ARTICLE AD BOX
ଶୁକ୍ରବାରଠାରୁ ଏହା ଲାଗୁ ହେବ ବୋଲି ଚୀନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି । ଉକ୍ତ ଶୁଳ୍କ ହଟାଇଲେ ଚୀନର ଅପ୍ଟିକାଲ ଫାଇବର ଶିଳ୍ପକୁ କ୍ଷତି ପହଞ୍ଚିବ ବୋଲି ଗତବର୍ଷ ଏକ ସମୀକ୍ଷା ସମୟରେ କୁହାଯାଇଥିଲା । ଚୀନ ୭.୪ ପ୍ରତିଶତରୁ ୩୦.୬ ପ୍ରତିଶତ ହାରରେ ଉକ୍ତ ଶୁଳ୍କ ଆଦାୟ କରୁଛି ।
Anti-Dumping Duty Photograph: (Sambad)ବେଜିଂ : ଭାରତର ସିଙ୍ଗଲ୍-ମୋଡ୍ ଅପ୍ଟିକାଲ ଫାଇବର୍ ଆମଦାନି ଉପରେ ଚୀନ ଲଗାଇଥିବା ଆଣ୍ଟି ଡ୍ରମ୍ପିଂ ଡ୍ୟୁଟି ବା ପ୍ରତିସ୍ତୂପୀକରଣ ଶୁଳ୍କକୁ ଆଉ ୫ ବର୍ଷ ପାଇଁ ବଢ଼ାଇ ଦେଇଛି । ଶୁକ୍ରବାରଠାରୁ ଏହା ଲାଗୁ ହେବ ବୋଲି ଚୀନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି । ଉକ୍ତ ଶୁଳ୍କ ହଟାଇଲେ ଚୀନର ଅପ୍ଟିକାଲ ଫାଇବର ଶିଳ୍ପକୁ କ୍ଷତି ପହଞ୍ଚିବ ବୋଲି ଗତବର୍ଷ ଏକ ସମୀକ୍ଷା ସମୟରେ କୁହାଯାଇଥିଲା । ଚୀନ ୭.୪ ପ୍ରତିଶତରୁ ୩୦.୬ ପ୍ରତିଶତ ହାରରେ ଉକ୍ତ ଶୁଳ୍କ ଆଦାୟ କରୁଛି । ୨୦୧୪ ଅଗଷ୍ଟରେ ପ୍ରଥମେ ଏହି ଶୁଳ୍କ ଚୀନ ଲଗାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମସିହାରେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


