ARTICLE AD BOX
ତେହେରାନ:ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମେନିଙ୍କ ଅନ୍ତିମ ସଂସ୍କାରର କିଛି ଘଣ୍ଟା ପରେ ଇରାନରେ ଗୁରୁବାର ପୁଣି ଥରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଇରାନର ପରମାଣୁ ପ୍ଲାଣ୍ଟ ଥିବା ବୁଶେହର ଓ ନିକଟସ୍ଥ ଚୋଘଡାକ ସହର ଆଖପାଖରେ ଏକାଧିକ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଦାୟିଣାତ୍ୟ ସହର କୋନାରାକରେ ମଧ୍ୟ ତିନିଟି ବିସ୍ଫୋରଣ ହୋଇଥିଲା ବୋଲି ମେହର ନ୍ୟୁଜ୍ ଏଜେନ୍ସି ସୂଚନା ଦେଇଛି। ତେବେ ଏହି ସଦ୍ୟ ଆକ୍ରମଣକୁ ଆମେରିକା ଖଣ୍ଡନ କରିଛି। ବିସ୍ଫୋରଣ ପରେ ପରେ ଆମେରିକା ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍) ଗତ କିଛି ଘଣ୍ଟା ହେଲା ଇରାନ ଉପରେ ସେ ଆକ୍ରମଣ କରିନଥିବା କହିଛି। ଜୁନ୍ରେ ଆମେରିକା-ଇରାନ ଯୁଦ୍ଧବିରତି ପାଇଁ ଚୁକ୍ତି କରିଥିଲେ ମଧ୍ୟ ଗତ ମଙ୍ଗଳବାର ଉଭୟ ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଆମେରିକାର ଇରାନ ପରେ ଆକ୍ରମଣ ପ୍ରତିବାଦରେ ତେହେରାନ୍ କତର, ବାହାରିନ୍, କୁଏତ ପରି ଉପସାଗରୀୟ ଦେଶମାନଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲା।
NASA ISS Mission: ୧୪ ଜୁଲାଇରେ ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଯାତ୍ରୀ ଅନିଲ ମେନନ୍
ମେହର ନ୍ୟୁଜ ଏଜେନ୍ସି ବିସ୍ଫୋରଣର କାରଣ, କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରିନାହିଁ। ନ୍ୟୁଜ ଏଜେନ୍ସି ବନ୍ଦର ଆବାସରେ ବିସ୍ଫୋରଣ ସମ୍ପର୍କିତ ପୂର୍ବ ରିପୋର୍ଟକୁ ଅସ୍ୱୀକାର କରିଛି। ବୁଶେହରର ରାଜନୈତିକ ଓ ସୁରକ୍ଷା ବ୍ୟାପାର ଡେପୁଟି ଗଭର୍ନର ଏହସାନ ଜାହାନିୟାନ ସରକାରୀ ଗଣମାଧ୍ୟମ ଆଇଆର୍ଏନ୍ଏକୁ କହିଛନ୍ତି ଯେ, ସହରରେ ବିସ୍ଫୋରଣ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ହୋଇଥିଲା। ବୁଶେହର୍ ଉପକଣ୍ଠରେ ଥିବା ଏକ ସାମରିକ କାର୍ଯ୍ୟାଳୟ ଉପରେ ପ୍ରୋଜେକ୍ଟାଇଲ ମାଡ଼ ହୋଇଥିବା ଜାହାନିୟାନ କହିଛନ୍ତି।
ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ
ଇରାନରେ ବିସ୍ଫୋରଣର ଖବର ଆସିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ,ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଫୋନରେ କଥା ହୋଇଛନ୍ତି। ଦୁଇଦେଶ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ଜାରି ରଖିବାକୁ ରାଜି ହୋଇଛନ୍ତି। ଗୁରୁବାର ଦକ୍ଷିଣ ଇସ୍ରାଏଲର ହାଟଜେରିମ୍ ବାୟୁସେନା ଘାଟିରେ ଏକ ବାୟୁସେନା ସ୍ନାତକ ସମାରୋହରେ ନେତାନ୍ୟାହୁ କହିଥିଲେ, ଇରାନ ଯୁଦ୍ଧ ଶେଷ ହୋଇନାହିଁ। ଇରାନକୁ ନେଇ ନୂଆ ଚ୍ୟାଲେଞ୍ଜ ରହିଛି। ଇସ୍ରାଏଲର ସେନା ମୁଖ୍ୟ ଇୟାଲ ଜମିର୍ ମଧ୍ୟ ଇରାନ ବିରୋଧରେ ସାମରିକ ଅଭିଯାନ ଶେଷ ହୋଇନଥିବା କହିଛନ୍ତି। ଆବଶ୍ୟକ ହେଲେ ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ପ୍ରସ୍ତୁତ ଥିବା ତେଲ୍ ଅଭିଭ୍ର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ ମନ୍ତ୍ରୀ କହିଛନ୍ତି। ଆମେରିକା-ଇରାନ ସଦ୍ୟ ଆକ୍ରମଣ ଓ ଉତ୍ତେଜନା ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ତେହେରାନ ଆକ୍ରମଣ ପରେ ଆରମ୍ଭ ହୋଇଥିଲା। ହର୍ମୁଜ ପ୍ରଣାଳୀରେ ଓମାନ ଉପକୂଳ ନିକଟରେ କତର ଓ ସାଉଦି ଆରବର ଜାହାଜ ଯାଉଥିବାବେଳେ ଇରାନ ଆକ୍ରମଣ କରିଥିଲା।

1 hour ago
1


