India US Tariff: ଭାରତ ନାଁରେ ଆମେରିକାର ବଡ଼ ଅଭିଯୋଗ: ଶୁଳ୍କ ଚୋରି କରିବାରେ ଚୀନକୁ ସାହାଯ୍ୟ କରୁଥିବା ୪୦ ଦେଶରେ ନୂଆଦିଲ୍ଲୀ ଥିବା ନାଭାରୋଙ୍କ ଦାବି

1 day ago 4
ARTICLE AD BOX

ୱାସିଂଟନ: ଶୁଳ୍କକୁ ନେଇ ଆମେରିକା ପୁଣି ଥରେ ଭାରତକୁ ଟାର୍ଗେଟ କରିଛି। ଏଥର ଆମେରିକା ଭାରତ ଉପରେ ଚକିତ କରିଦେବା ପରି ଅଭିଯୋଗ ଲଗାଇଛି। ଆମେରିକା ଅଭିଯୋଗ କରିଛି ଯେ, ଭାରତ ଚୀନ୍‌କୁ ଆମେରିକାକୁ ଶୁଳ୍କ ପ୍ରଦାନ କରିବାରୁ ବର୍ତ୍ତିବାରେ ସାହାଯ୍ୟ କରୁଛି। ହ୍ବାଇଟ ହାଉସର ଶୀର୍ଷ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋଙ୍କ ରିପୋର୍ଟ ‘ଦ ଗ୍ରେଟ୍‌ ଟ୍ରାନ୍ସସିପ୍‌ମେଣ୍ଟ ସ୍କାମ୍‌’ରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ. ଆମେରିକା ଏପରି ମାମଲା ସମ୍ପର୍କରେ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରିବ।

ଆମେରିକାକୁ ଚୋରା ଚାଲାଣ

ପିଟର ନାଭାରୋଙ୍କ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ, ଭାରତ ସମେତ ୪୦ରୁ ଅଧିକ ଦେଶ ଚୀନ୍‌ ପାଇଁ ଏକ ‘ସାଡୋ ଟ୍ରାନ୍ସସିପ୍‌ମେଣ୍ଟ ନେଟୱର୍କ’ ବା ଛାୟା ପରିବହନ ନେଟୱର୍କ ଭାବେ କାମ କରୁଛନ୍ତି। ଏହି ଅବୈଧ ନେଟୱର୍କ ମାଧ୍ୟମରେ ବାର୍ଷିକ ୪୦ ବିଲିୟନ୍‌ ଡଲାରରୁ ୩୦୩ ବିଲିୟନ ଡଲାର ମୂଲ୍ୟର ଚୀନ୍ ସାମଗ୍ରୀକୁ ଅନ୍ୟ ଦେଶ ମାଧ୍ୟମରେ ଆମେରିକାକୁ ଚୋରା ଚାଲାଣ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ଦାବି କରିଛନ୍ତି ଯେ, ଚୀନ୍‌ ଆମେରିକାର ଶୁଳ୍କରୁ ବର୍ତ୍ତିବା ପାଇଁ ତୃତୀୟ ଦେଶମାନଙ୍କୁ ବ୍ୟବହାର କରୁଛି। ଏହି ଦେଶମାନଙ୍କ ମଧ୍ୟରେ ଭାରତ ବ୍ୟତୀତ ମେକ୍ସିକୋ, କାନାଡା, ୟୁରୋପୀୟ ସଂଘ, ଜାପାନ ଓ ଦକ୍ଷିଣ କୋରିଆର ନାମ ରହିଛି। ନାଭାରୋ ସାମ୍ବାଦିକମାନଙ୍କ ସମ୍ମୁଖରେ ଏହି ରିପୋର୍ଟ କଥା ଉଠାଇ କହିଥିଲେ ଯେ, ବର୍ଷ ବର୍ଷ ଧରି ଏହି ବୃହତ୍‌ ଟ୍ରାନ୍ସସିପ୍‌ମେଣ୍ଟ ଦୁର୍ନୀତି କମ୍ୟୁନିଷ୍ଟ ଚୀନ୍‌କୁ ଭାରତ, ମେକ୍ସିକୋ, କାନାଡା ଓ ୟୁରୋପୀୟ ସଂଘ ପରି ୪୦ରୁ ଅଧିକ ଦେଶ ମାଧ୍ୟମରେ ରପ୍ତାନୀ କରିବାରେ ସାହାଯ୍ୟ କରୁଛି।

Chamoli Tunnel: ଚାମୋଲି ଟନେଲରେ ଭୟଙ୍କର ଅଘଟଣ: ଭୂସ୍ଖଳନରେ ୯ ଶ୍ରମିକଙ୍କ ମୃତ୍ୟୁ

ନାଭାରୋ କହିଛନ୍ତି ଯେ, ଚୀନର ଛାୟା ପରିବହନ ନେଟୱାର୍କରେ ଥିବା ଦେଶଗୁଡ଼ିକରେ ଆମେରିକାର କିଛି ବଡ଼ ବାଣିଜ୍ୟିକ ଅଂଶୀଦାର ମେକ୍ସିକୋ ଓ କାନାଡାରୁ ଆରମ୍ଭ କରି ୟୁରୋପୀୟ ସଂଘ, ଭାରତ, ଜାପାନ ଓ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ଏହି ତୃତୀୟ ଦେଶଗୁଡ଼ିକ ମାଧ୍ୟମରେ ଚୀନ୍‌ ଛୋଟ ପ୍ରକ୍ରିୟାକରଣ, ପୁନଃଲେବଲିଂ, ପୁନଃପ୍ୟାକେଜିଂ କିମ୍ବା ମାର୍ଗ ପରିବର୍ତ୍ତନ କରି ଉତ୍ପାଦଗୁଡ଼ିକୁ ଅଲଗା ଦେଖାଇବାକୁ ଚେ‌ଷ୍ଟା କରୁଛି। ଏହାଦ୍ବାରା ଚୀନ୍‌ ସାମଗ୍ରୀ ବିପୁଳ ଶୁଳ୍କ ପ୍ରଦାନ କରିବାରୁ ବର୍ତ୍ତି ଯାଉଛି। ନାଭାରୋ ଭାରତର ପୁଣେ- ଗୁଜରାଟ-ଚେନ୍ନାଇ ପ୍ରଡକସନ୍‌ ବେଲ୍ଟ କଥା ମଧ୍ୟ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏଠାରେ ଚୀନ୍‌ରୁ ଆସୁଥିବା ପମ୍ପ ଓ କମ୍ପ୍ରେସରକୁ ଭାରତୀୟ ଉତ୍ପାଦ ଭାବେ ଆମେରିକା ବଜାରକୁ ଛଡ଼ା ଯାଉଛି। ଏପରି ସନ୍ଦିଗ୍ଧ ପରିବହନର ଚିହ୍ନଟ ପାଇଁ ଆମେରିକା ଏଆଇ ଆଧାରିତ ଡିଟେକ୍ଟିଭ୍‌ ବର୍ଡ଼ର ସିଷ୍ଟମ୍‌ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି। ଏହି ସି‌‌ଷ୍ଟମ୍‌ ପରିବହନ ତଥ୍ୟ, ସାମଗ୍ରୀର ମାର୍ଗ, ଉତ୍ପାଦର ବର୍ଗ, କମ୍ପାନି ମାଲିକାନା ସମ୍ପର୍କରେ ଓ ଉତ୍ପାଦର କ୍ଷମତା ପରି ତଥ୍ୟର ବିଶ୍ଳେଷଣ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.