ARTICLE AD BOX
ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୬ ୱିକେଟ୍ରେ ଜିତିଛି। ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅତିଥି ଦଳକୁ ୨୫୦ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।
/sambad/media/media_files/2026/10/09/screenshot-2026-10-09-224247-2026-10-09-22-47-00.jpg)
ରାଞ୍ଚି: ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୬ ୱିକେଟ୍ରେ ଜିତିଛି। ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଅତିଥି ଦଳକୁ ୨୫୦ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଦଳ ୧୮.୩ ଓଭରରେ ୪ଟି ୱିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି।
ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଂଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୨୪୯ ରନ୍ କରିଥିଲେ। ଭାରତୀୟ ଟିମ୍କୁ ଅଭିଷେକ ଶର୍ମା ଏବଂ ସଂଜୁ ସାମସନ ଭଲ ପ୍ରାରମ୍ଭ ଦେଇଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୪୨ ରନ୍ର ଭାଗିଦାରୀ କରିପାରିଥିଲେ। ଅଭିଷେକ ୨୦ ରନ୍ କରି ଆଉଟ୍ ହୋଇଥିଲେ। ଈଶାନ କିଶନ ଏବଂ ସଂଜୁ ସାମସନ ଦ୍ବିତୀୟ ୱିକେଟ୍ ପାଇଁ ୯୭ ରନ୍ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ସମୟରେ ସଂଜୁ ସାମସନ ୨୧ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଈଶାନ କିଶନ ୨୨ଟି ବଲ୍ ଖେଳି ୬ଟି ଚୌକା ଏବଂ ୨ଟି ଛକା ବଳରେ ୪୩ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୪୦ ରନ୍ ସଂଗ୍ରହ କରିଥିଲେ। ସେ ୧୮ଟି ବଲ୍ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ସେହିପରି ଯୁବ ବ୍ୟାଟର ତିଲକ ବର୍ମା ୧୮ଟି ବଲ୍ରୁ ଅପରାଜିତ ୪୪ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୩ଟି ଚୌକା ଏବଂ ୩ଟି ଛକା ସାମିଲ କରିପାରିଥିଲେ। ନବନ ଧୀର ଗୋଟିଏ ବଲ୍ ଖେଳି ୪ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ ପାଇଁ ରୋଷ୍ଟନ ଚେଜ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଶମର ସ୍ପ୍ରିଙ୍ଗରଙ୍କୁ ୨ଟି ୱିକେଟ୍ ହାସଲ ହୋଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

58 minutes ago
1


