IND vs AFG U19: ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ; ଫାଇନାଲରେ ପାକିସ୍ତାନଠୁ ପ୍ରତିଶୋଧ ନେବାର ସୁଯୋଗ!

1 hour ago 1
ARTICLE AD BOX

ଅଲ୍‌ ଅମରାତ: ଭାରତୀୟ ଟିମ୍‌ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ୨୦୨୬ର ଫାଇନାଲରେ ପ୍ରବେଶ କରିଛି। ଆଫଗାନିସ୍ତାନ ବିପକ୍ଷ ସେମିଫାଇନାଲରେ ଦଳ ୮ ୱିକେଟ୍‌ରେ ବିଜୟ ହାସଲ କରିଛି। ଓମାନର ଅଲ୍‌ ଅମରାତରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଜାରି ରହିଛି। ଏଠାରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୮ ୱିକେଟ୍‌ ହରାଇ ୨୨୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ଟିମ୍‌ ବିସ୍ଫୋରକ ବ୍ୟାଟିଂ କରି ୩୭ତମ ଓଭରରେ ଏହି ମୁକାବିଲାରେ ବିଜୟୀ ହୋଇଛି। ଏବେ ଭାରତୀୟ ଟିମ୍‌ ଫାଇନାଲରେ ପାକିସ୍ତାନ ସହିତ ମ୍ୟାଚ୍‌ ଖେଳିବ। ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ଦ୍ବାରା ଭାରତ ପରାସ୍ତ ହୋଇଥିଲା। ଆସନ୍ତା ୧୪ ତାରିଖ ଦିନ ଭାରତକୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ମିଳିଛି।  

୧୯ ବର୍ଷରୁ କମ ଭାରତୀୟ ଟିମ୍‌ ପାଇଁ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ସହିତ ଆର୍ଯ୍ୟବୀର ସେହୱାଗ ଏବଂ ଭିକେ ବିନୀତ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଖେଳାଳି ଭାରତର ମୂଳଦୁଆ ମଜବୁତ କରିଥିଲେ। ୧୦୨ ବଲ୍‌ରେ ପ୍ରଥମ ୱିକେଟ୍‌ ପାଇଁ ଆର୍ଯ୍ୟବୀର ଏବଂ ଲକ୍ଷ୍ୟ ୧୧୭ ରନ୍‌ ସଂଗ୍ରହ କରିଥିଲେ। ୫୬ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କଲା ପରେ ଆର୍ଯ୍ୟବୀର ଆଉଟ୍‌ ହୋଇଥିଲେ। ଜୁନିଅର ସେହୱାଗ ୪ଟି ଚୌକା ଏବଂ ସମାନ ପରିମାଣର ଛକା ବଳରେ ବ୍ୟକ୍ତିଗତ ଭାବେ ୫୧ ରନ୍‌ ସଂଗ୍ରହ କରିଥିଲେ। 

Cricket: ୧୭ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌: ଓଡ଼ିଶା ଦଳରେ ମୟୂରଭଂଜର ଝିଅ ସାମିଲ

ଅଧିନାୟକ ଲକ୍ଷ୍ୟ ଶତକ ହାସଲ କରିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ସେ ୯୦ ବଲ୍‌ ଖେଳି ୯୩ ରନ୍‌ ସଂଗ୍ରହ କରିଥିଲେ। ତୃତୀୟ କ୍ରମରେ ପଡ଼ିଆକୁ ଓହ୍ଲାଇ ଥିବା ବିନୀତ ୬୨ଟି ବଲ୍‌ ଖେଳି ଥିଲେ। ଏଥିରୁ ସେ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ୟଶବର୍ଦ୍ଧନ ୧୬ ରନ୍‌ରେ ଅପରାଜିତ ଥିଲେ। 

ଚମକିଲେ ଭାରତୀୟ ବୋଲର
ଗ୍ରୁପ ପର୍ଯ୍ୟାୟରେ ସମସ୍ତ ୩ଟି ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚି ଥିବା ଆଫଗାନିସ୍ତାନର ବ୍ୟାଟିଂ ଉତ୍ସାହଜନକ ନଥିଲା। ବିସ୍ଫୋରକ ବ୍ୟାଟର ଅବିଦୁଲ୍ଲାହ ନଦରଜନ ୧୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଫରିଦୁଲ୍ଲାହ ୧୩ ରନ୍‌ କରିପାରିଥିଲେ। ତୃତୀୟ କ୍ରମରେ ଆସିଥିବା ସୁଭାନ ଜଖୈଲ ୩୧ ରନ୍‌ କରିଥିଲେ। ୱିକେଟ୍‌କିପର ନୋମାନ ସଲରଜଇ ଏବଂ ଶାହ ଫୈଜଲ ରହିମୀ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ୫୧-୫୧ ରନ୍‌ ଯୋଗଦାନ ଦେଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା। ଈଶାନ ସୁଦ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ଆର୍ଯ୍ୟନ ସବସାନୀଙ୍କୁ ୨ଟି ୱିକେଟ ହାସଲ ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.