Independence Day: ସ୍ବାଧୀନତା ଦିବସ ପାଳନ ଅବସରରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟର୍ଣ୍ଣାମେଣ୍ଟ

1 hour ago 1
ARTICLE AD BOX

ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ଏନଏସି ଓ ପଞ୍ଚାୟତ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ କଳିଙ୍ଗ ମିନି ଷ୍ଟାଡିୟମ୍ ଖେଳ ପଡ଼ିଆ ଠାରେ ତହସିଲଦାର ସମୁଦ୍ର ମିଶ୍ରଙ୍କ ତତ୍ତ୍ଵାବଧାନରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ତହସିଲଦାର ଙ୍କ ନେତୃତ୍ୱରେ ଖେଳୁଥିବା ପ୍ରଶାସନ ଏକାଦଶ ଏବଂ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଖେଳୁଥିବା ପୋଲିସ୍ ଏକାଦଶ ମଧ୍ୟରେ ଆନୁଷ୍ଠିତ ହୋଇଥଲା। 

ମ୍ୟାଚରେ ପୁଲିସ୍ ଏକାଦଶ ପ୍ରଥମେ ବ୍ୟାଟିଂ କରି ୭୮ ରନ୍‌ କରିଥିଲା ପ୍ରଶାସନ ଏକାଦଶକୁ ୫୯ ରନ୍‌ରେ ଅଲଆଉଟ୍ କରି ୧୯ ରନ୍‌ରେ ବିଜୟ ଲାଭ କରିଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍‌ଟି  ଅଜିତ୍ ଦିଗାଲଙ୍କ ନେତୃତ୍ୱରେ ଆଡଭୋକେଟ୍ ଏକାଦଶ ଏବଂ ରଂଜନ ଚୌଧୁରୀଙ୍କ ନେତୃତ୍ୱରେ ଶିକ୍ଷକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଡଭୋକେଟ୍ ଏକାଦଶ ପ୍ରଥମେ ବ୍ୟାଟିଂ କରି ୬୧ ରନ କରିଥିଲା ଯାହାକୁ ଶିକ୍ଷକ ଏକାଦଶ ୬ ୱିକେଟ ହରାଇ ୬୫ ରନ କରି ବିଜୟ ଲାଭ କରିଥିଲା। 

ଏହି ବନ୍ଧୁତା ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରଶାସନ ଏକାଦଶ ଦଳରେ ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ପୁଲିସ ଏକାଦଶରେ ଏଏସଆଇ ବୁଲୁ ବେହେରା, ରବୀନ୍ଦ୍ରନାଥ ସେଠୀ, ଶିକ୍ଷକ ଏକାଦଶ ଶାନ୍ତନୁ ପ୍ରଧାନ, ଆଇନଜୀବୀ କାର୍ତ୍ତିକ ପାଢ଼ୀଙ୍କ ସହ ଅନ୍ୟ ଆଇନଜୀବୀ, ଏନଏସି,ବ୍ଲକ, ତହସିଲ କାର୍ଯ୍ୟାଳୟର କର୍ମଚାରୀ ଖେଳୁଥିବା ବେଳେ ପୋଲିସ ଏକାଦଶ ଦଳରେ ଆଇଆଇସିଙ୍କ ସହ ଅନ୍ୟ ପୁଲିସ୍ କର୍ମଚାରୀ ଖେଳୁଥିଲେ।

Cricket: ଦିନିକିଆ କ୍ରିକେଟ୍‌ ଉପରେ ମତ ରଖିଲେ ପୂର୍ବତନ ଭାରତୀୟ କ୍ରିକେଟର; କ’ଣ କହିଲେ ଜାଣନ୍ତୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.