Illicit Liquor Seized ପୁଣି ବନ୍ଧାହେଲେ ୧୫ ଦେଶୀ ମଦ ବେପାରୀ, ୧୮ହଜାର ଲିଟର ରନ୍ଧା ମଦ ଓ ମହୁଲପୋଚ ଜବତ

2 weeks ago 14
ARTICLE AD BOX

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମହୁଲି ମଦ ପ୍ରସ୍ତୁତି ଓ ଚୋରାଚାଲାଣ ଉପରେ ବ୍ୟାପକ ଚଢଉ କରାଯାଉଛି। ଆଜି ବିଭିନ୍ନ ସ୍ଥାନରେ ଚଢଉ କରି ୧୬ଟି ଅବକାରୀ ମାମଲା ରୁଜୁ କରିଛି। ଏହାସହ ୧,୧୭୩ ଲିଟର ବେଆଇନ ଦେଶୀ ରନ୍ଧା ମଦ, ୧୭,୧୫୦ କେଜି ମହୁଲପୋଚ ଜବତ କରାଯାଇଛି। ମଦ ପ୍ରସ୍ତୁତି ଓ ବିକ୍ରିରେ ସଂପୃକ୍ତ ୧୫ ଜଣଙ୍କୁ ଗିରଫ କରିଛି। 

Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତ
ଅଭିଯୁକ୍ତମାନେ ହେଉଛନ୍ତି ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୁକୁଡ଼ା ମଙ୍ଗଳ ବଜାରର ରୀତା ଓରାମ, ରତ୍ନୀ ତିର୍କି ଓ ଜଗନ୍ନାଥ ଓରାମ, ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳର ନାଲି ସାମନ୍ତ, ରାଇମୁନି ଛତର, ରୁକ୍ମଣୀ ମୁଣ୍ଡା, ରାଜେଶ୍ୱରୀ ଜୟସ୍ବାଲ, ଆଶା ପୂର୍ତ୍ତି, ଶୀତଳ ମୁଣ୍ଡା, ଶ୍ରୀମତି ବାଲମୁଚୁ, ନାମସୀ ହେମ୍ବ୍ରମ, ପିଙ୍କି ସିଙ୍କୁ, ମମତା ସିହ୍ନା, ସାମ୍ବାରୀ ମୁଣ୍ଡା ଓ ଶୀଳା ରାଓ। ଅବକାରୀ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ବାଳଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢଉରେ ଏସ୍‌ଆଇ ଦେବେନ୍ଦ୍ର ବରିହା, ଜ୍ଞାନେଶ୍ବରୀ ବିଶ୍ବାଳ, ରୋହିତ ଡନସନା, ଏଏସ୍‌ଆଇ ଆଲୋକ ପ୍ରଧାନଙ୍କ ସମେତ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.