International Literacy Day: ଆନ୍ତର୍ଜାତିକ ସାକ୍ଷରତା ଦିବସ

8 hours ago 2
ARTICLE AD BOX

ଆଜି ହେଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଲୋକଙ୍କ ଭିତରେ ସାକ୍ଷରତାର ଗୁରୁତ୍ବ ବାବଦରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ବ୍ୟକ୍ତିଗତ ସ୍ତରରେ ଜଣଙ୍କର ଜୀବନ ଓ ସାମୂହିକ ଭାବରେ ଦେଶର ଅର୍ଥନୀତିର ପ୍ରମୁଖ ଉପାଦାନ ହେଉଛି ସାକ୍ଷରତା। ଏହା ଜଣେ ବ୍ୟକ୍ତିର ଚିନ୍ତାଧାରା, ଭାବନା ଓ ଅନୁଭବକୁ ଲେଖିବା ଓ ବ୍ୟକ୍ତ କରିବା ପାଇଁ ମୌଳିକ ଦକ୍ଷତା ଯୋଗାଇଥାଏ। ଏହା ପ୍ରତ୍ୟେକ ବ୍ୟକ୍ତିର ଆତ୍ମମର୍ଯ୍ୟାଦା ଓ ଶିକ୍ଷା ଅଧିକାର ହାସଲ ପାଇଁ ଅପରିହାର୍ଯ୍ୟ। ୧୯୬୫ରେ ତେହରାନ୍‌ଠାରେ ଅନୁଷ୍ଠିତ ୟୁନେସ୍କୋର ଚତୁର୍ଦ୍ଦଶ ଅଧିବେଶନରେ ଏପରି ଏକ ଦିବସ ପାଳନର ପରିକଳ୍ପନା କରାଯାଇଥିଲା ଏବଂ ୧୯୬୬ ଅକ୍‌ଟୋବର ୨୬ରେ ଏ ସଂକ୍ରାନ୍ତ ଏକ ସଂକଳ୍ପ ପାରିତ ହୋଇଥିଲା।

Unprotected temple: ଅସୁରକ୍ଷିତ ମନ୍ଦିର, ଅସହାୟ ଦେବତା

ତଦନୁସାରେ ୧୯୬୭ ମସିହାରୁ ପ୍ରତି ବର୍ଷ ସେପ୍‌ଟେମ୍ବର ୮ ତାରିଖରେ ହିଁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଆସୁଛି। ଉଦ୍ଦେଶ୍ୟ ହେଉଛି, ନିରକ୍ଷରତାର ମୁକାବିଲା କରିବା ଏବଂ ବ୍ୟକ୍ତି ଓ ସମୁଦାୟକୁ ସଶକ୍ତ କରିବା ପାଇଁ ସାକ୍ଷରତାକୁ ଏକ ଉପକରଣ ଭାବେ ପ୍ରୋତ୍ସାହିତ କରିବା। ଭାରତୀୟ ଜାତୀୟ ସର୍ବେକ୍ଷଣର ତଥ୍ୟ ଅନୁସାରେ, ୨୦୧୧ ମସିହାରେ ଦେଶର ସାକ୍ଷରତା ହାର ୭୩ ପ୍ରତିଶତ ଥିବାବେଳେ ‘ପିରିଅଡିକ୍‌ ଲେବର୍‌ ଫୋର୍ସ ସର୍ଭେ ୨୦୨୩-୨୪’ର ତଥ୍ୟ ଅନୁସାରେ ଏହା ୮୦.୯%କୁ ବୃଦ୍ଧି ପାଇସାରିଲାଣି। ଏ ବର୍ଷ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନର ବିଷୟବସ୍ତୁ ହେଉଛି: ‘ମାନବ, ପୃଥିବୀ ଓ ସମୃଦ୍ଧି ପାଇଁ ସାକ୍ଷରତା।’

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.