BJP: ନିଜ ବିଫଳତା ପାଇଁ ନିର୍ବାଚନ ବ୍ୟବସ୍ଥାକୁ  କଂଗ୍ରେସ ଦାୟୀ କରିପାରିବ ନାହିଁ: ବିଜେପି

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟା ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)କୁ ନେଇ ବିରୋଧୀ ଦଳଗୁଡ଼ିକ କରୁଥିବା ସମାଲୋଚନା ଉପରେ ରବିବାର ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। 

ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ କଂଗ୍ରେସ ନିଜର ବାରମ୍ବାର ରାଜନୈତିକ ପରାଜୟ ଯୋଗୁଁ ନିରାଶ ହୋଇ ଭାରତର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି। ନିଜର ବିଫଳତା ଲୁଚାଇବା ପାଇଁ ଦଳ ନିର୍ବାଚନ ପ୍ରକ୍ରିୟାକୁ ଅବୈଧ କହି ୧୪୦ କୋଟି ଜନତାଙ୍କ ଜନାଦେଶକୁ ଅପମାନିତ କରୁଛି ଏବଂ ଏଥିପାଇଁ କଂଗ୍ରେସ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍। ସେ କରିଛନ୍ତି ଯେ, ଅତୀତରେ ଯେତେବେଳେ ବାଲଟ୍ ପେପର ଲୁଟ୍ ହେଉଥିଲା, ବୁଥ୍ ଜବରଦଖଲ କରାଯାଉଥିଲା ଏବଂ ନିର୍ବାଚନ ସମୟରେ ବ୍ୟାପକ ହିଂସା ତଥା ହତ୍ୟାକାଣ୍ଡ ଘଟୁଥିଲା, କେବଳ ସେହି ସମୟରେ ହିଁ କଂଗ୍ରେସ ନିର୍ବାଚନ ଜିତୁଥିଲା।

ସାଂସଦ ତ୍ରିବେଦୀ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ନିର୍ବାଚନ ବ୍ୟବସ୍ଥାରେ ସିସିଟିଭି ଏବଂ ସ୍ୱାଧୀନ ଗଣମାଧ୍ୟମର ପ୍ରଭାବ ବୃଦ୍ଧି ପାଇବା ସହ ଏହା ଯେତେବେଳେ ସ୍ୱଚ୍ଛ ଓ ଆଇନଗତ ହେଲା, ସେବେଠାରୁ କଂଗ୍ରେସ ହାତରୁ କ୍ଷମତା ଖସିବାରେ ଲାଗିଛି। ସେ ଉଦାହରଣ ଦେଇ କହିଛନ୍ତି ଯେ ୧୯୮୫ ବିହାର ନିର୍ବାଚନରେ ପ୍ରାୟ ୮୩ ଟି ହତ୍ୟାକାଣ୍ଡ ଘଟିଥିଲା ଏବଂ ୧୯୯୫ ରେ ହିଂସା ଯୋଗୁଁ ଚାରିଥର ମତଦାନ ସ୍ଥଗିତ କରିବାକୁ ପଡ଼ିଥିଲା। ଏପରିକି ୧୯୮୯ ମସିହାରେ ଆମେଥିରେ ରାଜୀବ ଗାନ୍ଧୀଙ୍କ ନିର୍ବାଚନ ସମୟରେ ମଧ୍ୟ ଗୁଳିମାଡ଼ ହୋଇଥିଲା। 

West Bengal Elections: ପଶ୍ଚିମବଙ୍ଗ ବିଧାନସଭା ଭୋଟ୍ ଓ ଏସ୍‌ଆଇଆର୍ ପ୍ରଭାବ

ଏକବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ତାମିଲନାଡୁ, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ବିହାର, ଗୁଜରାଟ ଏବଂ ଓଡ଼ିଶାର ମୋଟ ୨୨୮ ଟି ଆସନ ମଧ୍ୟରୁ କଂଗ୍ରେସ ସ୍ଥିତି ପ୍ରାୟ ଶୂନରେ ପହଞ୍ଚିଛି, ତେଣୁ ସେମାନେ ଦେଶରେ ପୁଣି କ୍ଷମତାକୁ ଫେରିବା ସ୍ୱପ୍ନ ଦେଖିବା ଅନୁଚିତ୍। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦେଶର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶ୍ନ କରିବା ପୂର୍ବରୁ ନିଜ ଦଳର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ପ୍ରକ୍ରିୟାର ଯାଞ୍ଚ କରିବା ଆବଶ୍ୟକ ବୋଲି ତ୍ରିବେଦୀ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.