Instagram Reel Scam: ‘୨୫ ଅଗଷ୍ଟରେ ଖୋଲିବ ବଡ଼ ରହସ୍ୟ’,  ଏହି ରିଲ୍‌ ଦେଖି ଚାଲିଗଲା  ୮ କୋଟି

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ‘୨୫ ଅଗଷ୍ଟରେ ଖୋଲିବ ଏମିତି ରହସ୍ୟ, ଯାହା ଦେଖିଲେ ଅନୁତାପ କରିବେ ନାହିଁ!’ ଏଭଳି ରିଲ୍ସ ଦେଖି ଲୋକଙ୍କ ଭିତରେ ବଢ଼ିଲା କୌତୁହଳ। ରହସ୍ୟ ଜାଣିବାକୁ ଗଲେ Telegramକୁ… ଆଉ ସେଠାରେ ଆସିଲା ଟଙ୍କା ଦେବାର ଟ୍ୱିଷ୍ଟ। ୫୦୦ ଟଙ୍କା ଦିଅ, ରହସ୍ୟ ଜାଣ! ଲୋକେ ବିଶ୍ୱାସ କଲେ, ଟଙ୍କା ଦେଲେ। କିନ୍ତୁ ଯେତେବେଳେ ‘ବଡ଼ ଖୁଲାସା’ ସାମ୍ନାକୁ ଆସିଲା, ସେତେବେଳେ ସମସ୍ତେ ଚକିତ ।  କିଛି  ଖୁଲାସା  ନଥିଲା ଥିଲା  ମୋଟିଭେସନାଲ ଭିଡିଓ! ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଦାବି ଭାଇରାଲ ହୁଏ,  ‘ଏହି ଦିନ ବଡ଼ ଖୁଲାସା ହେବ’, ‘ଏହି ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ’, କିମ୍ବା ‘ରହସ୍ୟ ଜାଣିବାକୁ ଏବେ ହିଁ ଯୋଗ ଦିଅନ୍ତୁ’।  ଟଙ୍କା ହଡ଼ପ କରିବାର ଏଭଳି ଏକ  ଫର୍ମୁଲାକୁ ବ୍ୟବହାର କରିଥିଲା ଏକ Instagram ଆକାଉଣ୍ଟ । ଆକାଉଣ୍ଟର ନାଁ ରଖାଯାଇଥିଲା ‘25 August 2026’। ଏଥିରେ କ୍ରମାଗତ ଭାବେ ରିଲ୍ସ ପୋଷ୍ଟ କରାଯାଉଥିଲା। ଦାବି ଥିଲା ଯେ ୨୫ ଅଗଷ୍ଟରେ ଏମିତି ଏକ ବଡ଼ ରହସ୍ୟ ଖୋଲାଯିବ, ଯାହା ଦେଖିବା ପରେ ଲୋକଙ୍କୁ ଅନୁତାପ ହେବ ନାହିଁ। ଦେଖୁ ଦେଖୁ ଆକାଉଣ୍ଟର ଫଲୋଅର୍ସ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଗଲା। ଲୋକଙ୍କ ମନରେ ବଢ଼ିଲା କୌତୁହଳ। ସମସ୍ତେ ଅପେକ୍ଷା କଲେ, ଶେଷରେ କ’ଣ ହେବ?   ଆସିଲା ୨୫ ଅଗଷ୍ଟ। ଯେଉଁ ଦିନକୁ ନେଇ ଏତେ ପ୍ରଚାର କରାଯାଇଥିଲା, ସେହି ଦିନ Instagram ଷ୍ଟୋରୀରେ ଦିଆଗଲା ଏକ Telegram ଲିଙ୍କ୍। ଲୋକମାନେ ଲିଙ୍କରେ କ୍ଲିକ୍ କରିବା ପରେ ସେଠାରେ ରହସ୍ୟ ଜାଣିବା ପାଇଁ ‘Stars’ ପଠାଇବାକୁ କୁହାଯାଇଥିଲା।
 
 ଏହି Stars ପାଇଁ ପ୍ରାୟ ୫୦୦ ଟଙ୍କା  ପଡ଼ିବ ।  ଆଉ ଏଠାରୁ ଆରମ୍ଭ ହେଲା ଅସଲ ଖେଳ। ଦାବି ଅନୁସାରେ, ପ୍ରାୟ ୧ ଲକ୍ଷ ୬୬ ହଜାର ଲୋକ ଟଙ୍କା ପଠାଇଥିଲେ। ହିସାବ କଲେ ଏହି ଟଙ୍କା ପାଖାପାଖି ୮ କୋଟି ୫୦ ଲକ୍ଷ ଟଙ୍କା ହେଉଛି। ଅର୍ଥାତ୍ ଗୋଟିଏ ରହସ୍ୟ ଜାଣିବାର ଲୋଭରେ ଲୋକମାନେ ନିଜ ପକେଟରୁ ଟଙ୍କା ଦେଇଦେଲେ। କିନ୍ତୁ ଟଙ୍କା ଦେବା ପରେ ଯାହା ଦେଖିବାକୁ ମିଳିଲା, ତାହା ଦେଖି ୟୁଜର୍ସଙ୍କ ହୋସ୍ ଉଡ଼ିଗଲା। ଯେଉଁ ବଡ଼ ରହସ୍ୟ ପାଇଁ ଏତେ ଦିନ ଧରି ହାଇପ୍ ସୃଷ୍ଟି କରାଯାଇଥିଲା, ତା’ବଦଳରେ ମିଳିଲା ଏକ ସାଧାରଣ ମୋଟିଭେସନାଲ ଭିଡିଓ ।

Fighter Jets: ଦକ୍ଷିଣ କୋରିଆ ଆକାଶସୀମାରେ ରୁଷିଆର ସାମରିକ ବିମାନ, ଫାଇଟର ଜେଟ୍ ସହ ପ୍ରସ୍ତୁତ ରହିଲା ଦକ୍ଷିଣ କୋରିଆ ସେନା

 ଏହି ମୋଟିଭେସନାଲ ଭିଡିଓର ବାର୍ତ୍ତା ଥିଲା ‘ନିଜ ସମୟ ନଷ୍ଟ କରନ୍ତୁ ନାହିଁ।’ ବାସ୍, ଏହାପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗାମା। ଅନେକ ୟୁଜର୍ସ ଅଭିଯୋଗ କଲେ ଯେ, ତାଙ୍କୁ ଏକ ବଡ଼ ଖୁଲାସାର ଲୋଭ ଦେଖାଇ ଟଙ୍କା ନିଆଯାଇଛି। ଘଟଣାକୁ ନେଇ ହଇଚଇ ହେବା ପରେ ସେହି Instagram ଆକାଉଣ୍ଟଟି ବନ୍ଦ ହୋଇଯାଇଥିବା ଦାବି କରାଯାଉଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଏତେ ଲୋକଙ୍କଠାରୁ ପ୍ରକୃତରେ କେତେ ଟଙ୍କା ନିଆଯାଇଥିଲା? ଏପର୍ଯ୍ୟନ୍ତ ୮.୫ କୋଟି ଟଙ୍କା ଠକେଇ ହୋଇଥିବା ଦାବି ସରକାରୀ ଭାବେ ନିଶ୍ଚିତ ହୋଇନାହିଁ।  ଗୋଟିଏ ରିଲ୍ସରୁ ଆରମ୍ଭ... ଗୋଟିଏ ରହସ୍ୟର ପ୍ରତିଶ୍ରୁତି... ଆଉ ଶେଷରେ ଟଙ୍କା ହରାଇବାର ଅଭିଯୋଗ। ଏହି ଘଟଣା ଆମକୁ ଗୋଟିଏ ବଡ଼ ଶିକ୍ଷା ଦେଉଛି ସୋସିଆଲ ମିଡିଆରେ କୌଣସି ରହସ୍ୟମୟ  ରିଲ୍‌ ଦେଖି ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ। କେହି ଯଦି କହେ—‘ଟଙ୍କା ଦିଅ,   ତେବେ ପ୍ରଥମେ ଯାଞ୍ଚ କରନ୍ତୁ। କାରଣ ଗୋଟିଏ କ୍ଲିକ୍‌ର   ଆପଣ  ହରାଇପାରନ୍ତି   କୋଟି କୋଟି  ଟଙ୍କା ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.