ARTICLE AD BOX
ଅକ୍ସିଜେନ୍ ଟାଙ୍କି କିମ୍ବା ସ୍କୁବା ଉପକରଣ ବିନା ପାଣି ଭିତରେ ଶାଢ଼ି ପିନ୍ଧି ନୃତ୍ୟ କରିବା କଥା କେବେ ଭାବିଛନ୍ତି କି? ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ଫ୍ରି ଡାଇଭର୍ ଓ ଅଣ୍ଡର୍ୱାଟର୍ ଡ୍ୟାନ୍ସର୍ ଗାୟତ୍ରୀ ରଥିନାଭେଲୁ। ସେ ଗୋଟିଏ ନିଃଶ୍ୱାସରେ ପ୍ରାୟ ୧୫ ମିଟର ଗଭୀର ପାଣି ତଳକୁ ଯାଇ ନୃତ୍ୟ କରନ୍ତି। ଏହି ସମୟରେ ସେ ସଂସ୍କୃତ ଭାଷାରେ ଲିଖିତ କାହାଣୀ ଓ ଭାରତୀୟ ପରମ୍ପରାକୁ ନିଜ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରନ୍ତି।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
ଗାୟତ୍ରୀଙ୍କ କହିବା ଅନୁସାରେ, ସେ ପାଣି ତଳେ ନିଜ ପରମ୍ପରାର ଚିତ୍ରଣ ବହୁତ କମ୍ ଦେଖିଥିଲେ। ତେଣୁ ସେ ଶାଢ଼ିକୁ ନେଇ ଏହି ନୂଆ ପ୍ରୟାସ ଆରମ୍ଭ କରିଥିଲେ। ତାଙ୍କ ପାଇଁ ଶାଢ଼ି କେବଳ ପୋଷାକ ନୁହେଁ, ଏହା ଭାରତୀୟ ମହିଳାଙ୍କ ଜୀବନ, ସଂଘର୍ଷ ଓ ପରମ୍ପରାର କାହାଣୀ। ଏପରି ନୃତ୍ୟ ପାଇଁ ଶରୀରକୁ ସମ୍ପୂର୍ଣ୍ଣ ଶାନ୍ତ ରଖିବା ଦରକାର। ଫ୍ରିଡାଇଭିଂ ଅଭ୍ୟାସ ସହ ଧ୍ୟାନ ଓ ପ୍ରାଣାୟାମ ତାଙ୍କୁ ଏ ଦିଗରେ ସାହାଯ୍ୟ କରିଛି। ପାଣିରେ ମୁହଁ ପଡ଼ିଲେ ଶରୀରର ସ୍ୱାଭାବିକ ପ୍ରତିକ୍ରିୟାରେ ହୃଦ୍ସ୍ପନ୍ଦନ କମିଯାଏ ଏବଂ ଅମ୍ଳଜାନ ସଞ୍ଚୟ ହୁଏ। ତେବେ ଗାୟତ୍ରୀ କେବେ ବି ଏକାକୀ ଏପରି ଡାଇଭିଂ କରନ୍ତି ନାହିଁ। ପ୍ରତ୍ୟେକ ଥର ତାଙ୍କ ସହ ତାଲିମପ୍ରାପ୍ତ ଡାଇଭର୍ ଓ ଆବଶ୍ୟକ ସୁରକ୍ଷା ସାମଗ୍ରୀ ପ୍ରସ୍ତୁତ ଥାଏ। ‘କାଳୀ ରାଇଜିଂ’ ନାମରେ ତାଙ୍କ ଏହି ପ୍ରକଳ୍ପ ନାରୀଶକ୍ତି, ପରମ୍ପରା, ମାନବାଧିକାର ଓ ସମୁଦ୍ର ସୁରକ୍ଷାର ବାର୍ତ୍ତା ଦେଉଛି।

1 hour ago
2


