Independence Day: ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା, ହର ମନ ତିରଙ୍ଗା’

4 days ago 4
ARTICLE AD BOX

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରି ସେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇ ଏହାକୁ ଉତ୍ସବର ରୂପ ଦେବାକୁ କହିଛନ୍ତି। ଚଳିତବର୍ଷ ଅଗଷ୍ଟ ୧୫ରେ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବ।

ମୋଦୀ କହିଛନ୍ତି, ଅଗଷ୍ଟ ୧୫କୁ ଗର୍ବ ଓ ସମ୍ମାନର ସହ ପାଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ଉଚିତ। ଏଥିସହ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା, ହର ମନ ତିରଙ୍ଗା’ ବାର୍ତ୍ତା ଦେଇ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଚଳିତବର୍ଷ ଅଗଷ୍ଟ ମାସରେ ‘ହର ଘର ତିରଙ୍ଗା’ ଅଭିଯାନ ପାଳନ କରାଯାଉଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଉତ୍ସାହିତ କରିବା ଏବଂ ସ୍ୱାଧୀନତାର ଭାବନା ସହ ଅଧିକ ଲୋକଙ୍କୁ ଯୋଡ଼ିବା। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।

ସ୍ୱାଧୀନତା ଦିବସ ଦିନ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ସଙ୍ଗୀତ ପୂର୍ବରୁ ସାମୂହିକ ଭାବେ ‘ବନ୍ଦେ ମାତରମ୍‌’ ଗାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର କହିଛନ୍ତି। ଏହା ପ୍ରଥମଥର ପାଇଁ ଲାଲକିଲ୍ଲାରେ ଜାତୀୟ ସଙ୍ଗୀତ ପୂର୍ବରୁ ସାମୂହିକ ଭାବେ ‘ବନ୍ଦେ ମାତରମ୍‌’ ଗାନ ହେବ ବୋଲି ସେ କହିଛନ୍ତି। ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପାଳନ, ସଂସଦରେ ଏ ସମ୍ପର୍କିତ ପ୍ରସ୍ତାବ ଏବଂ ଏହି ପଦକ୍ଷେପକୁ ନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ହର ଘର ତିରଙ୍ଗା ଅଭିଯାନ : ଆସନ୍ତା ୧୫ ତାରିଖ ଯାଏଁ ଛୁଟିଦିନ ସହିତ ସବୁଦିନ ଖୋଲା ରହିବ ଡାକଘର

Read Entire Article
LEFT SIDEBAR AD

Hidden in mobile, Best for skyscrapers.