IDBI Bank: ଆଇଡିବିଆଇ କର୍ମଚାରୀଙ୍କ ଆମରଣ ଅନଶନ ୨୭ରେ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କର ପ୍ରସ୍ତାବିତ ଘରୋଇକରଣକୁ ବିରୋଧ କରି ଚଳିତ ମାସ ୨୭ ତାରିଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ଆଇଡିବିଆଇ ଅଫିସର୍ସ ଆଣ୍ଡ୍‌ ଏମ୍ପ୍ଲଇଜ୍‌ ପକ୍ଷରୁ ଦିନିକିଆ ଆମରଣ ଅନଶନ କରାଯିବ। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଘରୋଇକରଣ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଫୋରମ ପକ୍ଷରୁ କୁହାଯାଇଛି ଯେ ଗତ ଛଅଟି ଆର୍ଥିକ ବର୍ଷରେ ବ୍ୟାଙ୍କ ଲଗାତାର ଭାବେ ଲାଭ କରୁଛି ଏବଂ ପ୍ରମୁଖ ଆର୍ଥିକ ଓ ପରିଚାଳନା ମାନଦଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି। ଏଭଳି ଏକ ସମୟରେ ଘରୋଇକରଣ ପାଇଁ ନିଆଯାଉଥିବା ପଦକ୍ଷେପ କର୍ମଚାରୀମାନଙ୍କ ମନରେ ଗଭୀର ଚିନ୍ତା ସୃଷ୍ଟି କରିଛି। ଚାକିରିରେ ସମ୍ମାନ ଓ ପେନସନ ଭଳି ସାମାଜିକ ସୁରକ୍ଷା ଲାଭଗୁଡ଼ିକୁ ନେଇ ସେମାନେ ଚିନ୍ତିତ ଅଛନ୍ତି। ବ୍ୟାଙ୍କରେ କାର୍ଯ୍ୟ କରୁଥିବା ୮୮୪ ଦିବ୍ୟାଙ୍ଗ କର୍ମଚାରୀମାନଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଫୋରମ ଚିନ୍ତା ପ୍ରକଟ କରିଛି। ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କରେ ୩୦୭୦ ଏସ୍‌ସି, ୧୨୧୪ ଜଣ ଏସ୍‌ଟି, ୫୬୦୪ ଜଣ ଓବିସି ଓ ୮୦୫ ଇଡବ୍ଲ୍ୟୁଏସ୍‌ କର୍ମଚାରୀ କାମ କରୁଛନ୍ତି। ବ୍ୟାଙ୍କର ମାଲିକାନା ବଦଳିଯିବା ପରେ ତାହା ସଂରକ୍ଷଣ ବ୍ୟବସ୍ଥାରୁ ବାହାରିଯିବ। ଫଳରେ ଚାକିରିରେ ସାମାଜିକ ନ୍ୟାୟ ପ୍ରଭାବିତ ହେବ। ଘରୋଇକରଣ ହେବା ପରେ ବ୍ୟାଙ୍କ ସୂଚନା ଅଧିକାର ଆଇନ, କେନ୍ଦ୍ରୀୟ ସତର୍କତା ଆୟୋଗ ଓ ସଂସଦୀୟ କମିଟି ପରିସର ବାହାରକୁ ଚାଲିିବ।

ଆହୁରି ପଢ଼ନ୍ତୁ: ୨୦ ଦିନରେ ୱାଙ୍ଗଚୁକ୍‌ଙ୍କ ଅନଶନ: ଗୁରୁତ୍ବପୂର୍ଣ୍ଣ ଅଙ୍ଗ

ଫୋରମ୍‌ ପକ୍ଷରୁ କୁହାଯାଇଛି ଯେ ଯୋଜନା ଅନୁସାରେ ଆଇଡିବିଆଇର ଅଂଶଧନ ବିକ୍ରି ସଫଳ ହେଲେ ତାହା ପ୍ରଥମ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଏକ ବିଦେଶୀ ମାଲିକାନା ବ୍ୟାଙ୍କରେ ପରିଣତ ହେବ। ପୂର୍ବରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଡିବିଏସ୍‌, କ୍ୟାଥୋଲିକ ସିିରିଆନ ବ୍ୟାଙ୍କକୁ ଫେୟାରଫ୍ୟାକ୍ସ, ଆରବିଏଲ ବ୍ୟାଙ୍କକୁ ଏମିରେଟ୍‌ସ ଏନବିଡି ଅଧିଗ୍ରହଣ କରିସାରିଛି। ୟେସ ବ୍ୟାଙ୍କକୁ ଏସଏମବିସି ଗ୍ରୁପ ଅଧିଗ୍ରହଣ କରିବା ପ୍ରକ୍ରିୟାରେ ରହିଛି।

ଆହୁରି ପଢ଼ନ୍ତୁ: ମୁଣ୍ଡ ତଳକୁ ନକରିବାରୁ ନର୍ସରୀରେ ପଢ଼ୁଥିବା ବାଳକକୁ ନିସ୍ତୁକ ମାଡ଼ ମାରିଲା କ୍ଲାସ୍‌ ମନିଟର୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.