ARTICLE AD BOX
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ଭାରତର ଜୟ ଶାହ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ନିର୍ବିରୋଧରେ ଲଗାାତର ଦ୍ବିତୀୟ ଥର ଲାଗି ବିଶ୍ବ କ୍ରିକେଟ୍ର ମଙ୍ଗ ଧରିବାକୁ ଯାଉଥିବା ଜୟଙ୍କ ଏହି କାର୍ଯ୍ୟକାଳ ୨ ବର୍ଷ ରହିବ। ଅନ୍ତର୍ଜାତୀୟ ସ୍ତରକୁ ଆସିବା ପୂର୍ବରୁ ୩୮ ବର୍ଷୀୟ ଜୟ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସମ୍ପାଦକ ଥିଲେ। ଡିସେମ୍ବର ୨୦୨୪ରେ ଆଇସିସି ଅଧ୍ୟକ୍ଷ ହୋଇଥିବା ଜୟଙ୍କ ପ୍ରଥମ ଅବଧି ସରିବା ପୂର୍ବରୁ ବିଶ୍ବ ବୋର୍ଡ ବୈଠକରେ ତାଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ ମିଳିଛି।
ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ‘‘ଶାହଙ୍କ ନେତୃତ୍ୱ ଉପରେ ବୋର୍ଡର ଆସ୍ଥା ଏବଂ କ୍ରିକେଟ୍ର ବିଶ୍ୱବ୍ୟାପୀ ପ୍ରସାର, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଓ ବାଣିଜ୍ୟିକ ବିକାଶ ଦିଗରେ ଏହା ସହାୟକ ହେବ।’’ ୨୦୨୮ ଲସ୍ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ପୁଣି ଥରେ ସାମିଲ ହେଉଥିବାରୁ ତାଙ୍କ ଉପରେ ଗୁରୁ ଦାୟିତ୍ବ ରହିବ। ପୁନଃ ନିଯୁକ୍ତି ପରେ ଜୟ କହିଛନ୍ତି ଯେ ‘‘ଆଇସିସି ମୋ ଉପରେ ଆସ୍ଥା ରଖିଥିବାରୁ କୃତଜ୍ଞ। ବିଶ୍ୱରେ କ୍ରିକେଟ୍ର ସ୍ୱାର୍ଥ ଓ ବିକାଶ ପାଇଁ ସମସ୍ତ ସଦସ୍ୟ ଦେଶ ସହ ମିଶି କାମ କରିବାକୁ ପ୍ରତିଶ୍ରୁତିବଦ୍ଧ’’।
Cricket: ପୁରୁଣା ଜିନିଷକୁ କେମିତି ସାଇତି ରଖିବେ? ଶିଖାଇଲେ ମାଷ୍ଟର ବ୍ଲାଷ୍ଟର

17 minutes ago
1

