Inter-caste marriage: ଭିନ୍ନ ଜାତିରେ ବିବାହ, ଅଛୁଆଁ ହେଲା ଶବ: ଶ୍ମଶାନବନ୍ଧୁଙ୍କ ସହଯୋଗରେ ସତ୍କାର

41 minutes ago 1
ARTICLE AD BOX

ସୁନ୍ଦରଗଡ଼: ପ୍ରେମ କରିବା ଥିଲା ତାଙ୍କ ଅପରାଧ। ଆଉ ମରିବା ପରେ ବି ସେହି ଅପରାଧର ଦଣ୍ଡ ଭୋଗିବାକୁ ପଡ଼ିଲା ବାବୁ କେରକେଟାଙ୍କୁ। ଅନ୍ୟଜାତିରେ ବିବାହ ପାଇଁ ବଞ୍ଚିଥିବାବେଳେ ଜାତି ତାଙ୍କୁ ଅଲଗା କରିଥିଲା, ମୃତ୍ୟୁ ପରେ ତାଙ୍କ ଶବକୁ କେହି ଛୁଇଁଲେନି। ଜାତିଭାଇ ପାଖ ମାଡ଼ିଲେନି। ଶ୍ମଶାନବନ୍ଧୁଙ୍କ ସହଯୋଗରେ ଦାହସତ୍କାର ହେଲା ଏବଂ ୯ ବର୍ଷର କୁନିପୁଅ ବାପାଙ୍କ ମୁହଁରେ ନିଆଁ ଦେଲା। ଘୃଣ୍ୟ ଜାତିପ୍ରଥାର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ରେ।

ରାଜଗାଙ୍ଗପୁର ଥାନା ଲାଇଙ୍ଗ ଗ୍ରାମର ଯୁବକ ବାବୁ କେରକେଟା ଘରୋଇ ବସ୍ କଣ୍ଡକ୍ଟର ଭାବେ କାମ କରୁଥିଲେ। ୧୦ ବର୍ଷ ତଳେ ସେ ଧରୁଆଡିହି ଥାନା ଅନ୍ତର୍ଗତ ବାବୁଡିହି ଗାଁର ଗୀତାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ଭିନ୍ନ ଜାତିର ହୋଇଥିବାରୁ ସମାଜ ତାଙ୍କୁ ଜାତିରୁ ବାସନ୍ଦ କରି ଦେଇଥିଲା। ସେଦିନଠାରୁ ବାବୁ ଶ୍ୱଶୁରଘର ବାବୁଡିହିରେ ରହି ଆସୁଥିଲେ। ତାଙ୍କର ୧୦ ବର୍ଷର ଝିଅ ଓ ୯ ବର୍ଷର ପୁଅ ଅଛନ୍ତି।

କିଛିଦିନ ତଳେ ବାବୁ ଅସୁସ୍ଥ ହେବା ପରେ ସ୍ତ୍ରୀ ଗୀତା ତାଙ୍କୁ ସୁନ୍ଦରଗଡ଼ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୨୨ ତାରିଖରେ ତାଙ୍କ ଦେହାନ୍ତ ହୋଇଗଲା। ଲାଇଙ୍ଗ ଓ ବାବୁଡିହିର ପରିବାର ସହ ଜାତି ସମାଜକୁ ଖବର ଦିଆଯାଇଥିଲା। କିନ୍ତୁ ବାବୁଙ୍କ ଶବ ଛୁଇଁବାକୁ ସମସ୍ତେ ମନା କଲେ। ସୋମବାର ଅପରାହ୍ଣ ପର୍ଯ୍ୟନ୍ତ ବଡ଼ଡାକ୍ତରଖାନାରେ ଶବ ପଡ଼ି ରହିଥିଲା। ଶେଷରେ ସୁନ୍ଦରଗଡ଼ ସହରର ଅମର ମିଶ୍ର ଶ୍ମଶାନବନ୍ଧୁଙ୍କୁ ସହଯୋଗ କରିବାକୁ ଅନୁରୋଧ କରିବାରେ ସେମାନଙ୍କ ସହଯୋଗରେ ଶବକୁ ସ୍ୱର୍ଗଦ୍ୱାର ନିଆଗଲା। ଜାତି ହାରିଗଲା, ମାନବିକତା ଜିତିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.