Iran: ‘ଆଉ ଥରେ ଭୁଲ୍‌ କଲେ ଯୁଦ୍ଧ କେଉଁଠି ହେବ ଆମେ ସ୍ଥିର କରିବୁ’ ଆମେରିକାକୁ ଇରାନର ଚେତାବନୀ

13 minutes ago 1
ARTICLE AD BOX

ତେହେରାନ: ଆମେରିକାଆଉ ଥରେ ଭୁଲ୍‌ କଲେ ଯୁଦ୍ଧ କେଉଁଠି ହେବ ତାହା ଇରାନର ସଶସ୍ତ୍ର ବାହିନୀ ସ୍ଥିର କରିବେ ବୋଲି ଚେତାବନୀ ଦେଇଛନ୍ତି ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍‌। ଆମେରିକା ପୁଣି ଆକ୍ରମଣ କଲେ ଏହାର ଜବାବ ଦେବାକୁ ଇରାନର ସାମରିକ ବାହିନୀ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ଆମେରିକା ଇରାନର ୭ଟି ସର୍ତ୍ତ ଗ୍ରହଣ କଲେ ଆଲୋଚନା ମାଧ୍ୟମରେ ଚୁକ୍ତିର ରାସ୍ତା ଖୋଲିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ରବିବାର ଇରାନ ସଂସଦର ଏକ ଖୋଲା ଅଧିବେଶନରେ ଉଦ୍‌ବୋଧନ ଦେଇ ଗାଲିବାଫ୍‌ କହିଥିଲେ, ଆମେରିକା ଆଲୋଚନାର ପଥ ବାଛୁ କି ଯୁଦ୍ଧର ପଥ, ଏଥିରେ ଇରାନର କିଛି ଯାଏ ଆସେ ନାହିଁ। ତେହେରାନର ୭ଟି ଯୁକ୍ତିଯୁକ୍ତ ସର୍ତ୍ତକୁ ୱାସିଂଟନ ଗ୍ରହଣ କଲେ ଚୁକ୍ତି ପାଇଁ ଦ୍ୱାର ଖୋଲା ରହିବ। ଅନ୍ୟଥା ଆମେରିକା ଆଉ ଏକ ଭୁଲ୍‌ କଲେ ଯୁଦ୍ଧର ଭୌଗୋଳିକ ସ୍ଥିତି ଇରାନର ସଶସ୍ତ୍ର ବାହିନୀ ନିର୍ଦ୍ଧାରଣ କରିବେ। ଇରାନ ଆଉ ଦୀର୍ଘଦିନ ଧରି ଯୁଦ୍ଧ ଓ ଶାନ୍ତି ମଧ୍ୟବର୍ତ୍ତୀ ଅନିଶ୍ଚିତ ସ୍ଥିତିରେ ରହିବାକୁ ଚାହୁନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: Delhi: ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ, ୫୪ଟି ବାୟୁ ମାନ ଯାଞ୍ଚ କେନ୍ଦ୍ରରୁ ୪୭ଟିରେ ଅତି ଖରାପ, ୭ଟିରେ ଗମ୍ଭୀର ସ୍ଥିତି

ଗାଲିବାଫ୍‌ଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପୁଣି ଆକ୍ରମଣ କରିବା ନେଇ ଧମକ ଦେବା ସହ ଯୁଦ୍ଧ ବନ୍ଦ କରିବାର ସଙ୍କେତ ମଧ୍ୟ ଦେଉଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ଟ୍ରମ୍ପ ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ଓ ତୁର୍କୀର ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଉଭୟ ନେତା ଇରାନ ଉପରେ ପୁଣି ଆକ୍ରମଣ ନ କରିବାକୁ ଟ୍ରମ୍ପଙ୍କୁ ପରାମର୍ଶ ଦେଇଥିବା ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅକ୍ଟୋବର ୩୧ରେ ଟ୍ରମ୍ପ ସାଉଦି ଯୁବରାଜଙ୍କୁ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ କରିବା ଯୋଜନା ସମ୍ପର୍କରେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ଇରାନ ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣା ପ୍ରଭାବ ପକାଉଥିବା ଦର୍ଶାଇ ସାଉଦି ଯୁବରାଜ ତାଙ୍କୁ ଆକ୍ରମଣରୁ ବିରତ ରହିବାକୁ ଅନୁରୋଧ କରିଥିଲେ।

ଆହୁରି ପଢନ୍ତୁ: BJP: ଇଟାଲୀୟ ନେତାଙ୍କ ‘ଭୋଟ ଚୋର’ ସ୍ଲୋଗାନକୁ ନେଇ ଝଡ଼, ରାହୁଲଙ୍କ ହସକୁ ‘ଦେଶଦ୍ରୋହ’ କହିଲା ବିଜେପି

ଏପଟେ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତି ବଢ଼ାଇବାକୁ ପ୍ରସ୍ତୁତି ଚଳାଇଛି। ୟୁଏସ୍‌ଏସ୍‌ ଥିଓଡୋର ରୁଜଭେଲ୍ଟ ବିମାନବାହୀ ଯୁଦ୍ଧଜାହାଜ ଏହି ଅଞ୍ଚଳରେ ପହଞ୍ଚିବାକୁ ଯାଉଛି। ଆବଶ୍ୟକ ପଡ଼ିଲେ ତୃତୀୟ ବିମାନବାହୀ ଯୁଦ୍ଧଜାହାଜକୁ ମଧ୍ୟ ଏଠାକୁ ପଠାଯାଇପାରେ। ଇରାନର ଭୂତଳ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ପୁଣି ଆକ୍ରମଣ କରିବାର ବିକଳ୍ପ ମଧ୍ୟ ଆମେରିକା ବିଚାର କରୁଥିବା ରିପୋର୍ଟରେ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.