Accident: ବିଳମ୍ବିତ ରାତିରେ ଘାଟିରେ ଓଲଟିଲା ୨ମାଲ୍ ବୋଝେଇ ଟ୍ରକ୍; ଯାତାୟତ ଠପ୍‌

1 hour ago 1
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ସଦର ବ୍ଲକ ଗୁମ୍ମା ଘାଟି ନିକଟରେ ବିଳମ୍ବିତ ରାତିରେ ଦୁଇଟି ମାଲ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣା ଫଳରେ ୩୨୬ ଜାତୀୟ ରାଜପଥ ରୁଟ୍‌ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  

ରାୟଗଡ଼ାଜିଲ୍ଲା ଗୁମା ଘାଟିରେ ବିଳମ୍ବିତ ରାତିରେ ଏକ ମାଲ୍ ବୋଝେଇ ଟ୍ରକ୍ ଫୁଲକଣା ନିକଟ ଶେଷ ବୁଲାଣିରେ ଓଲଟି ପଡ଼ିଥିବା ବେଳେ ଅନ୍ୟ ଟ୍ରକ୍‌ଟି ଗୁମା ଘାଟିର ୩ ନମ୍ବର ବୁଲାଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା ମଝିରେ ଦୁଇଟି ଯାକ ଟ୍ରକ୍ ଓଲଟି ରହିବା କାରଣରୁ କୋରାପୁଟ-ରାୟଗଡ଼ା ଏବଂ କାଶୀପୁର-ରାୟଗଡ଼ା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। 

Bus Accident: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ବସ୍

ଏହି ଘଟଣା କାରଣରୁ ଯାତ୍ରୀମାନେ ରାତି ତମାମ ୩୨୬ ନମ୍ବର ଜାତୀୟ ରାଜପଥରେ ଫସି ରହି ଅସହ୍ୟ କଷ୍ଟ ଭୋଗିଛନ୍ତି। ଘଟଣାସ୍ଥଳକୁ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି I ଏହି ଘାଟିରେ ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରି ପାରୁନି ପ୍ରଶାସନ କିମ୍ୱା ଜାତୀୟ ରାଜପଥ କର୍ତ୍ତୃପକ୍ଷI

Read Entire Article
LEFT SIDEBAR AD

Hidden in mobile, Best for skyscrapers.