ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି, ଅକ୍ଟୋବର ୭ରେ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସରକାରର ମୁଖ୍ୟ ରହିବାର ୨୫ ବର୍ଷ ପୂରଣ କରିଛନ୍ତି। ଏହି ଆବସରରେ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେବା ପାଇଁ ଦିଲ୍ଲୀସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ୨୦୧୪ରୁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।
୨୦୦୧ରୁ ଶାସନ ଦାୟିତ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ
ମୋଦୀଙ୍କ ଏହି ୨୫ ବର୍ଷର ଯାତ୍ରାକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦଳ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ସହ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ, ଯାତ୍ରା ଓ ଅନ୍ୟାନ୍ୟ ଆୟୋଜନ କରାଯାଉଛି। ‘ସେବା ସଂକଳ୍ପ ଯାତ୍ରା’ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ ଥିଲା।
ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

51 minutes ago
1


