ARTICLE AD BOX
ଆମଷ୍ଟେଲଭିନ: ଚଳିତ ଏଫ୍ଆଇଏଚ୍ ହକି ପ୍ରତିଯୋଗିତାରେ ବୁଧବାର ଗ୍ରୁପ୍-ଡି’ର ଶେଷ ମ୍ୟାଚ୍ରେ ଦୁଇ ଚିରପ୍ରତିନ୍ଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍ ସଦୃଶ। ସଂପ୍ରତି ଭାରତ ୨ ମ୍ୟାଚ୍ରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟରୁ ୩ ପଏଣ୍ଟ ସହ ଇଂଲଣ୍ଡ (୬ ପଏଣ୍ଟ୍) ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ପାକିସ୍ତାନ ୨ ମ୍ୟାଚ୍ରୁ ଗୋଟିଏ ଲେଖାଏଁ ପରାଜୟ ଓ ଅମୀମାଂସିତ ମୁକାବିଲାରୁ ୧ ପଏଣ୍ଟ୍ ପାଇ ୱେଲ୍ସ (୧ ପଏଣ୍ଟ୍)ଠୁ ଗୋଲ୍ ବ୍ୟବଧାନରେ ପଛରେ ରହି ୪ ଦଳୀୟ ଏହି ଗ୍ରୁପ୍ରେ ଶେଷ ସ୍ଥାନରେ ରହିଛି। ହେଲେ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାଂସିତ ରଖିବାକୁ ପଡ଼ିବ। ଜିତିଲେ ସିଧାସଳଖ ପହଞ୍ଚିଯିବ। ଯଦି ଅମୀମାଂସିତ ରଖେ ତେବେ ଇଂଲଣ୍ଡ-ୱେଲ୍ସ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଉଭୟ ଲୋକପ୍ରିୟ ଦଳ ବିଶ୍ବକପ୍ରେ ୧୬ବର୍ଷ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସେଥିପାଇଁ ଏହି ମ୍ୟାଚ୍କୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି।
Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍ ଆମ୍ବାସଡର୍
୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ା ଫାଇନାଲ୍ ପରଠୁ ଉଭୟ ଦେଶ ୧୯ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୧୭ ଥର ଜିତି ଆଗରେ ରହିଛି। ଅନ୍ୟ ଦୁଇଟି ମ୍ୟାଚ୍ ଅମୀମାଂସିତ ରହିଛି। ପାକିସ୍ତାନ ଗତ କିଛି ବର୍ଷ ହେଲା ଭାରତ ବିପକ୍ଷରେ ବିଜୟଶୂନ୍ୟ ରହିଛି। ‘‘ଆମ ଭିତରେ ସବୁବେଳେ ପ୍ରତିଦ୍ବନ୍ଦ୍ବିତା ରହିଛି,ଏହା ଆଲୋଚନାର ବାହାରେ ନୁହେଁ। ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ମୁଁ ବହୁତ ଗର୍ବ ଅନୁଭବ କରେ। ସ୍ବଭାବିକ ଭାବେ ମୁଁ ବି ଚାହିବି ପାକିସ୍ତାନ ବିପକ୍ଷରେ ସର୍ବଦା ବିଜୟ ହାସଲ କରୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଗ୍ରେଗ୍ ଫୁଲଟନ କହିଛନ୍ତି। ।
ବୁଧବାରର ହବୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍ସର ଆମଷ୍ଟେଲଭିନ୍ସ୍ଥିତ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ୱାଗେନର୍ ଷ୍ଟାଡିୟମ୍ର ସମସ୍ତ ୧୦,୦୦୦ ଟିକେଟ ବିକ୍ରି ହୋଇଯାଇଛି। ଅର୍ଥାତ୍ ଏହି ମ୍ୟାଚ୍ ପୂରା ହାଉସଫୁଲ୍ ଦର୍ଶକରେ ଖେଳାଯିବାକୁ ଯାଉଛି। ବିଶେଷକରି ନେଦରଲାଣ୍ଡ୍ସରେ ରହୁଥିବା ଭାରତୀୟ ଓ ପାକିସ୍ତାନୀ ପ୍ରବାସୀ ଏହି ମ୍ୟାଚ୍କୁ ନେଇ ବେଶ୍ ଉତ୍ସାହିତ ଥିବାରୁ ମ୍ୟାଚ୍ର ବହୂ ପୂର୍ବରୁ ଟିକେଟ୍ ବିକ୍ରି ହୋଇଯାଇଥିବା ଜଣାପଡ଼ିଛି। କିଛି ଭାରତୀୟ ପ୍ରଶଂସକ କିନ୍ତୁ ଟିକେଟ ପାଇ ନଥିବାରୁ ନିରାଶ ହୋଇଛନ୍ତି।
ଶେଷ ମୁକାବିଲାରେ ଭାରତ ହାସଲ କରିଥିଲା ସହଜ ବିଜୟ
ବିଶ୍ବକପ୍ରେ ଭାରତ ଓ ପାକିସ୍ତାନ ପୁରୁଷ ହକି ଦଳ ୨୦୧୦ ମସିହାରେ ନୂଆଦିଲ୍ଲୀଠାରେ ମୁହାଁମୁହିଁ ହୋଇଥିଲେ। ସେହି ମୁକାବିଲାକୁ ଭାରତ ଏକତରଫା ଭାବେ ୪-୧ ଗୋଲ୍ରେ ଜିତି ନେଇଥିଲା। ୨୦୧୦ ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ ଥିଲେ ରାଜପାଲ ସିଂହ। ବିଶ୍ୱକପ୍ ପୂର୍ବରୁ ଚ୍ୟାମ୍ପିଅନ୍ସ ଚ୍ୟାଲେଞ୍ଜରେ ପାକିସ୍ତାନଠାରୁ ହାରିବା ପରେ ସେ ପାକିସ୍ତାନୀ ଖେଳାଳିଙ୍କୁ ଫେବ୍ରୁଆରୀ ୨୮ରେ ଜବାବ ଦେବେ ବୋଲି କହିଥିଲେ। ବିଶ୍ୱକପ୍ ମ୍ୟାଚ୍ରେ ଭାରତର ସ୍ମରଣୀୟ ବିଜୟ ପରେ ତାଙ୍କର ସେହି ପ୍ରତିଶ୍ରୁତି ପୂରଣ ହୋଇଥିଲା। ରାଜପାଲଙ୍କ ଅନୁସାରେ, ୧୯୮୨ ମସିହାର ଏସୀୟ କ୍ରୀଡ଼ା ପରାଜୟର ଯନ୍ତ୍ରଣାଦାୟକ ସ୍ମୃତି ଯୋଗୁଁ ଏହି ମ୍ୟାଚ୍ର ଚାପ ବହୁତ ଅଧିକ ଥିଲା। ତଥାପି ଦଳର ପ୍ରସ୍ତୁତି ଭଲ ଥିବାରୁ ଭାରତ ବିଜୟୀ ହୋଇଥିଲା। ସେହି ମ୍ୟାଚ୍ରେ ଭାରତର ପ୍ରଥମ ଗୋଲ୍ ସ୍କୋର କରିଥିଲେ ଶିବେନ୍ଦ୍ର ସିଂହ। ଗୋଲ୍ ପରେ ଭରପୂର ଷ୍ଟାଡିୟମ୍ରେ ଉପସ୍ଥିତ ଭାରତୀୟ ସମର୍ଥକଙ୍କୁ ସେ ସାଲ୍ୟୁଟ୍ କରିଥିଲେ।
Horoscope 2026 August 19: ଜାଣନ୍ତୁ ଆଜିର ରାଶିଫଳ...
ଏହି ଦୃଶ୍ୟ ଭାରତ-ପାକିସ୍ତାନ ହକି ଇତିହାସର ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି। ସେହି ସ୍ମୃତିକୁ ମନେ ପକାଇ ଶିବେନ୍ଦ୍ର କହିଛନ୍ତି, ଏହା ୨୦୧୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ହୋଇଥିବାରୁ ଉତ୍ସାହ ବହୁତ ଅଧିକ ଥିଲା। ୧୯୮୨ର ସ୍ମୃତି ମଧ୍ୟ ସମସ୍ତଙ୍କ ମନରେ ଥିଲା। ଗୋଲ୍ କରିବା ପରେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୁଁ ସାଲ୍ୟୁଟ୍ ମାରିଥିଲି। ୨୦୧୦ ପରେ ପୁରୁଷ ହକି ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ଆଉ ମୁହାଁମୁହିଁ ହୋଇନାହାନ୍ତି। ପାକିସ୍ତାନ ୨୦୧୪ ଓ ୨୦୨୩ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା। ୨୦୧୮ରେ ମଧ୍ୟ ଦୁଇ ଦଳର ସାମ୍ନାସାମ୍ନି ହୋଇ ନ ଥିଲା। ଏବେ ୧୬ ବର୍ଷ ପରେ ପୁଣି ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ମ୍ୟାଚ୍ ପୂର୍ବରୁ ଶିବେନ୍ଦ୍ର ସତର୍କ କରିଛନ୍ତି ଯେ ପାକିସ୍ତାନର କାଉଣ୍ଟର ଆଟାକ୍ ଓ ପେନାଲ୍ଟି କର୍ଣ୍ଣର ଶକ୍ତିଶାଳୀ। ତେଣୁ ଭାରତକୁ ସତର୍କ ରହିବାକୁ ପଡ଼ିବ। ପୂର୍ବତନ ଅଧିନାୟକ ରାଜପାଲ ସିଂହ ମଧ୍ୟ ଭାରତକୁ ଆକ୍ରମଣାତ୍ମକ ହକି ଖେଳିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ଭାରତକୁ ଅତ୍ୟଧିକ ରକ୍ଷଣାତ୍ମକ ନହୋଇ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇବାକୁ ହେବ।

1 hour ago
1


