Intermittent Fasting Risks: ଇଣ୍ଟରମିଟେଣ୍ଟ ଫାଷ୍ଟିଂ ହୃଦ୍‌ରୋଗର ଆଶଙ୍କା ବଢ଼ାଉଛି କି? ଜାଣିବା କ୩ର କହୁଛି ତଥ୍ୟ...

3 hours ago 1
ARTICLE AD BOX

ଆଜିକାଲି ଓଜନ କମାଇବା ଏବଂ ଫିଟ୍ ରହିବା ପାଇଁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ବେଶ୍ ଲୋକପ୍ରିୟ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଦ୍ୱାରା ଓଜନ ହ୍ରାସ ଏବଂ ସୁଗାର ନିୟନ୍ତ୍ରଣ ଭଳି ସୁଫଳ ମିଳୁଥିଲେ ମଧ୍ୟ, ସାମ୍ପ୍ରତିକ ଗବେଷଣା ଏହାକୁ ନେଇ କିଛି ଗମ୍ଭୀର ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: ବର୍ଦ୍ଧିତ ଦରମା ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭ ପଦଯାତ୍ରା

ଗବେଷଣାରୁ ମିଳିଥିବା ତଥ୍ୟ
ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁମାନେ ଦିନସାରାରେ ମାତ୍ର ୮ ଘଣ୍ଟା ବା ତା’ଠାରୁ କମ୍ ସମୟ ମଧ୍ୟରେ ଆହାର ଗ୍ରହଣ କରନ୍ତି, ସେମାନଙ୍କ କ୍ଷେତ୍ରରେ ହୃଦ୍‌ରୋଗ ଜନିତ ମୃତ୍ୟୁର ଆଶଙ୍କା ପ୍ରାୟ ୯୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ବିଶେଷଜ୍ଞଙ୍କ ମତ
ହରମୋନ୍ ଓ ସୁଗାର୍‌ରେ ପରିବର୍ତ୍ତନ: ଡାକ୍ତରଙ୍କ ଅନୁସାରେ, ଦୀର୍ଘ ସମୟ ଉପବାସ ରହିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଶୀଘ୍ର କମିଯାଏ କିମ୍ବା ବଢ଼ିଯାଏ। ଏହାସହ ଷ୍ଟ୍ରେସ୍ ହରମୋନ୍ ବୃଦ୍ଧି ପାଇ ହୃଦୟ ଉପରେ ଚାପ ପକାଇଥାଏ, ଯାହାଫଳରେ ହୃଦ୍‌ସ୍ପନ୍ଦନ ଅନିୟମିତ ହୋଇପାରେ।

ଜଳୀୟ ଅଂଶ ଓ ଖଣିଜ ଲବଣର ଅଭାବ: ଦୀର୍ଘ ସମୟ ଖାଦ୍ୟ ନଖାଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦେଖାଦିଏ। ଏହାଯୋଗୁଁ ହୃଦୟ ପାଇଁ ଆବଶ୍ୟକ ହେଉଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଜରୁରୀ ଖଣିଜ ତତ୍ତ୍ୱ କମିଯାଏ, ଯାହା ହୃଦ୍‌ସ୍ପନ୍ଦନର ଗତିକୁ ପ୍ରଭାବିତ କରେ।

କେଉଁମାନେ ସତର୍କ ରହିବା ଉଚିତ୍?
ଯେଉଁମାନଙ୍କର ପୂର୍ବରୁ ଡାଇବେଟିସ୍, ହାଇ ବିପି  କିମ୍ବା ହୃଦ୍‌ରୋଗ ରହିଛି, ସେମାନଙ୍କ ପାଇଁ ଏହି ଉପବାସ ବିପଜ୍ଜନକ ହୋଇପାରେ।

ଯଦି ଏହି ଫାଷ୍ଟିଂ ସମୟରେ ଅତ୍ୟଧିକ କ୍ଲାନ୍ତି, ମୁଣ୍ଡ ବୁଲାଇବା, ଛାତିରେ ଅସହଜତା କିମ୍ବା ହୃଦ୍‌ସ୍ପନ୍ଦନ ତେଜ୍ ହେବା ଭଳି ଲକ୍ଷଣ ଦେଖାଯାଏ, ତେବେ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ।
ଉପବାସ କରିବା ଭୁଲ୍ ନୁହେଁ, କିନ୍ତୁ ଅତ୍ୟଧିକ କଠୋର ଏବଂ ବିନା ଯୋଜନାରେ କରାଯାଉଥିବା ଡାଏଟ୍ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ତେଣୁ ଜୀବନଶୈଳୀରେ କୌଣସି ବଡ଼ ପରିବର୍ତ୍ତନ କରିବା ପୂର୍ବରୁ ସର୍ବଦା ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଆହୁରି ପଢ଼ନ୍ତୁ: ଅଧିକ ଦାମ୍‌ରେ ଆମଦାନି ହେଉଛି ଖାଇବା ତେଲ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.