India: ରାହୁଲ ଗାନ୍ଧୀଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାଙ୍କ ବୈଠକ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଏହି ପ୍ରସଙ୍ଗରେ ସଂସଦ ମଧ୍ୟ ଅଚଳ ହୋଇଯାଇଛି। ଏଭଳି ସ୍ଥିତିରେ ଆଜି କଂଗ୍ରେସନେତା ରାହୁଲ ଗାନ୍ଧୀ ତାଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାମାନଙ୍କର ଏକ ବୈଠକ କରିଛନ୍ତି। ସୁନହରୀ ବାଗ୍‌ ରୋଡ୍‌ ସ୍ଥିତ ରାହୁଲ ଗାନ୍ଧୀଙ୍କ ବାସଭବନରେ ହୋଇଥିବା ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଂସଦ ପି ଚିଦମ୍ବରମ, କେସି ବେଣୁଗୋପାଳ, ଜୟରାମ ରମେଶ, ରେଣୁକା ଚୌଧୁରୀ, ପ୍ରମୋଦ ତିୱାରୀ, ଏନ୍‌ସିପି (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେ ଓ ଆର୍‌ଜେଡିର ମିସା ଭାରତୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଛନ୍ତି।

ଆହୁରି ପଢନ୍ତୁ: CJP: ସିଜେପି ଆନ୍ଦୋଳନ ପାଇଁ ସୁପ୍ରିମ୍‌କୋର୍ଟ ମେଟ୍ରୋ ଷ୍ଟେସନ୍ ବନ୍ଦ: ପ୍ରଧାନ ବିଚାରପତି କହିଲେ ମୁଁ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିବି

ଲୋକସଭାରୁ ନିଲମ୍ବିତ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ଓ ଦଳର ନେତା ମହୁଆ ମୈତ୍ର, ସିପିଏମ୍‌ର ପି ସନ୍ଦୋଷ କୁମାର ଓ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ମଧ୍ୟ ବିରୋଧୀ ଦଳ ନେତାମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ଆଜି ଏହି ବୈଠକ ପାଇଁ ରାହୁଲଙ୍କ ବାସଭବନ ବାହାରେ ବାରିକେଡ୍‌ ସହ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ରାହୁଲଙ୍କ ବାସଭବନ ବାହାରେ ଆର୍‌ଏଏଫ୍‌ (ରୢାପିଡ ଆକ୍ସନ୍‌ ଫୋର୍ସ) ମୁତୟନ ହୋଇଛନ୍ତି।
ବୈଠକ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡିମେଣ୍ଟ ସାଂସଦମାନେ ତିନୋଟି ବସ୍‌ରେ ତିସ୍‌ ଜାନୁଆରି ମାର୍ଗ ସ୍ଥିତ ଗାନ୍ଧୀ ସ୍ମୃତି ସ୍ଥଳ ଯାଇଛନ୍ତି।

ଆହୁରି ପଢନ୍ତୁ: Kusha Missile Test: ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ଉଡ଼ାଣ ପରୀକ୍ଷଣ କଲା ଡିଆରଡିଓ

ଏକ୍ସରେ ଏକ ପୋଷ୍ଟ୍‌ କରି ରାହୁଲ କହିଛନ୍ତି, ଏବେ ଇଣ୍ଡିମେଣ୍ଟ ନେତାମାନେ ଗାନ୍ଧୀ ସ୍ମୃତିସ୍ଥଳକୁ ଯାଉଛନ୍ତି। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ହେବାପରେ ଆମେ ଯେଉଁ ପିଲାମାନଙ୍କୁ ହରାଇଥିଲୁ ସେମାନଙ୍କୁ ମନେ ପକାଇବା ପାଇଁ ଆମେ ସେଠାକୁ ଯାଉଛୁ। ଯେଉଁ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ଦାବି କରି ଆଜି ମାଡ଼ ଖାଇଛନ୍ତି ଆମେ ସେମାନଙ୍କ ସହ ଠିଆ ହେବାପାଇଁ ଯାଉଛୁ। ଭାରତର ଛାତ୍ରମାନେ ଏକା ନୁହନ୍ତି। ସମଗ୍ର ବିରୋଧୀ ସେମାନଙ୍କ ସହ ରହିଛନ୍ତି ବୋଲି ରାହୁଲ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.