Infant mortality rate: ଶିଶୁମୃତ୍ୟୁ ହାର ଥମୁନି, ବର୍ଷକରେ ଆଖି ବୁଜିଛନ୍ତି ୭୩୨: ଅପପୁଷ୍ଟି, ରକ୍ତହୀନତା କବଳରେ ଗର୍ଭବତୀ

1 day ago 1
ARTICLE AD BOX

କୋରାପୁଟ (ପ୍ରଦୀପ କୁମାର ପାଢ଼ୀ): କୋରାପୁଟ ଜିଲ୍ଲାରେ ଶିଶୁମୃତ୍ୟୁ ହାର ନିୟନ୍ତ୍ରଣକୁ ଆସୁନି। ଗର୍ଭବତୀ ମା’ଙ୍କ କ୍ଷେତ୍ରରେ ଅପପୁଷ୍ଟି, ରକ୍ତହୀନତା ଓ କମ୍‌ ଓଜନର ଶିଶୁ ଜନ୍ମ ଯୋଗୁଁ ମୃତ୍ୟୁ ହାର ବଢ଼ୁଛି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷାରୁ ଏହି ଉଦ୍‌ବେଗଜନକ ଚିତ୍ର ପଦାକୁ ଆସିଛି। ତଥ୍ୟ ଅନୁଯାୟୀ ୨୦୨୫-୨୬ରେ ୭୩୨ ଏବଂ ୨୦୨୪-୨୫ରେ ୭୫୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଚଳିତ ଆର୍ଥିକ ବର୍ଷର ଜୁନ୍ ସୁଦ୍ଧା ୪ ମାସରେ ଡାକ୍ତରଖାନାକୁ ଆସିଥିବା ଗର୍ଭବତୀଙ୍କ ମଧ୍ୟରୁ ୫୩୫୦ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ୨୦୨୪-୨୫ରେ ଏହି ସଂଖ୍ୟା ୧୦ ହଜାରରୁ ଅଧିକ ଥିଲା। ଜିଲ୍ଲାରେ ଗତ ୩ ମାସରେ ୧୪୮ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୭୫ ନବଜାତ, ୧ ବର୍ଷ ମଧ୍ୟରେ ୬୫ ଜଣ, ୫ ବର୍ଷ ମଧ୍ୟରେ ୫ ଶିଶୁ ରହିଛନ୍ତି।

Neglect: ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ

୩ ମାସର ରିପୋର୍ଟକୁ ଅନୁଧ୍ୟାନ କଲେ ସେମିଳିଗୁଡ଼ାରେ ସର୍ବାଧିକ ୧୬ ଜଣ, ବୈପାରିଗୁଡ଼ା ଓ ବୋରିଗୁମ୍ମାରେ ୧୫ ଲେଖାଏଁ, କୋଟପାଡ଼ରେ ୧୪ ଜଣ,  ଜୟପୁର ଓ ପଟାଙ୍ଗିରେ ୧୩ ଜଣ ଲେଖାଏଁ ଶିଶୁଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ୩ ମାସରେ ୬୧୫୮ ଶିଶୁ ଜନ୍ମ ହୋଇଛନ୍ତି। ଡାକ୍ତରଖାନାରେ ପ୍ରସବ ହାର ୯୯.୯ ପ୍ରତିଶତ ସତ୍ତ୍ବେ ଶିଶୁ ମୃତ୍ୟୁ ହାର ବଢ଼ିବା ଚିନ୍ତାର କାରଣ ପାଲଟିଛି। ଗତ ୪ ମାସରେ ଜନ୍ମ ହୋଇଥିବା ଶିଶୁଙ୍କ ମଧ୍ୟରେ ୨.୫ କେଜିରୁ କମ୍‌ ଓଜନର ୧୮୧୬ ଶିଶୁ ରହିଛନ୍ତି। ୨୦୨୫-୨୬ ରେ ୨.୫ କେଜିରୁ କମ୍‌ ଓଜନର ନବଜାତକଙ୍କ ସଂଖ୍ୟା ୫୮୧୦ ରହିଥିଲା। ସିଡିଏମ୍‌ଓ ଡା. ଗୁରୁପ୍ରସାଦ ମହନ୍ତ କହିଛନ୍ତି ଶିଶୁ ମୃତ୍ୟୁକୁ କମାଇବା ପାଇଁ ପ୍ରତି କ୍ଷେତ୍ରକୁ ଅନୁଧ୍ୟାନ କରାଯାଇ ବୈଠକ କରାଯାଉଛି। ଶତ ପ୍ରତିଶତ ଡାକ୍ତରଖାନାରେ ପ୍ରସବ ହେଉଛନ୍ତି। କିନ୍ତୁ ବିଳମ୍ବରେ ମେଡିକାଲରେ ପହଞ୍ଚିବା, ପୋଷଣଯୁକ୍ତ ଖାଦ୍ୟ ନ ଖାଇବା କାରଣରୁ କମ୍‌ ଓଜନର ଶିଶୁ ଜନ୍ମ ହେଉଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ସହ ମିଶି ପୋଷଣ ଟ୍ରାକର ମାଧ୍ୟମରେ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ପଦକ୍ଷେପ ନିଆଯିବ ବୋଲି ସିଡିଏମ୍‌ଓ କହିଛନ୍ତି।

Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.