Air India: ଦିଲ୍ଲୀ, ମୁମ୍ବାଇରୁ ନ୍ୟୁୟର୍କକୁ ନନ୍‌ଷ୍ଟପ୍‌ ବିମାନ ପୁଣି ଉଡ଼ିଲା

15 minutes ago 1
ARTICLE AD BOX

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଓ ମୁମ୍ବାଇରୁ ଆମେରିକାର ନ୍ୟୁୟର୍କକୁ ନନ୍‌ଷ୍ଟପ୍‌ ବିମାନ ଉଡ଼ାଣ ସେବା ଏୟାର ଇଣ୍ଡିଆ ପୁନର୍ବାର ଆରମ୍ଭ କରିଛି। ଏହାଦ୍ବାରା ଉଡ଼ାଣ ସମୟ ୫ ଘଣ୍ଟା କମିଯିବ। ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରୁ ନ୍ୟୁୟର୍କକୁ ଯିବାଲାଗି ପ୍ରାୟ ୨୨ ଘଣ୍ଟା ଲାଗୁଥିଲା। ଏବେ ତାହା ପ୍ରାୟ ୧୭ ଘଣ୍ଟାକୁ ହ୍ରାସ ପାଇବ। ପୂର୍ବରୁ ନ୍ୟୁୟର୍କ ଯିବା ବାଟରେ ଇନ୍ଧନ ଭର୍ତ୍ତି ପାଇଁ ଏୟାର ଇଣ୍ଡିଆ ଏହାର ବିମାନକୁ ରୋମ୍‌ରେ ଅବତରଣ କରୁଥିଲା। କିନ୍ତୁ ବର୍ତ୍ତମାନ ତାହାର ଆବଶ୍ୟକତା ପଡ଼ିବ ନାହିଁ।

ବିମାନର ଉଡ଼ାଣ ମାର୍ଗରେ ପରିବର୍ତ୍ତନ
ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହେବା ଏବଂ ମଧ୍ୟପ୍ରାଚ୍ୟ ଉତ୍ତେଜନା ପାଇଁ ଆକାଶ ମାର୍ଗଗୁଡ଼ିକରେ କଟକଣା ଲାଗିଥିଲା। ଏଥିପାଇଁ ଭାରତୀୟ ଏୟାରଲାଇନ୍ସ ଗୁଡ଼ିକ ଅନେକ ଅନ୍ତର୍ଜାତୀୟ ବିମାନର ଉଡ଼ାଣ ମାର୍ଗରେ ପରିବର୍ତ୍ତନ ଆଣିଥିଲେ। ଫଳରେ ନ୍ୟୁୟର୍କର ଜନ୍‌ ଏଫ୍‌ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନ୍ୟୁୟାର୍କ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦିଲ୍ଲୀ ଓ ମୁମ୍ବାଇରୁ ଉଡ଼ାଣ କରୁଥିବା ବିମାନଗୁଡ଼ିକ ରୋମ୍‌ରେ ଇନ୍ଧନ ପକାଉଥିଲେ। ପୂର୍ବରୁ ବନ୍ଦଥିବା ଆକାଶ ମାର୍ଗଗୁଡ଼ିକ ଖୋଲିଯିବା ଦ୍ବାରା ଏୟାରଲାଇନ୍‌ଗୁଡ଼ିକ ୪ଟି ଯାକ ମାର୍ଗରେ ବିମାନ ଉଡ଼ାଣକୁ ପୁନଃ ଅବସ୍ଥାପିତ କରିଛନ୍ତି।

PM Modi: ଟଙ୍କା ନଥିଲା, ମୋଦୀଙ୍କୁ କହିଲି ଟିକେଟ୍ କାଟିଦିଅନ୍ତୁ: ଶିବକୁମାର, ମୋଦୀଙ୍କ ସହ ମଜାଦାର ଅନୁଭୂତି ବଖାଣିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.