ARTICLE AD BOX
ଜୟପୁର (ଦେବାଶିଷ ସାହୁ): ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତ ମଙ୍ଗଳବାର (ସେପ୍ଟେମ୍ବର ୨୯) ଘଟିଥିବା ଛୁରାମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ଭଉଣୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ଜୟପୁର ସଦର ଥାନା ପୁଲିସ କହିଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୩ ଜଣ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଛି।
Bank Of America: ଟାଇମ୍ସ ସ୍କୋୟାର ଛୁରାମାଡ଼ ଘଟଣା: ବ୍ୟାଙ୍କ ଅଫ୍ ଆମେରିକା କର୍ମଚାରୀଙ୍କ ମୃତ୍ୟୁ
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାମୁଣିପୁଟ ଗ୍ରାମର କ୍ଷେତ୍ରୀୟ ବାରିକ(୧୯), ସନ୍ତୋଷ ବାରିକ(୧୯), ଧୋବା ବାରିକ(୧୯) ଓ ଟୁନା ବାରିକ(୨୪)।
/filters:format(webp)/sambad/media/media_files/2026/10/04/jaypore-knife-attack-case4-2026-10-04-22-25-36.jpg)
ପୁଲିସ ଦେଇଥିବା ସୂଚନାନୁସାରେ, ପ୍ରାୟ ୫ ବର୍ଷ ପୂର୍ବେ ଅଭିଯୁକ୍ତ ଧୋବା ବାରିକଙ୍କ ଭଉଣୀ ପଦ୍ମିନୀଙ୍କ ବିବାହ ଦିଗାପୁର ଗ୍ରାମର ରମେଶ ହରିଜନଙ୍କ ସହିତ ହୋଇଥିଲା। ୨୦୨୫ ନଭେମ୍ବର ମାସରେ ପଦ୍ମିନୀଙ୍କ ମୃତ୍ୟୁ ଘଟିଥିଲା। ଶ୍ୱଶୁର ଘର ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ। କିନ୍ତୁ ପଦ୍ମିନୀଙ୍କ ପିତାମାତା ଓ ଭାଇ ଏହା ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ। ପବିତ୍ର ହରିଜନ ହତ୍ୟା କରିଥିବା ନେଇ ଧୋବା ସନ୍ଦେହ କରୁଥିଲେ। ପବିତ୍ର ନିଶାସକ୍ତ ହୋଇ ପଦ୍ମିନୀଙ୍କୁ ଟଙ୍କା ମାଗିବା ସହ ମାଡ଼ ମାରୁଥିବା ନେଇ ପୂର୍ବରୁ ଅଭିଯୋଗ ଥିଲା। ଏହି ମାମଲାରେ ପବିତ୍ର ଜେଲ ଯାଇ ଦେଢ଼ ମାସ ତଳେ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ପବିତ୍ର ବାରମ୍ବାର ଧୋବାଙ୍କ ଗାଁ ଆଡ଼େ ଆସି ବୁଲୁଥିବାରୁ ଅଭିଯୁକ୍ତଙ୍କ ମନରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
Telangana: ପ୍ରଧାନଶିକ୍ଷୟିତ୍ରୀଙ୍କୁ ୨୭ ଥର ଛୁରାମାଡ଼ କରି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର
ମଙ୍ଗଳବାର ସନ୍ଧ୍ୟାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପବିତ୍ର ବୁଲୁଥିବା ସୂଚନା ପାଇଥିଲେ ପଦ୍ମିନୀଙ୍କ ଭାଇ ଓ ସମ୍ପର୍କୀୟ। ୭ ଅଭିଯୁକ୍ତ ଦୁଇଟି ସ୍କୁଟର ଯୋଗେ ଅନଲାଇନରୁ ଅର୍ଡର କରାଯାଇଥିବା ଦୁଇଟି ଧାରୁଆ ଛୁରି ଧରି ମେଡିକାଲ ପରିସରରେ ପହଞ୍ଚିଥିଲେ। ପବିତ୍ର ହସ୍ପିଟାଲରୁ ବାହାରିବା ବେଳେ ତାଙ୍କୁ ଘେରିଯାଇଥିଲେ। ପବିତ୍ର ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୭ ଜଣ ଯାକ ତାଙ୍କୁ ଗୋଡ଼ାଇ କାବୁ କରି ନିର୍ଦ୍ଦୁମ ମାଡ଼ ମାରିଥିଲେ। ପରେ ଧୋବା ବାରିକ ଏକ ଛୁରିରେ ପବିତ୍ରଙ୍କ ପେଟ ଓ ପିଠିକୁ ଆକ୍ରମଣ କରି ଗୁରୁତର କରିଥିଲେ। ଲୋକଙ୍କ ଚିତ୍କାର ଶୁଣି ଅଭିଯୁକ୍ତମାନେ ଘଟଣାସ୍ଥଳରେ ସ୍କୁଟର ଛାଡ଼ି ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜୟପୁର ସଦର ଥାନାରେ କେଶ୍ ନଂ ୩୦୬/୨୬ରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ଅଧିକାରୀ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ପକ୍ଷରୁ ସୂଚନା ମିଳିଛି।

45 minutes ago
2


