Independence Day: ସୁନ୍ଦରଗଡ଼ରେ ଜାତୀୟ ପତାକା ଉଡ଼ାଇଲେ ଉପମୁଖ୍ୟମନ୍ତ୍ରୀ

5 hours ago 3
ARTICLE AD BOX

ସୁନ୍ଦରଗଡ଼: ୮୦ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଆଜି ସକାଳ ୯ଟା ୧୫ରେ  ସ୍ଥାନୀୟ  ସ୍ବୟଂଶାସିତ  ମହାବିଦ୍ୟାଳୟ ନିକଟସ୍ଥ ଯତ୍‌ରା ପଡ଼ିଆରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିସନଶକ୍ତି, ପର୍ଯ୍ୟଟନ ବିଭାଗ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହ  ସମ୍ମିଳିତ ପ୍ୟାରେଡ୍‌‌ରେ ଅଭିବାଦକ ଗ୍ରହଣ କରି  ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି।

କୃତି ଛାତ୍ରଛାତ୍ରୀ ପୁରସ୍କୃତ

ସେ ସୁନ୍ଦରଗଡ଼ର ଆରାଧ୍ଯା ଦେବୀ ମା ସମଲେଶ୍ବରୀ ଓ ସ୍ବାଧୀନତା ସଂଗ୍ରାମୀ ଜଗନ ତନ୍ତୀ, ନିର୍ମଳ ମୁଣ୍ଡା ଓ ବୀର ବିର୍ସା ମୁଣ୍ଡା, ଦ୍ବାରିକାନାଥ କୁସୁମଙ୍କୁ ନମନ ଜଣାଇ ସେ ବନ୍ଦ ମାତରଂ ଧ୍ବନୀ ସହ ଦେଶର ବିକାଶ ଦ୍ରୁଟଗତିରେ ଆଗଉଥିବା ପ୍ରକାଶ କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରେ ସାର୍ଥକ ସ୍କୁଲ, ଆସ୍ଥାଗୃହ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଜିଲ୍ଲା କାରାଗାର ସମେତ ଭବାନୀପୁର ସ୍କୁଲପଡ଼ା ଅଙ୍ଗନବାଡ଼ି ଶିଶୁଙ୍କୁ  ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ଅପରାହ୍‌ଣ ୨ଟା ୪୫ରେ ‌ସେ ବାଲିଶଙ୍କରା ବ୍ଲକ୍‌ ଘୋଘରକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିବା ପରେ କନାକୁଣ୍ଡ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ୧୪ ତାରିଖ ରାତିରେ ଭୁବନେଶ୍ବରରୁ ବିମାନ ଯୋଗେ ଝାରସୁଗୁଡ଼ା ଆସି ସେଠାରୁ ସଡ଼କ ପଥରେ ରାତି ୧୦ଟାରେ ସୁନ୍ଦରଗଡ଼ ପ୍ରଦକ୍ଷଣ ଗୃହରେ ପହଞ୍ଚି ରାତ୍ରିଯାପନ କରିଥିଲେ।

Auto Accident: ସ୍ୱାଧୀନତା ଦିବସ ପାଳନ ପାଇଁ ଯାଉଥିବା ବେଳେ ଓଲଟିଲା ଅଟୋ: ଗାଡ଼ି ଚାଳକ ଗୁରୁତର, ୬ ଛାତ୍ରଛାତ୍ରୀ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.