Indian wrestler Babita Phogat: କନ୍ୟା ସନ୍ତାନର ମା’ ହେଲେ ବବିତା

3 hours ago 2
ARTICLE AD BOX

ନୂଆଦିଲ୍ଲୀ: ଭେଟେରାନ ମହିଳା କୁସ୍ତିବିତ୍‌ ତଥା ବିଜେପି ନେତ୍ରୀବବିତା ଫୋଗତ ମଙ୍ଗଳବାର ଶିବରାତ୍ରୀ ଦିନ ଏକ କନ୍ୟା ସନ୍ତାନର ଜନନୀ ହେବାର ସୌଭାଗ୍ୟ ପାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବବିତା ଝିଅ ଆସିବାର ଖବର ଦେଇଛନ୍ତି। ଏହି ପୋଷ୍ଟ୍‌ରେ ସେ ଝିଅକୁ ଦେବୀ ପାର୍ବତୀଙ୍କ ପ୍ରତିମୂର୍ତ୍ତି ଭାବେ ବର୍ଣ୍ଣନା କରିଛନ୍ତି। ଫୋଗତ ଲେଖିଛନ୍ତି ଯେ ‘‘ଶିବରାତ୍ରୀରେ ଏକ ଆନନ୍ଦଦାୟକ ଆଗମନ।

ଦିଲ୍ଲୀ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ସଂସଦରେ ବିତର୍କ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ୱାନ, ପ୍ରସ୍ତାବକୁ ଖାରଜ କଲେ ରାହୁଲ ଗାନ୍ଧୀ

 ମହାଦେବଙ୍କ କୃପା ଦେବ, ଆଜି ଶିବରାତ୍ରୀର ପବିତ୍ର ଅବସରରେ, ନହ୍ନୀପରୀ ପାର୍ବତୀଙ୍କ ସ୍ବରୂପ ଝିଅ ମୋ ଜୀବନରେ ପହଞ୍ଚିଛି। ଝିଅକୁ ଜନ୍ମଦେବା ମୋ ପାଇଁ ଅମୂଲ୍ୟ ଆଶୀର୍ବାଦ ହୋଇଛି। ଏହା ଆମ ପରିବାର ପାଇଁ ବହୁତ ଖୁସି ଆଣିଛି। ମୋର ଏହି ନବଜାତ ଶିଶୁ କନ୍ୟାକୁ ଆଶୀର୍ବାଦ କରନ୍ତୁ’’। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟିନୀ ବିବିତା ୨୦୧୯ରେ ବିବେକ ସୁହାଗଙ୍କୁ ବିବାହ କରିଥିଲେ। ଉଭୟ ୨୦୨୧ ଜାନୁଆରିରେ ପ୍ରଥମ ପୁତ୍ର ସନ୍ତାନର ପିତାମାତା ହେବା ସୌଭାଗ୍ୟ ପାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.