ARTICLE AD BOX
ଗୁଆହାଟୀ: ଗୁଆହାଟୀ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁବମନ ଗିଲ୍ ଐତିହାସିକ ଦ୍ବିଶତକ ଅର୍ଜନ କରିଛନ୍ତି। ନିଜର ୨୨୩ ରନ୍ର ଅପରାଜିତ ପାଳି ଭିତରେ ମାତ୍ର ୧୧୭ ବଲ୍ରୁ ଦ୍ବିଶତକ ଛୁଇଁ ବିଶ୍ବ କ୍ରିକେଟର ଦ୍ରୁତତମ ହୋଇଛନ୍ତି ସେ। ଏହି କ୍ରମରେ ଗିଲ୍ ଅନ୍ୟତମ ଭାରତୀୟ ଯୁବ ବ୍ୟାଟର୍ ଈଶାନ କିଶନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଈଶାନ ୨୦୨୨ ମସିହାରେ ଚଟ୍ଟଗ୍ରାମଠାରେ ବାଂଲାଦେଶ ବିପକ୍ଷରେ ୧୨୬ ବଲ୍ରୁ ଦ୍ବିଶତକ ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ଗିଲ୍ଙ୍କର ଏହା ହେଉଛି ଦ୍ବିତୀୟ ଦ୍ବିଶତକ। ଏହା ପୂର୍ବରୁ ସେ ୨୦୨୩ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଖେଳ ଜୀବନର ପ୍ରଥମ ଦ୍ବିଶତକ ହାସଲ କରିଥିଲେ। ସେତେବେଳେ ପୁରୁଷ କ୍ରିକେଟର ସର୍ବକନିଷ୍ଠ ଖେଳାଳି ଭାବେ ଦିନିକିଆରେ ଗିଲ୍ ଦ୍ବିଶତକୀୟ ପାଳି ଖେଳିଥିଲେ। ତେବେ ଦିନିକିଆରେ ସର୍ବାଧିକ ଦ୍ବିଶତକ ହାସଲ କରିବାରେ ତାଙ୍କ ଓପନିଂ ପାର୍ଟନର ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମା ସବୁଠୁ ଆଗରେ ରହିଛନ୍ତି। ସେ ତିନିଟି ଦ୍ବିଶତକ ଅର୍ଜନ କରିଛନ୍ତି।
Neglect: ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହବାଗ ଗୋଟିଏ ଲେଖାଏଁ ଦ୍ବିଶତକୀୟ ପାଳି ଖେଳି ଉଭୟ ରୋହିତ ଓ ଗିଲ୍ଙ୍କ ପଛରେ ରହିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଚଳିତ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ମଧ୍ୟ ଗିଲ୍ ଶତକ ଅର୍ଜନ କରିଥିଲେ। ଦ୍ବିତୀୟ ଦିନିକିଆରେ ଦ୍ବିଶତକ ହାସଲ କରି ପୁଣି ଥରେ ସେ ନିଜ ଚମତ୍କାର ଫର୍ମର ପରିଚୟ ଦେଇଛନ୍ତି। ଗିଲ୍ଙ୍କ ଏହି ରେକର୍ଡଭରା ପାଳି ବଳରେ ଭାରତ ୮ ୱିକେଟ୍ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୨-୦ରେ ଆଗୁଆ ଶୃଙ୍ଖଳା କବ୍ଜା କରି ନେଇଛି। ଗିଲ୍ଙ୍କ ସହ ହିଟ୍ ମ୍ୟାନ୍ ରୋହିତ ଶର୍ମା (୧୦୧) ମଧ୍ୟ ବୁଧବାର ଶତକୀୟ ପାଳି ଖେଳିଛନ୍ତି। ଉଭୟ ପ୍ରଥମ ୱିକେଟ୍ରେ ୨୫୫ ରନ୍ ଯୋଡ଼ିବା ପରେ ୪୦୬ ରନ୍ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରି ଭାରତ ତା’ର ଦିନିକିଆ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ହାସଲ କରିଛି। ଭାରତର ଏହି ସ୍ମରଣୀୟ ବିଜୟ ସହ ଗିଲ୍ଙ୍କ ପାଳି ହିଁ ଆଜି ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲା।

49 minutes ago
2


