India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଆସନ୍ତା ୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ସମ୍ଭାବନା ରହିଛି। ବ୍ରୋକରେଜ୍‌ ସଂସ୍ଥା ଇକ୍ବିରସ୍‌ ଏଭଳି ଆକଳନ କରିଛି। ଏହା କହିଛି ଯେ ଏହି ମହତ୍ବାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତୀୟ ଅର୍ଥନୀତିକୁ ଟଙ୍କା ମୂଲ୍ୟ ହିସାବରେ ବାର୍ଷିକ ୧୪.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ ଯାହା ଏହାର ହାରାହାରି ବାର୍ଷିକ ଅଭିବୃଦ୍ଧି ୧୦-୧୧ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ଏହା ସରକାରଙ୍କୁ ୨୦ଟି ସଂସ୍କାର ଏଜେଣ୍ଡା ପ୍ରଦାନ କରାଯାଇଛି।

ଭାରତୀୟ ଅର୍ଥନୀତି ୨ ଟ୍ରିଲିଅନ ଡଲାର ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ସ୍ବାଧୀନତା ପରେ ୬୭ ବର୍ଷ ସମୟ ନେଇଥିଲା। ବର୍ତ୍ତମାନ ଏହା ୩.୭ ଟ୍ରିଲିଅନ ଡଲାର ସ୍ତରରେ ରହିଛି। ଏକ ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବାକୁ ହେଲେ ଭାରତକୁ ୫.୫ ଗୁଣା ଅଧିକ ବଡ଼ ହେବାକୁ ପଡ଼ିବ। ଏଥିପାଇଁ ଡଲାର ମୂଲ୍ୟରେ ବାର୍ଷିକ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ହେବ। ଭାରତୀୟ ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ସେବା କ୍ଷେତ୍ରର ଅବଦାନ ୫୪ ପ୍ରତିଶତ ରହିିଛି। ଭାରତକୁ ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବାକୁ ହେଲେ ସେବା କ୍ଷେତ୍ର ଯାହା ବର୍ତ୍ତମାନ ୨ ଟ୍ରିଲିଅନ ଡଲାର ରହିଛି ତାହା ନିଜର ଅବଦାନ ୬୫ ପ୍ରତିଶତକୁ ବଢ଼ାଇ ଏକାକୀ ୧୧ ଟ୍ରିଲିଅନ ଡଲାର ହେବାକୁ ପଡ଼ିବ।

Economy: ୨୦୨୮-୨୯ରେ ୫ ଟ୍ରିଲିଅନ ଅର୍ଥନୀତି ହେବ ଭାରତ: ନିର୍ମଳା

ଇକ୍ବିରସ୍‌ ଜଣାଇଛି ଯେ ସାରା ବିଶ୍ବ ସୁରକ୍ଷା ଭିତ୍ତିକ ମନୋଭାବ ଅପଣାଇଥିବାରୁ ମାନୁଫାକ୍‌ଚରିଂ (ବିନିର୍ମାଣ) ପ୍ରଭାବିତ ହେବ। ସହରୀକରଣ ବ୍ୟାପକ ହେଉଥିବାରୁ ଅର୍ଥନୀତି ପ୍ରତି କୃଷିର ଅବଦାନ କମିବ। ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବାକୁ ପୁଞ୍ଜି ବଜାର, ମାନବ ସମ୍ବଳ, ସେବା ଓ ସହରାଞ୍ଚଳ ପ୍ରଶାସନ କ୍ଷେତ୍ରରେ ସଂସ୍କାର ଆଣିବାକୁ ଇକ୍ବିରସ୍‌ ପ୍ରସ୍ତାବ ଦେଇଛି। ଇନ୍ଧନକୁ ଜିଏସ୍‌ଟି ଅଧୀନରେ ସାମିଲ କରିବା, ଭାରତୀୟ ରେଳକୁ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କରିବା, ଭାରତୀୟ ସୋଭରେନ୍‌ ଫଣ୍ଡ୍‌ ଗଠନ କରିବା, କର୍ପୋରେଟ୍‌ ବଣ୍ଡ୍‌ ବଜାରକୁ ବଢ଼ାଇବା ଭଳି ବିଭିନ୍ନ ପ୍ରସ୍ତାବ ଦିଆଯାଇଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଅଗ୍ରିମ ଟିକସ ଉଚ୍ଛେଦ ହେଲେ ୧୦ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକାରୀ ପୁଞ୍ଜି ମିଳିପାରିବ। ସେହିପରି ୫ ପ୍ରତିଶତର ଫ୍ଲାଟ୍‌ ଟିଡିଏସ୍‌ ଲଗାଇଲେ ୧୩.୪ ଲକ୍ଷ କୋଟି ଟଙ୍କା ଆସିପାରିବ। ଗ୍ଲୋବାଲ୍‌ କାପାବିଲିଟି ସେଣ୍ଟର (ଜିସିସି) ସଂଖ୍ୟାକୁ ୫୦୦୦ କରିବାକୁ ଏକ ଜାତୀୟ ନୀତି ଆଣିବାକୁ ହେବ। ଏହା ଦ୍ବାରା ଅଢ଼େଇ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.