ARTICLE AD BOX
ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳବାଇର ବଡ଼ ଅବହେଳା ସାମ୍ନାକୁ ଆସିଛି। ବ୍ରେକ୍ ଠିକ୍ ଭାବେ କାମ କରୁ ନଥିବା ସତ୍ତ୍ୱେ ଏକ ବନ୍ଦେ ଭାରତ ଟ୍ରେନ୍ ୪୬୩ କିଲୋମିଟର ଯାତ୍ରା କରିଛି। ଝାଡ଼ଖଣ୍ଡର ହଟିଆରୁ ଉତ୍ତରପ୍ରଦେଶର ଝାନ୍ସୀ ଅଭିମୁଖେ ଯାଉଥିବା ଏହି ଖାଲି ଟ୍ରେନ୍କୁ ଏକ ମାଲବାହୀ ଇଞ୍ଜିନ୍ ଟାଣୁଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ଦକ୍ଷିଣ ପୂର୍ବ ରେଳବାଇ ରାଞ୍ଚି ଡିଭିଜିନାଲ ପ୍ରବନ୍ଧକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ରେଳବାଇର ସୂଚନା ଅନୁସାରେ, ଗତ ଅକ୍ଟୋବର ୨୪ ତାରିଖରେ ଟ୍ରେନ୍ଟି ହଟିଆରୁ ଯାତ୍ରା ଆରମ୍ଭ କରିଥିଲା। ରାଞ୍ଚି ଷ୍ଟେସନ୍ରେ ପହଞ୍ଚିବା ପରେ ଲୋକୋ ପାଇଲଟ୍ ବ୍ରେକ୍ ଠିକ୍ ଭାବେ କାମ କରୁ ନଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ମୁରି ଷ୍ଟେସନ୍ରେ ଦାୟିତ୍ୱ ନେଇଥିବା ଅନ୍ୟ ଜଣେ ଲୋକୋ ପାଇଲଟ୍ ମଧ୍ୟ ଏହି ସମସ୍ୟା ବିଷୟରେ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କେହି ଏହାକୁ ଗୁରୁତ୍ୱ ଦେଇ ନଥିଲେ। ଶେଷରେ ଉତ୍ତରପ୍ରଦେଶର ଦୀନଦୟାଲ ଉପାଧ୍ୟାୟ ଷ୍ଟେସନରେ ଯାଞ୍ଚ ବେଳେ ସମସ୍ତ ବଗିର ବ୍ରେକ୍ ବ୍ୟବସ୍ଥା ବିଚ୍ଛିନ୍ନ ଥିବା ଜଣାପଡ଼ିଥିଲା। ବ୍ରେକ୍ ଯାଞ୍ଚ ନକରି ଟ୍ରେନ୍ ଛାଡ଼ିବା ଓ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନନେବାକୁ ତଦନ୍ତରେ ଗୁରୁତର ତ୍ରୁଟି ବୋଲି କୁହାଯାଇଛି। ଏଭଳି ଅବହେଳା ଏକ ବଡ଼ ରେଳ ଦୁର୍ଘଟଣାର କାରଣ ହୋଇପାରିଥାନ୍ତା।
Indian Railways: ବନ୍ଦେ ଭାରତ ଟ୍ରେନ୍ ରପ୍ତାନି ହେବ

15 minutes ago
1


