ARTICLE AD BOX
ତେହେରାନ: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ସତ୍ତ୍ୱେ, ତେହେରାନ ୱାସିଂଟନ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ। ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ପୁଣି ଥରେ ଖୋଲିବା ପାଇଁ ଇରାନ ଉପରେ ଲଗାତାର ଚାପ ପକାଇ ଆସୁଛନ୍ତି। ଇରାନ ଏବେ ଏନେଇ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍କା ଦେଇଛି। ଇରାନ ନାଲିଆଖି ଦେଖାଇ କହିଛି ଯେ,୨୦୨୯ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ଆଉ ଖୋଲାଯିବ ନାହିଁ। ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆମେରିକା ସହିତ ଆଲୋଚନା କରାଯିବ।ଟ୍ରମ୍ପ ପ୍ରଶାସନ ସହିତ ଭବିଷ୍ୟତରେ କୌଣସି ଆଲୋଚନା କରିବାକୁ ଇରାନ ମନା କରିଦେଇଛି। ଇରାନ କହିଛି ଯେ, ଆମେ ୨୦ ଜାନୁଆରି ୨୦୨୯ରେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବୁ। ଏହି ବିବୃତି ଆମେରିକା ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଇରାନ କହିଛି, ଆମ ଅପେକ୍ଷା କରିବାକୁ ଇଚ୍ଛୁକ, କିନ୍ତୁ ଟ୍ରମ୍ପଙ୍କ ଅଧୀନରେ କୌଣସି ମୂଲ୍ୟରେ ଆପୋଷ ବୁଝାମଣା କରିବୁ ନାହିଁ।
ଆହୁରି ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ
ଇରାନୀ ଗଣମାଧ୍ୟମ ଏବଂ ସଂସଦ ବାଚସ୍ପତି ମହମ୍ମଦ ବାକର ଗାଲିବାଫଙ୍କ ପରାମର୍ଶଦାତା ମାଜିଜ୍ ଶାକେରିଙ୍କ ଏକ ବିବୃତି ଅନୁଯାୟୀ, ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ତେହେରାନ ନିଜର ବର୍ତ୍ତମାନର ରଣନୀତି ଜାରି ରଖିବ। ଏହା ସହିତ ଇରାନ ନିଜର ତିନୋଟି ପୂର୍ବ ସର୍ତ୍ତକୁ ଦୋହରାଇ ଟ୍ରମ୍ପ ପ୍ରଶାସନକୁ ଏକ ଜଟିଳ ସମସ୍ୟାରେ ପକାଇଛି।
ଆମେରିକା ସହିତ ଆଲୋଚନା ପୁଣି ଆରମ୍ଭ କରିବା ପାଇଁ ଇରାନ କିଛି ପ୍ରମୁଖ ସର୍ତ୍ତ ମଧ୍ୟ ରଖିଛି। ଏଥିରେ ପ୍ରାୟ ୩୦୦ ବିଲିୟନ ଡଲାର କ୍ଷତିପୂରଣ, ଜବତ ସମ୍ପତ୍ତି ମୁକ୍ତ କରିବା ଏବଂ ଆମେରିକୀୟ ସେନା ପ୍ରତ୍ୟାହାର ଦାବି ଅନ୍ତର୍ଭୁକ୍ତ ରହିଛି। ତେହେରାନ କହିଛି ଯେ ଯେପର୍ଯ୍ୟନ୍ତ ଆମେରିକା ଏହି ଦାବିଗୁଡ଼ିକୁ ଗ୍ରହଣ କରିବ ନାହିଁ, ସେପର୍ଯ୍ୟନ୍ତ ଆଲୋଚନା ଆଗକୁ ବଢ଼ିବା ଅସମ୍ଭବ। ଯୁଦ୍ଧ ସମୟରେ ହୋଇଥିବା କ୍ଷତି ଏବଂ ଚୁକ୍ତିନାମାର କଥିତ ଉଲ୍ଲଂଘନ ପାଇଁ କ୍ଷତିପୂରଣ ମଧ୍ୟ ଇରାନ ଦାବି କରିଛି।
ଆହୁରି ପଢ଼ନ୍ତୁ: ବୁଧବାର ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

1 hour ago
1


