India's first female fighter: ଭାରତର ପ୍ରଥମ ମହିଳା ଫାଇଟର୍‌ କମ୍ବାଟ୍‌ ଲିଡର୍‌

1 hour ago 2
ARTICLE AD BOX

ସ୍କ୍ବାଡ୍ରନ୍‌ ଲିଡର୍‌ ଭାବନା କାନ୍ତ ଇତିହାସ ରଚିଛନ୍ତି। ଭାରତୀୟ ବାୟୁସେନାର ସର୍ବପ୍ରଥମ ମହିଳା ଫାଇଟର୍‌ ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ହେବାର ଠିକ୍ ଏକ ଦଶନ୍ଧି ପରେ ସେ ଗ୍ବାଲିୟର୍‌ସ୍ଥିତ ‘ଟାକ୍‌ଟିକ୍‌ସ ଆଣ୍ଡ୍‌ କମ୍ବାଟ୍‌ ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ’ରୁ ଫାଇଟର୍‌ କମ୍ବାଟ୍‌ ଲିଡର୍‌ (ଏଫ୍‌ଏଲ୍‌ସି) ନାମକ ଅତ୍ୟନ୍ତ କଠିନ ପାଠ୍ୟକ୍ରମ ପୂରା କରିଛନ୍ତି। ଏହି ୨୦ ସପ୍ତାହ ଅବଧିର ପାଠ୍ୟକ୍ରମ ପାଇଁ ପ୍ରତି ଥର ମାତ୍ର ୧% ଫାଇଟର୍‌ ପାଇଲଟ୍‌ ମନୋନୀତ ହୋଇଥାନ୍ତି। ପୁଣି ସେମାନଙ୍କ ମଧ୍ୟରୁ ଅନେକ ଏହି ପାଠ୍ୟକ୍ରମ ପୂରା କରିବାରେ ସଫଳ ହୋଇପାରନ୍ତି ନାହିଁ। ତେଣୁ ଭାବନାଙ୍କ ଏହି ସଫଳତା ବାୟୁସେନାରେ ମହିଳାଙ୍କ ନେତୃତ୍ବ କ୍ଷେତ୍ରରେ ଏକ ନୂଆ ମାଇଲ୍‌ଖୁଣ୍ଡ ସ୍ଥାପନ କରିଛି। ସେ ଏବେ ନିଜ ସ୍କ୍ବାଡ୍ରନ୍‌ର ଫାଇଟର୍‌ କମ୍ପାଟ୍‌ ଲିଡର୍‌ ପରିଣତ ହୋଇଛନ୍ତି। ତାଙ୍କୁ ଯୁଦ୍ଧ ରଣକୌଶଳ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ମୁତୟନ ଯୋଜନା ଓ ପାଇଲଟ୍‌ଙ୍କ ପ୍ରଶିକ୍ଷଣ ଭଳି ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ। 

India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

ବିହାରର ଦରଭଙ୍ଗାରେ ଜନ୍ମିତ ଭାବନା କାନ୍ତଙ୍କ ବୟସ ୩୩ ବର୍ଷ। ସେ ବେଙ୍ଗାଲୁରୁରେ ଇଂଜିନିଅରିଂ ପଢ଼ିବା ପରେ ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ନେବା ପରେ ସେ ବାୟୁସେନାର ଫ୍ଲାଇଂ ଅଫିସର୍‌ ନିଯୁକ୍ତ ହୋଇଥିଲେ। ୨୦୧୯ରେ ପ୍ଲାଇଟ୍‌ ଲିଉଟିନାଣ୍ଟ ଥିବାବେଳେ ଭାବନା ଭାରତୀୟ ବାୟୁସେନାର ସର୍ବପ୍ରଥମ ମହିଳା ଫାଇଟର୍‌ ପାଇଲଟ୍‌ ଭାବରେ ଦିବସକାଳୀନ ଯୁଦ୍ଧ ମିସନ୍‌ମାନଙ୍କରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। 

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.