ARTICLE AD BOX
ମାଉଣ୍ଟ ମାଉଗାନୁଇ: ଭାରତ ବିପକ୍ଷରେ ପଞ୍ଚମ ଦିନିକିଆରେ ନ୍ୟୁଜିଲାଣ୍ଡର ଟିମ୍ ୨୧୦ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିପାରି ନାହିଁ। ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଏହି ମୁକାବିଲାରେ ଘରୋଇ ଦଳ ୧୮୭ ରନ୍ରେ ଅଲ୍ଆଉ୍ଟ ହୋଇଯାଇଥିଲା। ଏଥି ସହିତ କିୱି ଦଳକୁ ୨୨ ରନ୍ରେ ମ୍ୟାଚ୍ ହାରିବାକୁ ପଡ଼ିଥିଲା। ଏହି ପରାଜୟ ସହିତ ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳାକୁ ୧-୩ରେ ହରାଇଥିଲା। ତେବେ ମ୍ୟାଚ୍ ପରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଅଧିନାୟକ ମିଚେଲ ସାଣ୍ଟନର ପରାଜୟର କାରଣ ପ୍ରକାଶ କରିଛନ୍ତି।
ସାଣ୍ଟନରଙ୍କ କହିବା ଅନୁସାରେ ପିଚ୍ରେ ବ୍ୟାଟିଂ କରିବା ସହଜ ନଥିଲା। ୱିକେଟର ଗତି ଭଲ ନଥିଲା ଏବଂ ଭାରତୀୟ ବୋଲର ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋଲିଂରୁ ଲାଭ ଉଠାଇଥିଲେ। ମୁଁ ଭାବୁଛି ପିଚ୍ର ଗତି ଭିନ୍ନ ଥିଲା। ଭାରତୀୟ ବୋଲରମାନେ ଆମ ଉପରେ ଚାପ ପକାଇଥିଲେ। ସେମାନେ ବାଉନ୍ସରୁ ଲାଭ ଉଠାଇଥିଲେ। ସାଣ୍ଟନର କହିଛନ୍ତି, ନ୍ୟୁଜିଲାଣ୍ଡର ବ୍ୟାଟରଙ୍କୁ ଭାଗିଦାରୀ ଆହୁରି ଲମ୍ବା କରିବାର ଥିଲା। ୫୦ ଓଭରର କ୍ରିକେଟ୍ରେ ବ୍ୟାଟରଙ୍କ ପାଖରେ ଇନିଂସକୁ ଆଗକୁ ନେବା ପାଇଁ ଆହୁରି ସମୟ ଥିଲା। ଯଦି ଟିମ୍ କିଛି ଭଣ ରଣନୀତି କରିପାରି ଥାନ୍ତେ, ମ୍ୟାଚ୍ ଜିତି ହୋଇଥାନ୍ତା।
— BLACKCAPS (@BLACKCAPS) November 15, 2026ସେ କହିଛନ୍ତି, ଯଦି ଆମେ ପ୍ରତ୍ୟେକ ଭାଗିଦାରୀକୁ ଆଉ ଟିକେ ଆଗକୁ ବଢ଼ାଇ ପାରିଥାନ୍ତୁ, ଏହି ମ୍ୟାଚ୍ ଜିତି ପାରିଥାନ୍ତୁ। ତେବେ ମ୍ୟାଚ୍ ସମୟରେ କିଛି ଏଭଳି ବିପରୀତ ସମୟ ଆସିଥିଲା, ଯେଉଁଥି ପାଇଁ ବ୍ୟାଟରଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଭାରତ ଠିକ୍ ସମୟରେ ଅର୍ଶଦୀପଙ୍କୁ ଦ୍ବିତୀୟ ଥର ବୋଲିଂ କରିବାକୁ ଦେଇଥିଲା। ମହମ୍ମଦ ସାମି ମଧ୍ୟ ଭଲ ବୋଲିଂ କରିଥିଲେ। ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଚାରିଜଣ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ପ୍ରଶଂସାଯୋଗ୍ୟ। ଶ୍ରେୟସ ଆୟର ବୋଲରମାନଙ୍କୁ ସଠିକ ବିନିଯୋଗ କରିଥିଲେ। ଦ୍ରୁତ ବୋଲରମାନେ ଭଲ ବୋଲିଂ କରୁଥିବାରୁ ଅକ୍ଷର ପଟେଲଙ୍କୁ ଅଟକାଇ ଦିଆଯାଇଥିଲା।
New Zealand vs India: ନ୍ୟୁଜିଲାଣ୍ଡକୁ ୨୨ ରନ୍ରେ ହରାଇ ଶୃଙ୍ଖଳା ଜିତିଲା ଭାରତ, ଶେଷ ମ୍ୟାଚ୍ରେ ଦମ୍ଦାର ବିଜୟ
ସାଣ୍ଟନର ପ୍ରଥମ ଇନିଂସ ପରେ ୨୦୯ ରନ୍ର ସ୍କୋର ନେଇ ସନ୍ତୁଷ୍ଟ ଥିଲେ। ତାଙ୍କ କହିବା ଅନୁସାରେ ପିଚ୍ରୁ ଯେତିକି ଆଶା କରାଯାଉଥିଲା, ତାହା ହୋଇପାରିଲା ନାହିଁ। ଏହା ପରେ ମଧ୍ୟ ନ୍ୟୁଜିଲାଣ୍ଡର ବୋଲରମାନେ ଭଲ ଆରମ୍ଭ କରିଥିଲେ ଏବଂ କ୍ରମାଗତ ଭାବେ ୱିକେଟ ହାସଲ କରିଥିଲେ। ମିଚେଲ ବ୍ରେସୱେଲ୍ ମଝିରେ ଭଲ ବୋଲିଂ କରିଥିଲେ।

20 minutes ago
1


