Indian: ୨୮ ବର୍ଷରେ ପ୍ରଥମ: ହକି ବିଶ୍ବକପ୍‌ରେ ନାହାଁନ୍ତି ଭାରତୀୟ ଅମ୍ପାୟାର

1 week ago 3
ARTICLE AD BOX

ନୂଆଦିଲ୍ଲୀ: ପ୍ରାୟ ୨୮ ବର୍ଷ ପରେ ପ୍ରଥମ ଥର ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିଚାଳନା କରିବାରେ ଭାରତୀୟ ଅମ୍ପାୟର କି ବୈଷୟିକ ଅଧିକାରୀଙ୍କୁ ଦେଖିବାକୁ ମିଳିବେନି। ନେଦରଲାଣ୍ଡ୍‌ସ ଓ ବେଲ୍‌ଜିୟମରେ ଖେଳାଯିବାକୁ ଥିବା ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପରିଚାଳନା ଲାଗି ଘୋଷିତ ତାଲିକାରେ କୌଣସି ଭାରତୀୟ ଅମ୍ପାୟାର କିମ୍ବା ବୈଷୟିକ ଅଧିକାରୀଙ୍କ ନାଁ ନାହିଁ। ଯାହା ଭାରତ ପାଇଁ ଲଜ୍ଜାର ବିଷୟ। ଏହାକୁ ନେଇ ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାରମାନେ ନିରାଶ ହେବା ସହ ଦେଶରେ ଅମ୍ପାୟାରିଂ ପାଇଁ ଏକ ଦୃଢ଼ ଓ ନିୟମିତ ପଥ ପ୍ରସ୍ତୁତ କରିବାକୁ ଦାବି ଉଠାଇଛନ୍ତି।

୧୯୯୮ ବିଶ୍ବକପ୍‌ ପରେ ପ୍ରଥମ ଥର ଅମ୍ପାୟାରିଂ ପ୍ୟାନେଲ୍‌ରେ ଭାରତୀୟ ନଥିଲା ବେଳେ ୟୁରୋପୀୟ ଦେଶର ଅଧିକାରୀଙ୍କ ଦବ୍‌ଦବା ଅଧିକ ଦେଖିବାକୁ ମିଳିଛି। ​ଆଧୁନିକ ହକି ଇତିହାସରେ ଭାରତର ମାତ୍ର ୪ ଜଣ ପୁରୁଷ ବିଶ୍ୱକପ୍‌ ଅମ୍ପାୟାରିଂ କରିଛନ୍ତି। ସେମାନେ ହେଲେ ​ଅମରଜିତ୍‌ ସିଂହ ବାୱା (୧୯୯୦), ​ତର୍ଲୋକ ସିଂହ ଭୁଲ୍ଲାର (୧୯୯୪), ​ସତୀନ୍ଦର ଶର୍ମା (୨୦୦୨, ୨୦୦୬, ୨୦୧୦) ଓ ​ଆର୍‌ ଭି ରଘୁ ପ୍ରସାଦ (୨୦୧୦, ୨୦୧୪, ୨୦୧୮, ୨୦୨୩)। ​​ହକି ଇଣ୍ଡିଆର ୨୦୨୫ ମେ’ ମାସ ସୁଦ୍ଧା ହୋଇଥିବା ତାଲିକାରେ ୧୦୦ରୁ ଅଧିକ ପୁରୁଷ ଓ ୭୦ରୁ ଅଧିକ ମହିଳା ଅମ୍ପାୟାର ରହିଥିଲେ। ଏଫ୍‌ଆଇଏଚ୍‌ ଅନ୍ତର୍ଜାତୀୟ ପ୍ୟାନେଲରେ ମାତ୍ର ୬ ପୁରୁଷ ଓ ୪ ମହିଳା ଅମ୍ପାୟାର ରହିଛନ୍ତି। ଗତ ବର୍ଷ ରଘୁ ପ୍ରସାଦଙ୍କ ଅବସର ପରେ ପୁରୁଷ ଅମ୍ପାୟାର ସଂଖ୍ୟା କମିଯାଇଛି। ​ରଘୁ ପ୍ରସାଦ ପ୍ରଥମ ଏସୀୟ ଅମ୍ପାୟାର ଭାବେ ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.