SUV Collision in Balianta ଏକ୍ସୟୁଭି ଧକ୍କାରେ ସ୍କୁଟି ଚାଳକ ଗୁରୁତର, ଭାଙ୍ଗିଲା କର୍ଲଭର୍ଟ

19 minutes ago 1
ARTICLE AD BOX

ବାଲିଅନ୍ତା ବଜାର(ଗଦାଧର ଜେନା): ଭୁବନେଶ୍ବର ଉପକଣ୍ଠ ହଂସପାଳ-ଅଭୟମୁଖି ରାସ୍ତାର ରାମଚନ୍ଦ୍ରପୁରସ୍ଥିତ ରାୟ ହୋଟେଲ ନିକଟରେ ଏକ୍ସୟୁଭି ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି। 

Murder Case: ବାଲିଅନ୍ତା ରିଙ୍କୁ ମାର୍ଥା ହତ୍ୟା ମାମଲା: ଅଭିଯୁକ୍ତ ବାପପୁଅ ଗିରଫ
ସୂଚନାନୁସାରେ ଆଜି(ରବିବାର) ପୂର୍ବାହ୍‌ଣରେ, ହଂସପାଳରୁ କାକଟପୁର ଅଭିମୁଖେ ଯାଉଥିବା ଏକ ଏକ୍ସୟୁଭି ରାୟ ହୋଟେଲ୍‌ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ସ୍କୁଟି ଚାଳକକୁ ଧକ୍କା ଦେଇଥିଲେ।  ଦ୍ରୁତଗତିରେ ଥିବାରୁ କାର୍‌ଟି ମୋଡ଼ ବଦଳାଇ ରାସ୍ତାକଡ଼ରେ ଥିବା ଦିଗସୂଚକ ଫଳକକୁ ଧକ୍କା ଦେଇ ଇଟାକାନ୍ଥରେ ପିଟି ହୋଇଯାଇଥିଲା। ଏଥିରେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ଓ ବାମପାର୍ଶ୍ବ ଚକା ଫାଟିଯାଇଥିଲା। ଏଥିରେ ବସିଥିବା ଦମ୍ପତି ‌କୌଣସି ବିଶେଷ ଆହତ ହୋଇନଥିଲେ ହେଁ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିଲେ। 

Balianta: ବାଲିଅନ୍ତା ବର୍ବରତା: ମୃତ ସୌମ୍ୟରଞ୍ଜନଙ୍କ ବାପା ଓ ବନ୍ଧୁ ନିଶିକାନ୍ତଙ୍କୁ ୫ ଘଣ୍ଟା ଜେରା
ସ୍ଥାନୀୟ ଯୁବକମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ସ୍କୁଟିକୁ ଜବତ କରି ଥାନାକୁ ନେଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.