India Wins 17 Medals: ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଅସିଚାଳନା: ପ୍ରଥମ ଦିନରେ ଭାରତକୁ ୧୭ ପଦକ...

5 days ago 5
ARTICLE AD BOX

ଲାଗୋସ୍‌: ନାଇଜେରିଆର ଲାଗୋସ୍‌ରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଅସିଚାଳନା ପ୍ରତିଯୋଗିତାରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ମୋଟ ୧୭ଟି ପଦକ ଜିତିଛି। ଏଥିରେ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ରହିଛି। ପ୍ରତିଯୋଗିତା ରବିବାର ଆରମ୍ଭ ହୋଇଥିବାବେଳେ ଏହା ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ।

ଆହୁରି ପଢ଼ନ୍ତୁ- OSWC Dividend ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଦେଲା ୩ କୋଟି ଟଙ୍କା ଲାଭାଂଶ

ସମସ୍ତ ବିଭାଗରେ ପ୍ରଭାବଶାଳୀ ପ୍ରଦର୍ଶନ

ସୂଚନା ଅନୁସାରେ ଭାରତୀୟ ଅସିଚାଳକମାନେ ସମସ୍ତ ବିଭାଗରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ସାବ୍ରେ, ଫଏଲ୍‌ ଓ ଏପି—ଏହି ତିନିଟି ବିଭାଗର ସମସ୍ତ ୬ଟି ବ୍ୟକ୍ତିଗତ ଇଭେଣ୍ଟରେ ଅନ୍ତତଃ ଜଣେ ଭାରତୀୟ ଅସିଚାଳକ ପଦକ ହାସଲ କରିଛନ୍ତି। ପୁରୁଷ ସାବ୍ରେ ବିଭାଗରେ ନିଖିଲ ୱାଗ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଲକ୍ଷ୍ୟ ବାଦସର ରୌପ୍ୟ ପଦକ ହାସଲ କରିଛନ୍ତି। ଅଶ୍ୱିନୀ ଆର୍ଯ୍ୟ ଓ ଲାଇଶ୍ରାମ ମୋରାମ୍ବା ଯୁଗ୍ମ କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତ ପୋଡିୟମ୍‌ର ସମସ୍ତ ଚାରିଟି ସ୍ଥାନ ଦଖଲ କରିଛି। ପୁରୁଷ ଫଏଲ୍‌ ବିଭାଗରେ ତେଜସ ପାଟିଲ ରୌପ୍ୟ ଏବଂ ହେମାଶ ସନାସାମ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ପୁରୁଷ ଏପି ବିଭାଗରେ ଲୋକେଶ ଭିମାନି ରୌପ୍ୟ ପଦକ ହାସଲ କରିଥିବାବେଳେ ଶୌର୍ଯ୍ୟ ଅଶ୍ୱିନୀ ଓ ଗଡୱିନ୍‌ ଅନ୍‌ବକେସ୍‌ କାଂସ୍ୟ ପଦକ ଜିତିଛନ୍ତି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.