Free Land Under Vasundhara Scheme ବାସହୀନଙ୍କୁ ଜମି ଦେବା ନିୟମ ପରିବର୍ତ୍ତିତ: ବୃଦ୍ଧି ପାଇଲା ଆୟସୀମା

19 minutes ago 1
ARTICLE AD BOX

ପୂର୍ବରୁ ଥିଲା ୧ଲକ୍ଷ, ଏବେ ହେଲା ବାର୍ଷିକ ୧.୫୦ଲକ୍ଷ ଟଙ୍କା


ମାଗଣା ଜମି ଅପେକ୍ଷାରେ ୫୬ହଜାରରୁ ଅଧିକ ବାସହୀନ


ଭୁବନେଶ୍ୱର(ବିଶ୍ବଜିତ ଦାଶ): ରାଜ୍ୟରେ ଥିବା ବାସହୀନ ପରିବାରଗୁଡ଼ିକୁ ଜମି ଦେବା ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ନୂତନ ନିୟମରେ ବାସହୀନଙ୍କ ବାର୍ଷିକ ଆୟ ସୀମାକୁ ବଢ଼ାଇଛନ୍ତି। ପୂର୍ବରୁ ଏହା ୧ଲକ୍ଷ ଟଙ୍କା ଥିବାବେଳେ ଏବେ ଏହାକୁ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଯେଉଁ ବାସହୀନ ପରିବାରର ବାର୍ଷିକ ଆୟ ୧.୫୦ଲକ୍ଷ ଟଙ୍କା ମଧ୍ୟରେ ରହିବ ସେମାନେ ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ମାଗଣାରେ ୪ଡେସିମିଲ ଜମି ପାଇବେ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ
ରାଜସ୍ବ ବିଭାଗ ପକ୍ଷରୁ ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ, ୧୯୭୨ର ଧାରା ୩ର ଉପଧାରା (୨)ର ଖଣ୍ଡ (ଏ-୨) ଅନୁଯାୟୀ ସରକାର ଏହି ନୂଆ ଆୟ ସୀମା ଧାର୍ଯ୍ୟ କରାଯାଇଛି। ଏହାସହ ଫେବ୍ରୁଆରି ୨୨, ୨୦୨୩ରେ ବାସହୀନ ପରିବାର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସରକାର ପ୍ରତ୍ୟାହାର କରିଛନ୍ତି। ଏହି ଆଇନ ଅନୁଯାୟୀ, ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ଥିବା ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ସହ ଏକାଠି ରୋଷେଇ କରି ରହୁଥିବା ପରିବାର ସଦସ୍ୟଙ୍କର ରାଜ୍ୟରେ କୌଣସି ଘରଡିହ ନଥିବ, ଘରଡିହ ବ୍ୟତୀତ ମୋଟ ଜମି ଏକ ଏକରରୁ କମ୍ ଥିବା ଆବଶ୍ୟକ। 

ବସୁନ୍ଧରା ଯୋଜନା ବାଟବଣା: ମୁଣ୍ଡ ଗୁଞ୍ଜିବାକୁ ଭୂମିହୀନଙ୍କୁ ମିଳୁନି ଜାଗା
ଅପରପକ୍ଷେ ରାଜସ୍ବ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ମସିହାରେ ହୋଇଥିବା ପ୍ରାରମ୍ଭିକ ସର୍ଭେ ଅନୁଯାୟୀ, ରାଜ୍ୟରେ ମୋଟ୍ ୪୨,୯୧୫ ଜଣ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ କ୍ଷେତ୍ରସ୍ତରୀୟ ତଦନ୍ତ ପରେ ୩୩,୦୮୨ ଜଣ ଯୋଗ୍ୟ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସେଥିରୁ ୩୦,୬୫୩ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ କରାଯାଇଛି।

ଭଦ୍ରକ:  ବସୁନ୍ଧରା ଯୋଜନା ୧୭୧୦ ହିତାଧିକାରୀ ପାଇବେ ଜମିପଟ୍ଟା!
ସେହିପରି ୨୦୨୫ରେ ପ୍ରାରମ୍ଭିକ ସର୍ଭେରେ ୫୮,୬୨୦ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ପ୍ରଦାନ କରାଯାଇଛି। ବାକି ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲୁରହିଛି। ଏହିପରି ଗତ ଦୁଇ ବର୍ଷରେ ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୧,୦୧,୫୩୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ ତଦନ୍ତ ପରେ ୪୪,୯୦୯ ଜଣ ଯୋଗ୍ୟ ବାସହୀନ ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଅଦ୍ୟାବଧି ୩୪,୨୫୧ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ ହୋଇଥିବାବେଳେ ବକେୟା ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ କରାଯିବ। ଏବେ ଆୟ ସୀମା ବଢ଼ାଯାଇଥିବାରୁ ପ୍ରାୟ ୪୦ହଜାରରୁ ଅଧିକ ବାସହୀନ ପରିବାର ରାଜ୍ୟ ସରକାରଙ୍କ ଯୋଜନାରେ ଉପକୃତ ହେବେ ବୋଲି ଜଣାପଡ଼ିଛି।

କୁଜଙ୍ଗ ତହସିଲ ବସୁନ୍ଧରା ଯୋଜନା କେଳେଙ୍କାରୀ: ୧୫ରୁ ଅଧିକ ଲୋକ ନେଇଛନ୍ତି ବେଆଇନ ଜମି
ରାଜସ୍ବ ବିଭାଗ ବସୁନ୍ଧରା ଯୋଜନାରେ ଯେଉଁ ଜମି ଦେଉଛି ତାହାକୁ ବହୁ ଲୋକ ନେଉଥିଲେ ବି ସେଠାରେ ଘର କରୁନଥିବା ଜଣାପଡ଼ିଛି। କାରଣ ସରକାର ମାଗଣାରେ ଯେଉଁ ଜମି ଦେଉଛନ୍ତି ତାହା କେଉଁଠି ନଦୀ କୂଳ, ପାହାଡ଼ ତଳ, ଗାଁ ଠାରୁ ବହୁ ଦୂରରେ ଦିଆଯାଉଥିବାରୁ ଲୋକ ସେଠା‌ରେ ଘର କରିବାକୁ ପସନ୍ଦ କରୁନାହାନ୍ତି। ଲୋକମାନେ ଗାଁ, ଜନବସତି ପାଖରେ ଜମି ମାଗୁଛନ୍ତି କିନ୍ତୁ ସରକାରୀ ଜମି ଅଭାବରୁ ତାହା ଦିଆଯାଇପାରୁନି। ଅନ୍ୟ ରାଜ୍ୟରେ ଯେପରି ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି ସେହିପରି ଜମି ଦେବାକୁ ‌ଦାବି ହେଉଛି। ଯେପରି ମହାରାଷ୍ଟ୍ର ସରକାର ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଘରକୂଳ ଜାଗା ଖାରେଡ଼ି ଅର୍ଥ ସହାୟ ଯୋଜନା’ରେ ୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ଜମି କିଣିବାକୁ ପ୍ରତି ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କା ଦେଉଥିବାବେଳେ ବିହାର ସରକାର ‘ମୁଖ୍ୟମନ୍ତ୍ରୀ ଆବାସସ୍ଥଳ କ୍ରୟ ସହାୟତା ଯୋଜନା’ରେ ହିତାଧିକାରୀଙ୍କୁ ୬୦ହଜାର ଟଙ୍କା ଦେଉଛନ୍ତି। ତାମିଲନାଡ଼ୁ ସରକାର ଗାଁରେ ପସନ୍ଦର ଜମି ଯୋଗାଇ‌ ଦେଉଛନ୍ତି। ଏହାବାଦ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ ଆର୍ଥିକ ସହାୟତା ମିଳୁଛି। କେରଳରେ ରାଜ୍ୟ ସରକାର ଜମିରେ ଘର ନିର୍ମାଣ କରି ଦେଉଛନ୍ତି। ଏହା ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରୁଥିବା ଜାଣିବାକୁ ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.