Independence Day : ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ କଣ ଜାଣିଛନ୍ତି କି?

3 hours ago 1
ARTICLE AD BOX

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି | ତେବେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ମଧ୍ୟରେ ଥିବା ପାର୍ଥକ୍ୟକୁ ଅନେକ ଲୋକ ଏପର୍ଯ୍ୟନ୍ତ ବୁଝିପାରିନାହାନ୍ତି | ଆପଣ ମଧ୍ୟ ଏହି ଦୁଇଟି ଦିନ ମଧ୍ୟରେ ଥିବା ସାଧାରଣ ପାର୍ଥକ୍ୟକୁ ନେଇ ଦ୍ଵନ୍ଦରେ ପଡିଯାଇଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଏହି ଦୁଇଟି ଭିନ୍ନ ଦିବସର ପାର୍ଥକ୍ୟ ବାବଦରେ ସୂଚନା ଦେବୁ |

ଆହୁରି ପଢନ୍ତୁ :Indian wrestler Babita Phogat: କନ୍ୟା ସନ୍ତାନର ମା’ ହେଲେ ବବିତା

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ହାସଲ କରିଥିଲା। ଏହି ଦିନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପାଳନ କରାଯାଏ। ଅନ୍ୟପଟେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ନିଜସ୍ୱ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି ଦିନ ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା। ସେହିପରି ପତାକା ଉତ୍ତୋଳନକୁ ଦୁଇ ଦିନ ମଧ୍ୟରେ ଭିନ୍ନତା ରହିଛି | ସ୍ୱାଧୀନତା ଦିବସ ଦିନ ପତାକାକୁ ତଳୁ ଦଉଡ଼ି ସାହାଯ୍ୟରେ ଉପରକୁ ଟାଣି ନିଆଯାଇ ଉତ୍ତୋଳନ କରାଯାଏ । ଏହା ଦେଶର ସ୍ୱାଧୀନତା ଓ ନୂତନ ଉଦୟକୁ ଦର୍ଶାଏ। ସାଧାରଣତନ୍ତ୍ର ଦିବସ ଦିନ ପତାକା ପୂର୍ବରୁ ଉପରେ ବନ୍ଧା ହୋଇ ରହିଥାଏ ଏବଂ କେବଳ ଦଉଡ଼ି ଟାଣି ଉଡାଇଦିଆଯାଏ ।

ଆହୁରି ପଢନ୍ତୁ :Prajwal Revanna: ବେଙ୍ଗାଲୁରୁ ଜେଲ ଭିତରେ ଦୁଷ୍କର୍ମ ଦୋଷୀ ପ୍ରଜ୍ୱଳ ରେବନ୍ନାଠାରୁ ଆଣ୍ଡ୍ରଏଡ୍ ଫୋନ୍ ମିଳିଲା

ସ୍ୱାଧୀନତା ଦିବସ ଦିନ ମୁଖ୍ୟତଃ ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଏବଂ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଉପରେ ପର୍ଯ୍ୟବେସିତ ହେଉଥିବାବେଳେ ସାଧାରଣତନ୍ତ୍ର ଦିବସ ଦିନ ନୂଆଦିଲ୍ଲୀରେ ଭାରତୀୟ ସେନାବାହିନୀ, ନୌସେନା ଓ ବାୟୁସେନାର ଗ୍ରାଣ୍ଡ ପରେଡ୍ ସହ ବିଭିନ୍ନ ରାଜ୍ୟର ସାଂସ୍କୃତିକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୁଏ।

 ଆହୁରି ପଢନ୍ତୁ :Kidnap: ଅପହରଣ ମାମଲାରେ ମହିଳା ଗିରଫ, ନାବାଳିକା ଉଦ୍ଧାର

ଏହି ଦୁଇ ଦିନ ମଧ୍ୟରେ ବଡ ପାର୍ଥକ୍ୟ ହେଉଛି ଯେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବାବେଳେ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ରାଷ୍ଟ୍ରପତି କର୍ତ୍ତବ୍ୟ ପଥରେ ପତାକା ଉଡାଇଥାନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟ ଦେଶର ରାଷ୍ଟ୍ରପତି/ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦିଅନ୍ତି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.