irrigation Project: ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ; ଉପକୃତ ହେବେ ୬୦୨୫ ଚାଷୀ

1 hour ago 1
ARTICLE AD BOX

ରାଇରଙ୍ଗପୁର/ଜାମଦା: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଜାମଦା ବ୍ଲକ ଅନ୍ତର୍ଗତ ଜାମଦା ବ୍ଲକ ପଡିଆ ଠାରେ କେନ୍ଦୁଝର ର ରାଇକଳା ସଭାସ୍ଥଳରୁ ଆଭାସୀ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଇଜ୍ ଟିପି ଜାମଦା ବ୍ଲକର ଜାରକାଣୀ ଠାରେ ପାର୍ବତୀ ଗିରି ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ। ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର କୃଷି ଓ ଚାଷୀଙ୍କ ଉନ୍ନତି ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। 

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ‘ଜାରକାଣୀ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ’ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ବାଲିମୁଣ୍ଡା ନଦୀର ଜଳକୁ ଉପଯୋଗ କରି କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର କୃଷିଭିତ୍ତିକ ଅର୍ଥନୀତି ସୁଦୃଢ଼ ହେବା ସହ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। 

ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ନିମନ୍ତେ ମୋଟ ୨୭.୨୨ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ପରେ ମୋଟ ୩ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୦ଟି ଗ୍ରାମର ୧୨୯୭ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ପାଇବେ। ଏହାଦ୍ୱାରା ଅଞ୍ଚଳର ପ୍ରାୟ ୬,୦୨୫ ଜଣ ଚାଷୀ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ। ତେବେ ପ୍ରକଳ୍ପ ଅଧୀନରେ ଥିବା ୧୦ଟି ଗ୍ରାମର ଜଳସେଚନ କ୍ଷେତ୍ର ଗୁଡ଼ିକ ହେଲା ମରଣ୍ଡା ଗ୍ରାମ ପଞ୍ଚାୟତର ନହରଡା ଗ୍ରାମର୧୬୧ ହେକ୍ଟର,ଦଲକିର ୨୪୮ ହେକ୍ଟର,କଳାପାଣି ୧୨୪ ହେକ୍ଟର, ପାସନା ଗ୍ରାମ ପଞ୍ଚାୟତର ହେସଲପାଟାର ୯୭ ହେକ୍ଟର,ଦୁନ୍ଦୁର ୮୭ ହେକ୍ଟର, ଜାରକାଣି ଗ୍ରାମ ପଞ୍ଚାୟତ ପିଟିଧିରି ଗ୍ରାମର ୯୭ ହେକ୍ଟର, ଦୌଉଣ୍ଡା ଗ୍ରାମର ୧୪୭ ହେକ୍ଟର, ଜାରକାଣି (୨୩୧ ହେକ୍ଟର), ଦିଗି ଗ୍ରାମର ୩୦ ହେକ୍ଟର, ଉଲିଡିହିର ୨୪ ହେକ୍ଟର ଜମିରେ ଚାଷୀଙ୍କ ପାଇଁ ବହୁବିଧ ଲାଭ ପାଇବେ।

ପୌଷରେ ଶୁଖିଗଲା ଟିକିରା ନଦୀ: କାମରେ ଆସୁନି ଉଠାଜଳସେଚନ ପ୍ରକଳ୍ପ

ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚ ଗୁଣବତ୍ତା ରକ୍ଷା କରି ଶେଷ କରିବା ସହିତ ସମସ୍ତ ଯୋଗ୍ୟ ଚାଷୀଙ୍କ ଜମିରେ ଜଳ ପହଞ୍ଚାଇବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦେଇଥିଲେ। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଭାଗୀୟ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଶତାଧିକ ସ୍ଥାନୀୟ ଚାଷୀ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଭାବେ ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ୍, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ,ଜାମଦା ବିଡ଼ିଓ ଦେବାଶିଷ ପଣ୍ଡା, ଜାମଦା ଅତିରିକ୍ତ ତହସିଲଦାର , ଏସଡିଓ ଲସ ହେମ୍ବ୍ରମ୍, କନିଷ୍ଠ ଯନ୍ତ୍ରୀ ବାଳଗୋବିନ୍ଦ ସେଠୀ,ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ୍, ସମାଜସେବକ ବିଜୁ ଗୋପାଳ ଗୋପ ପ୍ରମୁଖ ଉପସ୍ଥିତ ଥିଲେ। ପରିବେଶବିତ୍ ଲଳିତ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.