Olympics 2028: କେମିତି ଅଲମ୍ପିକ ପଡ଼ିଆରେ ପହଞ୍ଚି ପାରିବ ଭାରତୀୟ ପୁରୁଷ କ୍ରିକେଟ ଦଳ? ବୁଝନ୍ତୁ ପ୍ରକ୍ରିୟା

16 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଅଲମ୍ପିକରେ ୧୨୮ ବର୍ଷ ପରେ କ୍ରିକେଟ ସାମିଲ ହେବାକୁ ଯାଉଛି। ପ୍ୟାରିସ ଅଲମ୍ପିକ ୧୯୦୦ରେ କ୍ରିକେଟ ଖେଳାଯାଇଥିଲା। ଏବେ ଲସ ଏଞ୍ଜେଲେସ ଅଲମ୍ପିକ ୨୦୨୮ରେ ପୁରୁଷ ଏବଂ ମହିଳା ବର୍ଗରେ ଅଲମ୍ପିକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଲସ ଏଞ୍ଜେଲେସ ଅଲମ୍ପିକ ୨୦୨୮ ପାଇଁ ପୁରୁଷ ଏବଂ ମହିଳା କ୍ରିକେଟ ଟିମ୍‌ର ଯୋଗ୍ୟତାପର୍ଯ୍ୟାୟର ତାରିଖ ଘୋଷଣା କରିଦିଆଯାଇଛି। ଭାରତୀୟ ମହିଳା ଟିମ ପୂର୍ବରୁ ହିଁ ନିଜର ସ୍ଥାନ ସୁରକ୍ଷିତ ରଖି ସାରିଥିବା ବେଳେ ପୁରୁଷ ଟିମ୍‌କୁ ଆଇସିସି ଟ୨୦ ରାଙ୍କିଙ୍ଗ ଜରିଆରେ ଅଲମ୍ପିକର ଟିକେଟ ମିଳିପାରେ। 

ପୁରୁଷ କ୍ରିକେଟର ଯୋଗ୍ୟତା ପାଇଁ ୨୦୨୮ ଫେବ୍ରୁଆରି ୫ରୁ ୧୩ ବାଂଲାଦେଶରେ ଆୟୋଜନ ହେବ। ମହିଳା ଟିମ ପାଇଁ ଆମେରିକାରେ ୨୦୨୮ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୫ ମଧ୍ୟରେ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ ଟିମ ଏସିଆର ଶୀର୍ଷ ରାଙ୍କିଙ୍ଗରେ ଅଲମ୍ପିକରେ ସ୍ଥାନ ସୁରକ୍ଷିତ କରିପାରିଛି। ଏହା ବ୍ୟତୀତ ଗ୍ରେଟ ବିଟେନ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ସାମିଲ ହୋଇପାରିଛି। ଏହି ୪ଟି ଦଳ ନିଜର ଉନ୍ନତ ପ୍ରଦର୍ଶନ କାରଣରୁ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। 

ଅଲମ୍ପିକରେ କ୍ରିକେଟକୁ ସାମିଲ କରିବାକୁ ଲାଗିପଡ଼ିଲେଣି ଜୟ ଶାହା

ଭାରତକୁ କେମିତି ମିଳିପାରିବ ଟିକେଟ?
ଭାରତୀୟ ପୁରୁଷ କ୍ରିକେଟ ଟିମର ଭାଗ୍ୟ ୨୦୨୬ ଡିସେମ୍ବର ୩୧ରେ ନିର୍ଦ୍ଧାରଣ ହେବ, ଯେତେ‌ବେଳେ ଆଇସିସି ଦ୍ବାରା ପରିଚାଳିତ ଟି୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇବ। ଏସିଆ, ଉଇରୋପ, ଓସିନିଆ ଏବଂ ଆଫ୍ରିକାରେ ସବୁଠୁ ଶୀ‌ର୍ଷରେ ଥିବା ଦଳକୁ ସିଧାସଳଖ ପ୍ରବେଶ ମିଳିବ। ବର୍ତ୍ତମାନ ରିପୋର୍ଟ ଅନୁସାରେ ଭାରତ ଦ୍ବିତୀୟ ସ୍ଥାନରେ ଅଛି ଏବଂ ଯୋଗ୍ୟତା ହାସଲ କରିପାରିବ ବୋଲି ଆଶା କରାଯାଉଛି। ଆୟୋଜକ ଆମେରିକା ମଧ୍ୟ ଆଇସିସିର ନିର୍ଦ୍ଧାରିତ ମାନଦଣ୍ଡ ପୁରା କରି ଯୋଗ୍ୟତା ଅର୍ଜନ କରିପାରେ। 

୮-୮ଟି ଦଳକୁ ସୁଯୋଗ ମିଳିବ
ଉଭୟ ପୁରୁଷ ଏବଂ ମହିଳା ଟୁର୍ଣ୍ଣାମେଣ୍ଟରେ ୮-୮ଟି ଦଳକୁ ସୁଯୋଗ ମିଳିବ। ପ୍ରତ୍ୟେକ ପ୍ରତିଯୋଗିତାରେ ଟିମଗୁଡ଼ିକୁ ୪-୪ର ୨ଟି ଗ୍ରୁପରେ ବଣ୍ଟା ଯିବ। ଗ୍ରୁପର ସମସ୍ତ ଟିମ ଅନ୍ୟ ଦଳ ସହିତ ମ୍ୟାଚ ଖେଳିବାର ସୁଯୋଗ ପାଇପାରିବେ। ଶୀର୍ଷରେ ଥିବା ଦଳ ଫାଇନାଲରେ ପହଞ୍ଚିବେ। ଫାଇନାଲର ବିଜେତା ଟିମ ଅଲମ୍ପିକ ପଦକ ହାସଲ କରିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.