ARTICLE AD BOX
ନୂଆଦିଲ୍ଲୀ: ଭାରତର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ତ୍ରିରଙ୍ଗା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାକୁ ସଲାମୀ ଦେଇଥିଲେ ।
Independence Day 2026: ଲାଲକିଲ୍ଲାର ପ୍ରାଚୀରରୁ ଇତିହାସ ସୃଷ୍ଟି କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଏହି ଅବସରରେ ଲାଲକିଲ୍ଲା ପରିସରରେ ଦେଶର ଗୌରବ, ଏକତା ଓ ଦେଶଭକ୍ତିର ଭାବନା ପରିଲକ୍ଷିତ ହୋଇଥିଲା । ସ୍ୱାଧୀନତା ଦିବସର ପାରମ୍ପରିକ ସମାରୋହରେ ବହୁ ବିଶିଷ୍ଟ ଅତିଥି, କେନ୍ଦ୍ରମନ୍ତ୍ରୀ, ସୁରକ୍ଷା ବାହିନୀର ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଉପସ୍ଥିତ ରହିଥିଲେ । ତ୍ରିରଙ୍ଗା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ଏହି ଐତିହାସିକ ଅବସରରେ ‘ବିକଶିତ ଭାରତ’ର ସଂକଳ୍ପ, ଯୁବଶକ୍ତିର ଭୂମିକା ଓ ଦେଶର ଭବିଷ୍ୟତ ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ରହିଛି ।

8 hours ago
3


