Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

47 minutes ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଅନୁକୂଳ ପାଣିପାଗ ପାଇଁ ସୁକିନ୍ଦା ତହସିଲରେ ଏବର୍ଷ ଖରିଫ୍‌ ଧାନଚାଷ ଭଲ ହୋଇଛି। ହେଲେ ଥୋଡ଼ ବାହାରିବାକୁ ଥିବା ବେଳେ କିଛିକାଂଶ ଜମିରେ ଧାନଗଛରେ ରୋଗପୋକ ଲାଗିଥିବା ଦେଖାଯାଇଛି। 

ନରେଶ ଚନ୍ଦ୍ର ପ୍ରଧାନଙ୍କ ୩ ଏକର ହରାଭରା କ୍ଷେତ, ଯଦୁମଣି ପ୍ରଧାନଙ୍କ ୨ ଏକର, ଭାଗଚାଷୀ ଡମ୍ବରୁଧର ନାୟକଙ୍କ ୧ ଏକର, ଅମୂଲ୍ୟ କୁମାର ନାୟକଙ୍କ ଦେଢ଼ ଏକର, ଶ୍ରୀଧର ବେହେରାଙ୍କ ୧ ଏକର, ସନ୍ୟାସୀ ସାମଲ ପ୍ରମୁଖଙ୍କ ଦେଢ଼ ଏକର ଧାନକ୍ଷେତକୁ ମିଶାଇ ୩୦ ଏକରରୁ ଅଧିକ ଜମି ଅଜଣା ରୋଗପୋକ ଦ୍ବାରା ପ୍ରଭାବିତ ହୋଇଥିଲା। ଏହାକୁ ନେଇ କାଙ୍କଡ଼ପାଳ ଗାଁର ଯୁବଚାଷୀ ନରେଶ ଚନ୍ଦ୍ର ପ୍ରଧାନ ଗତ ୨୯ ତାରିଖରେ ମୋବାଇଲ୍‌ ଫୋନରେ ଭିଡିଓ କଲ କରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। 

ରୋଗପୋକ ବିଶେଷଜ୍ଞ ବିଜୟ କୁମାର ରାଉତଙ୍କୁ ରୋଗଗ୍ରସ୍ତ ଧାନଗଛ ଗୁଡ଼ିକର ଫଟୋ ପଠାଇ ଆଭାସୀ ଆଲୋଚନା କରିଥିଲେ। ଧାନଗଛର ଅଗ୍ରଭାଗ ଓ ୨ ଧାର ହଳଦିଆ ପଡ଼ିଥିବା ଦେଖା ଯାଇଥିଲା। ଏହା ଜନିତ ପତ୍ରପୋଡ଼ା ରୋଗ(ମହିଷା ରୋଗ) ବୋଲି ସେ ଚିହ୍ନଟ କରିଥିଲେ। ବିପଜ୍ଜନକ ବ୍ୟାକ୍ଟେରିଆ ଜାନ୍ଥୋମୋନାସ ଓରିଜାଏ ନାମକ ବୀଜାଣୁ ଦ୍ବାରା ବର୍ଷା, ପବନ ଓ ଅଧିକ ଆର୍ଦ୍ରତା ଯୋଗୁ ଏହି ରୋଗ ଦ୍ରୁତବେଗରେ ବ୍ୟାପିଥାଏ। ସକାଳେ ଆକ୍ରାନ୍ତ ପତ୍ରରୁ କ୍ଷୀର ଭଳି ଛୋଟଛୋଟ ବୀଜାଣୁ ବିନ୍ଦୁ ସୃଷ୍ଟିହୋଇ ପରେ ଶୁଖିଯାଇ ଦାନାଦାର ଭଳି ଦେଖାଯାଇଥାଏ ବୋଲି ସେ ପରାମର୍ଶ ଦେଇଥିଲେ। ଯଦ୍ବାରା ଅମଳ ଭୀଷଣ ଭାବେ ପ୍ରଭାବିତ ହେବାର ଆଶଂକା ରହିଥାଏ ବୋଲି ସେ ସତର୍କ କରାଇ ଦେଇଥିଲେ। 

Paddy cultivation: କଷ୍ଟକର ହେଲାଣି ଧାନଚାଷ: ନୂଆ ଅଡ଼ୁଆ ‘ଏଗ୍ରିଷ୍ଟାକ୍ ଫାର୍ମର ଆଇଡି’

ପ୍ରତିକାର ପାଇଁ ଗୁଣ୍ଠ ପିଛା ୫ ଶହ ଗ୍ରାମ ପଟାସ ସାର ପକାଇବା ସହିତ ୧ ଲିଟର ପାଣିରେ ୩ ଗ୍ରାମ କୁପର ଅକ୍ସିକ୍ଲୋରାଇଡ୍ ଓ ୧ ଗ୍ରାମ ପ୍ଲାଣ୍ଟୋମାଇସିନ ମିଶ୍ରିତ ଦ୍ରବଣକୁ ସିଞ୍ଚନ କରିବାକୁ ରୋଗପୋକ ବିଶେଷଜ୍ଞ ଶ୍ରୀ ରାଉତ ପରାମର୍ଶ ଦେଇଥିଲେ। ପ୍ରଭାବିତ ଚାଷୀମାନେ ସେହି ଆଧାରରେ ତୁରନ୍ତ ପଦକ୍ଷେପ ନେଇଥିଲେ। ୯ ଦିନ ମଧ୍ୟରେ ସେମାନଙ୍କ ଜମିରେ ରୋଗପୋକ ସଂପୂର୍ଣ୍ଣ ଦମନ ହୋଇଥିବା ଚାଷୀକୁଳ ପକ୍ଷରୁ ଯୁବଚାଷୀ ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.