Doctor assaults: କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଅଭିଯୁକ୍ତଙ୍କୁ ଉଠାଇ ନେଲା ପୁଲିସ

23 minutes ago 1
ARTICLE AD BOX

ଛତ୍ରପୁର (ବସନ୍ତ ମହାରଣା): ଗଂଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଉଦ୍ୟମ କରିଥିବା ଘଟଣାରେ ଜଣଙ୍କୁ ଉଠାଇ ନେଲା ଛତ୍ରପୁର ଥାନା ପୁଲିସl 

ଆଜି ଅପରାହ୍ନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସତ୍ୟଜିତ ପଣ୍ଡା ନିଜେ ପ୍ରକୋଷ୍ଠରେ ରୋଗୀ ଚିକିତ୍ସା କରିଥିବା ବେଳେ ଜଣେ ବ୍ୟକ୍ତି ଅଚାନକ ସେଠାରେ ପହଂଚି  ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର ଏବଂ ଆକ୍ରମଣ ପାଇଁ ଉଦ୍ୟମ କରିଥିଲାl 

OAS: ସିଡିଓ ସମୀର ଜେନାଙ୍କୁ ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଓଏଏସ୍ ସଂଘ

ସେହିପରି ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛିl ଏନେଇ ମେଡିକାଲ କର୍ତ୍ତ୍ତୃପକ୍ଷ ଛତ୍ରପୁର ଥାନାକୁ ଜଣାଇଥିଲେl ପରେ ଛତ୍ରପୁର ଥାନା ପୁଲିସ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଛିl ଏପରି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତିl

Read Entire Article
LEFT SIDEBAR AD

Hidden in mobile, Best for skyscrapers.