥିଲେ। କିନ୍ତୁ ଯୁଦ୍ଧବିରତି ଚୁକ୍ତି ହେବା ପରେ ଟ୍ରମ୍ପ ଓ ନେତାନ୍ୟାହୁଙ୍କ ସମ୍ପର୍କ ଖରାପ ହୋଇଥିଲା।

1 hour ago
1


