ARTICLE AD BOX
ତେଲକୋଇ (ବିରଞ୍ଚି କୁମାର ବେହେରା): ଜନ୍ମରୁ ଦିବ୍ୟାଙ୍ଗ। ପୋଲିଓ ଆକ୍ରାନ୍ତ ଯୋଗୁଁ ଡାହାଣ ହାତ କାମ କରୁନି। ଏହା ସତ୍ତ୍ବେ ହାର୍ ମାନିନାହାନ୍ତି କେନ୍ଦୁଝରଜିଲ୍ଲା ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ପଞ୍ଚାୟତ ଗୁଣ୍ଡୁରିଯୋଡ଼ା ଡ୍ୟାମ୍ସାହିର ଗୋବିନ୍ଦ ମୁଣ୍ଡା (୫୦)। ବାମ ହାତରେ କୋଦାଳ ଧରି ଜମିରେ ଖଟୁଛନ୍ତି। ଫଳାଉଛନ୍ତି ସୁନାର ଫସଲ। ଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଘର ନିକଟ ଗୁଣ୍ଡୁରିଯୋଡ଼ା ମୌଜାର ଖାତା ନମ୍ବର-୧୧୭, ପ୍ଲଟ୍ ନମ୍ବର-୮୯୭ରେ ଥିବା ଉଜୁଡ଼ା ଶାଳ ଜଙ୍ଗଲର ପୁନରୁଦ୍ଧାର କରିଛନ୍ତି। ପ୍ରାୟ ୩ ଏକର ଜମିରେ ଥିବା ହଜାରେରୁ ଊର୍ଦ୍ଧ୍ବ ଶାଳଗଛକୁ ସେ ୧୦ ବର୍ଷ ହେଲା ଜଗାରଖା କରୁଛନ୍ତି।
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ
ପୂର୍ବରୁ ଲୋକେ ଏହି ଜଙ୍ଗଲରୁ ଗଛ କାଟି ନେଉଥିଲେ। ଗୋବିନ୍ଦ ସେମାନଙ୍କୁ ବୁଝାସୁଝା କରି ଜଙ୍ଗଲକୁ ସୁରକ୍ଷା ଦେବାରେ ସମର୍ଥ ହୋଇଛନ୍ତି। ଗୋବିନ୍ଦଙ୍କ ପରିବାର କହିଲେ ଚାରି ଝିଅ ଓ ଗୋଟିଏ ପୁଅ। ପତ୍ନୀଙ୍କ ପରଲୋକ ହୋଇଯାଇଥିବା ବେଳେ ଦୁଇଝିଅ ବିବାହ କରିସାରିଛନ୍ତି। ପୈତୃକ ସମ୍ପତ୍ତି କହିଲେ ୧ ଏକର ୨୫ ଡିସିମିଲ ଜମି। ଏହି ଜମିରେ ସେ ଧାନଚାଷ କରିବା ସହ ଅନ୍ୟ କିଛି ଲୋକଙ୍କ ଜମିକୁ ଭାଗସୂତ୍ରରେ ନେଇ ସେଠାରେ କୋବି, ବାଇଗଣ, ଭେଣ୍ଡି, କଲରା, ଝୁଡ଼ଙ୍ଗ, କାକୁଡ଼ି, ଜହ୍ନି, ଲଙ୍କା ଆଦି ପରିବା ଚାଷ କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି। କେବଳ ଶୀତଋତୁରେ ଫୁଲ ଓ ବନ୍ଧାକୋବି ଚାଷରୁ ସେ ୩ ମାସରେ ୬୦ ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି। ସେହିପରି ଧାନ ଓ ଅନ୍ୟାନ୍ୟ ଫସଲରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଡାହାଣ ହାତ କାମ କରୁନଥିବାରୁ ଗୋବିନ୍ଦ ବାମ ହାତରେ କୋଦାଳ ଧରି ଜମିରେ କୋଡ଼ାଖୋସା କରୁଛନ୍ତି। ନିଜ ଫସଲର ଯତ୍ନ ନେଉଛନ୍ତି। ଚାଷକାମରେ ପୁଅଝିଅ ତାଙ୍କୁ ସହଯୋଗ କରୁଛନ୍ତି। ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ହୋଇଥିଲେ ବି ମଦ ଓ ନିଶାଠାରୁ ସେ ବହୁତ ଦୂରରେ।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ

1 hour ago
1


