Indus Waters Treaty: ରାଷ୍ଟ୍ରପତିଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତିକୁ ପ୍ରଶଂସା

19 hours ago 3
ARTICLE AD BOX

ନୂଆଦିଲ୍ଲୀ,: ୮୦ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ ଏକ ସୁଚିନ୍ତିତ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଏହି କଠୋର ଆଭିମୁଖ୍ୟ ଜାତୀୟ ସ୍ୱାର୍ଥ ଏବଂ ବିଶେଷ କରି ଦେଶର ଚାଷୀକୂଳର କଲ୍ୟାଣ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ରାଷ୍ଟ୍ରପତି ନିଜ ଅଭିଭାଷଣରେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା କିମ୍ବା ସେମାନଙ୍କୁ ସହଯୋଗ କରୁଥିବା ଶତ୍ରୁ ଯେଉଁଠି ଲୁଚି ରହିଲେ ମଧ୍ୟ କଠୋର ପରିଣାମ ଭୋଗିବାକୁ ପଡ଼ିବ ଏବଂ ସେମାନେ କଦାପି ଏହାର ପରିଣାମରୁ ବର୍ତ୍ତି ପାରିବେ ନାହିଁ।

ଆହୁରି ପଢନ୍ତୁ :drowning incident ରାଇରଙ୍ଗପୁରରେ ପାଣିରେ ବୁଡ଼ି ଯୁବକ ମୃତ, ନଦୀରେ ଭାସି ଆଉ ଜଣେ ନିଖୋଜ

ଅପରପକ୍ଷରେ ଭାରତୀୟ ସୁରକ୍ଷା ବାହିନୀର ଶୌର୍ଯ୍ୟକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ, ସେନା ଦ୍ୱାରା ପରିଚାଳିତ ‘ଅପରେସନ୍ ସିନ୍ଦୂର’ ଶତ୍ରୁର ଆତଙ୍କବାଦୀ ନେଟୱର୍କ ଉପରେ ଅତି ସଠିକ୍ ଭାବେ ଆକ୍ରମଣ କରିବାର ସାମରିକ ଦକ୍ଷତାକୁ ପ୍ରମାଣିତ କରିଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନକ୍ସଲବାଦର ସମୂଳ ବିନାଶ ଦିଗରେ ହୋଇଥିବା ପ୍ରଗତିକୁ ସେ ଏକ ବଡ଼ ଜାତୀୟ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି। ବିଶେଷ କରି ଦୀର୍ଘ ଦିନ ଧରି ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ରହିଥିବା ବସ୍ତର ଅଞ୍ଚଳରେ ବର୍ତ୍ତମାନ ଦ୍ରୁତ ବିକାଶ ଏବଂ ବ୍ୟାପକ ସାଂସ୍କୃତିକ ଭାଗିଦାରୀ ଯୋଗୁଁ ସକାରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ :Hirakud dam: ହୀରାକୁଦରୁ ୨୪ କ୍ୟୁସେକ୍‌ ପାଣି ଟାଣିବ କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ


ସମଗ୍ର ବିଶ୍ବରେ ଯୁଦ୍ଧ, ଅସ୍ଥିରତା ଏବଂ ଅନିଶ୍ଚିତତା ଦେଖାଦେଇଥିବା ସତ୍ତ୍ୱେ ଭାରତୀୟ ଅର୍ଥନୀତି ବିଶ୍ୱର ହାରାହାରି ଅଭିବୃଦ୍ଧି ହାର ତୁଳନାରେ ଦୁଇ ଗୁଣରୁ ଅଧିକ ବେଗରେ ଅଗ୍ରସର ହେଉଥିବା ନେଇ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଗତ ଏକ ଦଶନ୍ଧି ମଧ୍ୟରେ ସରକାରଙ୍କ ସମାବେଶୀ ବିକାଶ ଯୋଜନା ଯୋଗୁଁ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହୋଇଛନ୍ତି ଏବଂ ମାଗଣା ରାସନ ସେବା ମାଧ୍ୟମରେ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି।

ଆହୁରି ପଢନ୍ତୁ :Russia : ଜୁଲାଇରେ ରୁଷ୍‌ରୁ ଆସିଛି ୫୦.୮୩% ତେଲ

ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଆର୍ଥିକ ଅଭାବ କାରଣରୁ ଦେଶର କୌଣସି ବି ଗରିବ ନାଗରିକ ଯେପରି ନ୍ୟାୟ ପାଇବାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ନ୍ୟାୟପାଳିକା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ପରମ କର୍ତ୍ତବ୍ୟ । ଦେଶର ପରୀକ୍ଷା ବ୍ୟବସ୍ଥା ନେଇ ରାଷ୍ଟ୍ରପତି କହିଛନ୍ତି ଯେ ଏ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି । ସାର୍ବଜନୀନ ପରୀକ୍ଷାରେ ଅନ୍ୟାୟ ଉପାୟକୁ ରୋକିବା ଏବଂ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଏବଂ ବିଶ୍ୱସନୀୟ କରିବା ଏହାର ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.